ପରିବାରର 4ଜଣଙ୍କୁ ହରାଇବା ପରେ ଦୁଃଖରେ ଭାଙ୍ଗିପଡ଼ି ଆତ୍ମହତ୍ୟା କଲେ ଯୁବକ
·2 years ago

ବଲାଙ୍ଗୀର: ପାଟଣାଗଡ଼ ବେଲପଡା ଥାନା କାନୁଟ ଗାଁ ଉପରପଡ଼ାରେ ପୁଣି ଅଭାବନୀୟ ଘଟଣା । ପରିବାରର 4ଜଣଙ୍କୁ ହରାଇବା ପରେ ଦୁଃଖରେ ଭାଙ୍ଗିପଡ଼ି ସେହି ପରିବାରର ଜଣେ 17 ବର୍ଷର ପୁଅ ଆତ୍ମହତ୍ୟା କରିଛି । ଗତ ୧୦ ତାରିଖରେ ଉପରପଡ଼ାର ଏକ ପରିବାରର ୫ ଜଣ ମହିଳା ଏବଂ ଜଣେ ପୁରୁଷ ଟିଭି ଦେଖୁଥିବା ସମୟରେ ଗ୍ୟାସ ସିଲିଣ୍ଡର ଫାଟିଯାଇଥିଲା ।
ଚିକିତ୍ସାଧୀନ ଅବସ୍ଥାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଯାଏଁ ରାଉରକେଲାରୁ ଶବ ଗାଁକୁ ଆସିନଥିବା ବେଳେ ଗାଁରେ ପୁଣି ଶୋକକୁଳ ପରିବେଶ ସୃଷ୍ଟି ହୋଇଛି । ସେହି ପରିବାରର ୧୭ ବର୍ଷୀୟ ପୁଅର ଆତ୍ମହତ୍ୟା କରିଛି । ଯାହାକୁ ନେଇ ପୁରା ଗାଁ ଶୋକାକୂଳ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
