Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କ୍ଷମତାରୁ ଯିବା ପରେ ଏବେ ପଛୁଆବର୍ଗଙ୍କ ପାଇଁ ବିଜେଡିର କୁମ୍ଭୀରକାନ୍ଦଣା

Rashmita Mishra
Browse all articles by Rashmita Mishra
·1 year ago·2 min read
କ୍ଷମତାରୁ ଯିବା ପରେ ଏବେ ପଛୁଆବର୍ଗଙ୍କ ପାଇଁ ବିଜେଡିର କୁମ୍ଭୀରକାନ୍ଦଣା

Key Points

୨୪ ବର୍ଷ ଶାସନରେ ଥାଇ ବି ସଂରକ୍ଷଣ ନଦେଇ ଓବିସିଙ୍କୁ କଲା ପ୍ରତାରଣା
କ୍ଷମତାରୁ ଯିବା ପରେ ଏବେ ପଛୁଆବର୍ଗଙ୍କ ପାଇଁ ବିଜେଡିର କୁମ୍ଭୀରକାନ୍ଦଣା
ଉଠିଲା ପ୍ରଶ୍ନ, OBCଙ୍କ ହକ୍ ପାଇଁ ଲଢ଼େଇ ନା ନବୀନଙ୍କ ଦଳର ଛଳନା ?
ଅପାରଗତା ଲୁଚାଇବାକୁ ବିଧାନସଭାରେ ହଙ୍ଗାମା କରି ବିଜେଡି କରୁଛି କି ବାହାନା ?
ବିଜେପିର କଡ଼ା କାଉଣ୍ଟର, ଚୋର ମଚାଏ ସୋର

କ୍ଷମତାରୁ ଯିବା ପରେ ବିଜେଡିର ମନେ ପଡ଼ିଲା ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସିଙ୍କ ପାଇଁ ସଂରକ୍ଷଣ କଥା। ୨୪ ବର୍ଷ ଶାସନରେ ରହି ପଛୁଆ ବର୍ଗଙ୍କୁ ସେମାନଙ୍କର ହକ୍ ଦେଇପାରିଲେ ନାହିଁ ବିଜୁ ଜନତା ଦଳ । ଏବେ ୧୦୦ ଦିନର ବିଜେପି ସରକାର କାହିଁକି ସଂରକ୍ଷଣ ଦେଲାନି ବୋଲି ପ୍ରଶ୍ନ କରି କାନ୍ଦୁଛନ୍ତି କୁମ୍ଭୀର କାନ୍ଦଣା । ଆଜି ବିଧାନସଭାରେ ବିଜେଡି ବିଧାୟକମାନେ ପ୍ରତୀକ ଧାରଣା କରି ଶାସକ ଦଳ ସଦସ୍ୟଙ୍କ ବିଧାନସଭା ଭିତରକୁ ପ୍ରବେଶ ପଥ ଅବରୋଧ କରିଥିଲେ । ରାଜ୍ୟ ସରକାର ଆଦିବାସୀ ଓ ପଛୁଆ ବର୍ଗ ବିରୋଧୀ ବୋଲି ଅଭିଯୋଗ କଲେ । ଯାହାର କଡ଼ା କାଉଣ୍ଟର କଲା ବିଜେପି । ଟଙ୍କଧର କହିଲେ ଚୋର ମଚାଏ ସୋର।

୨୪ ନିର୍ବାଚନକୁ ଆଖି ଆଗରେ ରଖି ୨୦୨୩ ମେ-ରୁ ଜୁଲାଇ ମାସ ମଧ୍ୟରେ ଓବିସି କମିଶନଙ୍କ ଦ୍ବାରା ଏକ ଜାତି ଜନଗଣନା ସର୍ଭେ କରାଇଥିଲେ ବିଜେଡି ସରକାର । ହେଲେ ରିପୋର୍ଟ ପ୍ରକାଶ କଲେ ନାହିଁ । ବିଜେପି ସରକାର ସର୍ଭେ ରିପୋର୍ଟ ପ୍ରକାଶ କରିବାକୁ କିଛି ମାସ ତଳେ ଦାବି କରିଥିଲା ବିଜେଡି । ଯେଉଁଥିରୁ ସାମ୍ନାକୁ ଆସିଛି ବିଜେଡିର ଦୋମୁହାଁ ନୀତି। ୨୪ ବର୍ଷ ଧରି ପଛୁଆ ବର୍ଗଙ୍କୁ ପ୍ରତାରଣା କରି ଏବେ ବିଜେଡି ଓଲଟା ପ୍ରଶ୍ନ କରିବା ହାସ୍ୟାସ୍ପଦ । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଓବିସିଙ୍କୁ ମିଳୁଥିବା ସଂରକ୍ଷଣକୁ ଷଡ଼ଯନ୍ତ୍ର କରି ବନ୍ଦ କରିଦେଲେ ବିଜେଡି ସରକାର । ଓବିସି ବର୍ଗଙ୍କୁ ତାଙ୍କ ହକ୍ ଓ ଅଧିକାର ପାଇଁ ପୂର୍ବ ସରକାର ସମୟରେ ବାରମ୍ବାର ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହେଲେ କୌଣସି ପଦକ୍ଷେପ ନେଲେନାହିଁ ନବୀନ ।

ରାଜ୍ୟ ଜନସଂଖ୍ୟାର ୫୪ ପ୍ରତିଶତ ପଛୁଆ ବର୍ଗ। ସମ୍ବିଧାନ ଅନୁସାରେ ସରକାରୀ ଚାକିରି ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବା କଥା। ହେଲେ ହାଇକୋର୍ଟ ମୋଟ୍ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିଶେଷ କ୍ଷେତ୍ରରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା କରାଯାଇପାରିବ। ଅନେକ ରାଜ୍ୟରେ ଏଭଳି ବ୍ୟବସ୍ଥାବି ରହିଚି। ତେବେ ୨୦୧୭ରେ ଏନେଇ ସୁପ୍ରିମକୋର୍ଟରେ ଏକ ଲିଭ୍ ପିଟିସନ୍ ଦାଖଲ କରି ଚୁପ୍ ବସିଯାଇଥିଲେ ନବୀନ ସରକାର। ଏମିତି କି ମାମଲା ଲଢ଼ିବାକୁ ଓକିଲ ବି ଦେଲେନାହିଁ । ଆଉ ଏବେ ହାତରୁ କ୍ଷମତା ଯିବା ପରେ ପଛୁଆ ବର୍ଗଙ୍କ ପାଇଁ ବିଜେଡି କାନ୍ଦୁଛି କୁମ୍ଭୀର କାନ୍ଦଣା। ଏଥିସହ ଜାତିଭିତ୍ତିକ ଜନଗଣନା ଦାବି ବିଜେଡି ଇଣ୍ଡି ମେଣ୍ଟ ଆଡୁକୁ ଢଳୁଥିବା ମଧ୍ୟ ସ୍ବଷ୍ଟ କରୁଛି। ଏହି ପ୍ରସଙ୍ଗରେ ନବୀନଙ୍କ ଦଳର ପରିବର୍ତ୍ତିତ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଏହା ବିଜେଡିର ଓବିସିଙ୍କ ହକ୍ ପାଇଁ ଲଢ଼େଇ ନା ଛଳନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
after-leaving-power-bjd-is-now-crying-crocodile-tears-for-the-backward-classes | Argus News