ଆଳୁ ପରେ ମମତାଙ୍କ ବାଘକୁ ନେଇ ରାଜନୀତି

Key Points
ଆଳୁ ପରେ ମମତାଙ୍କ ବାଘକୁ ନେଇ ରାଜନୀତି
ଓଡିଶା ରେ ବାଘ ରଖିବାକୁ ଜାଗା ନ ଥିବା କହି କଲେ ଟାର୍ଗେଟ
ଡବଲ ଇଂଜିନ ସରକାର ବୋଲି ଦିଦିଙ୍କ ଆକ୍ରୋଶ ଅଛି କହିଲେ ଜଙ୍ଗଲ ମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଓଡିଶା ବାଘୁଣୀ ବେଙ୍ଗଲ ପଳାଇଥିଲା । ଶିମିଳିପାଳ କୁ ପୁଣି ଫେରାଇ ଅଣାଗଲା । ହେଲେ ବାଘ ଓଡିଶା ଫେରିବାକୁ ସହି ପାରୁ ନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭରା ସଭା ରେ ବାଘ ବେଙ୍ଗଲ ପଳାଇବା ନେଇ କେମିତି ଓଡିଶା କୁ କଟାକ୍ଷ କରୁଛନ୍ତି ।
କେବଳ ସେତିକି ନୁହେଁ ଆଉ ଏକ ବାଘ ଓଡିଶା ରୁ ପଶ୍ଚିମବଙ୍ଗ ଆସିଥିବା ଅଭିଯୋଗ ଆଣିବା ସହ ଓଡିଶା ବନ ବିଭାଗ ଆସି ତାକୁ ନେଇ ଯାଉ ବୋଲି କହିଛନ୍ତି । ତେବେ ମମତା ଙ୍କ ଏଭଳି ମନ୍ତବ୍ୟ କୁ କଡା କାଉଣ୍ଟର କରିବା ସହ ଓଡିଶା ରୁ ଆଉ କୌଣସି ବାଘ ପଶ୍ଚିମବଙ୍ଗ ଯାଇ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ । ଜାତୀୟ ଜଙ୍ଗଲ ନିୟମ ସବୁ ରାଜ୍ୟ ପାଇଁ ଓ ସମସ୍ତେ ଏହାର ଅନୁପାଳନ କରିବା ଦରକାର ବୋଲି କହିଛନ୍ତି ଜଙ୍ଗଲ ମନ୍ତ୍ରୀ ।
📱 Get Argus News App
✨ମହାରାଷ୍ଟ୍ର ରୁ ବାଘୁଣୀ ଜିନ୍ନତ କୁ ଅଣା ଯିବା ପରେ ଉତ୍ତର ଶିମିଳିପାଳ ରେ ଛଡା ଯାଇଥିଲା । ତେବେ କିଛି ଦିନ ଶିମିଳିପାଳ ରେ ରହିବା ପରେ ପ୍ରଥମେ ଝାରଖଣ୍ଡ ଓ ପରେ ପଶ୍ଚିମବଙ୍ଗ ପଳାଇଥିଲା । ତେବେ ତିନୋଟି ରାଜ୍ୟ ର ବନ ବିଭାଗ ର ମିଳିତ ଉଦ୍ୟମ ରେ ଜିନ୍ନତ କୁ ଟ୍ରାଙ୍କୁଲାଇଜ କରାଗଲା । ହେଲେ ଓଡିଶା ବାଘ କୁ ଓଡିଶା ନ ଫେରାଇ ଆଲିପୁର ଚିଡ଼ିଆଖାନା ନେଇ ଯାଇଥିଲା ପଶ୍ଚିମବଙ୍ଗ ବନ ବିଭାଗ । ଯାହାକୁ ନେଇ ପ୍ରଶ୍ନ ଉଠାଇବା ସହ ତୁରନ୍ତ ବାଘ କୁ ଓଡିଶା ଫେରାଇବାକୁ ନିର୍ଦେଶକ ଦେଇଥିଲେ ଏନ ଟି ସି ଏ ।
ଆଳୁ ପାଇଁ ରାଜନୀତି କରି ଓଡିଶା କୁ ରପ୍ତାନି ବନ୍ଦ କରିବା ପରେ ବହୁ ସମାଲୋଚନା ର ଶିକାର ହୋଇଛନ୍ତି ଦିଦି । ଏବେ ଦେଶ ର ଜାତୀୟ ପଶୁ ବ୍ୟାଘ୍ର ସଂରକ୍ଷଣ ପାଇଁ ସାରା ଦେଶ ଚେଷ୍ଟା କରୁଥିବା ବେଳେ ଏଭଳି ମନ୍ତବ୍ୟ ମମତା ଙ୍କ ହୀନ ମାନସିକତା କୁ ପଦା ରେ ପକାଇଛି ।