Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ମାସୁମ ଖାନର ଇସଲାମ ନଗର କେଳେଙ୍କାରୀ ପରେ ଏବେ ସାମ୍ନାକୁ ଆସିଲା ଖଣି ଲୁଟର ଚିତ୍ର

Odisha

ମାସୁମ ଖାନର ଇସଲାମ ନଗର କେଳେଙ୍କାରୀ ପରେ ଏବେ ସାମ୍ନାକୁ ଆସିଲା ଖଣି ଲୁଟର ଚିତ୍ର

Smruti Parija
Browse all articles by Smruti Parija
·1 year ago·1 min read
ମାସୁମ ଖାନର ଇସଲାମ ନଗର କେଳେଙ୍କାରୀ ପରେ ଏବେ ସାମ୍ନାକୁ ଆସିଲା ଖଣି ଲୁଟର ଚିତ୍ର

ମାଲକାନଗିରି: ମାସୁମ ଖାନର ଇସଲାମ ନଗର କେଳେଙ୍କାରୀ ପରେ ଏବେ ସାମ୍ନାକୁ ଆସିଲା ଖଣି ଲୁଟର ଚିତ୍ର । ସାମ୍ନାକୁ ଆସିଛି ମାସୁମ ଖାନର ଆଉ ଏକ ଜାଲିମ କାମ। କେବଳ ସରକାରୀ ଜମି କିମ୍ବା ସରକାରୀ ଅନୁଦାନ ନୁହେଁ ବରଂ ମୋଟୁ ଅଞ୍ଚଳରୁ କୋଟି କୋଟି ଟଙ୍କାର ମୂଲ୍ୟବାନ ଧଳା ପଥର ଲୁଟ କରୁଥିଲା ମାସୁମ । 

ଇସଲାମ ନଗରଠାରୁ ମାତ୍ର କିଛି ମିଟର ଦୂରରେ ମୂଲ୍ୟବାନ ଧଳା ପଥରର ଖଣି ଖୋଳି ପଡୋଶୀ ରାଜ୍ୟକୁ ଚାଲାଣ କରୁଥିଲେ ମାସୁମ ଖାନ ଓ ତା ପରିବାର ସଦସ୍ୟ । ମୋଟୁରେ ସରକାରୀ ଜମି ହଡପ କରି ମାସୁମ ଖାନ ଇସଲାମ ନଗର ନାଁରେ ଏକ ଗାଁ ବସାଇ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାନକୁ ଲୁଟ କରିବା ଖବର ଆମେ ଦେଖାଇଥିଲୁ । ପରେ ସରକାର ଘଟଣାରେ ତତ୍ପର ଦେଖାଇ ବଡ ଧରଣର ତଦନ୍ତ ଆରମ୍ଭ କରିଥିଲେ । 

ଏ ଭିତରେ ବର୍ତ୍ତମାନ ମାସୁମ ଖାନର ଆଉ ଏକ ଜାଲିଆତି କାମ ସାମ୍ନାକୁ ଆସିଛି। ବିଜେଡି ସରକାର ଓ ସ୍ଥାନୀୟ ନେତାଙ୍କ ଛତ୍ରଛାୟାରେ ଦୀର୍ଘ ବର୍ଷ ଧରି ମୋଟୁର ବିନାୟକପୁର ଓ ଆଲମା ଅଂଚଳରୁ ମୂଲ୍ୟବାନ ଧଳା ପଥରକୁ ବେଆଇନ ଚାଲାଣ କରୁଥିଲା ମାସୁମ ଖାନ । ତେବେ କୋଟି କୋଟି ଟଙ୍କାର ମୂଲ୍ୟବାନ ଧଳା ପଥର ଚାଲାଣ ବେଳେ କେମିତି ଜାଣିପାରିଲା ନାହିଁ ପୂର୍ବ ସରକାର ତାକୁ ନେଇ ଉଠିଛି ବଡ ପ୍ରଶ୍ନ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
After Masum Khan's Islam city chronicle, the pictures of mine loot came to light | Argus News