Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜଣଙ୍କ ପରେ ଜଣେ ନେତା ଦେଉଛନ୍ତି ବିସ୍ଫୋରକ ବୟାନ, ନବୀନଙ୍କ ଟେନସନ୍‌ ଡବଲ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଜଣଙ୍କ ପରେ ଜଣେ ନେତା ଦେଉଛନ୍ତି ବିସ୍ଫୋରକ ବୟାନ, ନବୀନଙ୍କ ଟେନସନ୍‌ ଡବଲ

Key Points

  • ବିଜେଡି ସ୍ଥିତି ସଙ୍ଗୀନ
  • ଜଣଙ୍କ ପରେ ଜଣେ ନେତା ଦେଉଛନ୍ତି ବିସ୍ଫୋରକ ବୟାନ
  • ପ୍ରଦୀପ, ବଦ୍ରୀଙ୍କ ପରେ ଅଶ୍ଵିନୀ ବି ଖୋଲିଦେଲେ ଗୁମର

ଅର୍ଗସ ବ୍ୟୁରୋ : ୨୪ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ । କିଛି ଏମିତି ପ୍ଲାନ କରିଛି ଦଳ । ଖାଲି ଏତିକି ନୁହେଁ ବରଂ ଜିଲ୍ଲା ଗସ୍ତ ପୂର୍ବରୁ ଦଳୀୟ ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ନବୀନ । ଜିଲ୍ଲାୱାରୀ ଆଲୋଚନା କରିବା ବେଳେ ନେତାଏ ଦେଉଛନ୍ତି ଭିନ୍ନଭିନ୍ନ ବୟାନ । ହେଲେ ନବରଙ୍ଗପୁର ଜିଲ୍ଲାର ସମୀକ୍ଷା କରିବା ବେଳେ ପ୍ରଦୀପ ମାଝି ଯେଉଁ ବିସ୍ଫୋରକ ବୟାନ ଦେଲେ ପରେ ପରେ ବଦ୍ରୀ ପାତ୍ର ସେଥିରେ ଘିଅ ଢାଳିଲେ । ଖାଲି ଏତିକି ନୁହେଁ ବରଂ ଅଶ୍ଵନୀ ପାତ୍ର ବି ତାଳ ଦେଲେ । ତାହା ନବୀନଙ୍କ ଟେନସନକୁ ଆହୁରି ଦ୍ଵିଗୁଣିତ କରିଛି । ଅଶ୍ଵିନୀ ରୋକଠୋକ କହିଛନ୍ତି, ଦଳୀୟ ନେତା ଯେଉଁ ମାନେ ବିମୁଖ ହୋଇଛନ୍ତି ବିଶେଷ କରି ବିଭିନ୍ନ କ୍ୟାଡ଼ର ଓ ଲିଡ଼ର ମାନେ ତାଙ୍କୁ କେମିତି ପୁଣି ଥରେ ଫେରେଇ ଆଣି ପାରିବା ସେ ଦିଗରେ କାମ କରାଯିବା ଉଚିତ ।

ପାଂଚ ପାଂଚ ଥର ଶାସନ କ୍ଷମତାରେ ରହିବା ପରେ ଏସନ ପରାଜୟର ସ୍ଵାଦ ଚାଖିଛି ବିଜେଡି । ହେଲେ ଏହାକୁ ଦଳର ସୁପ୍ରିମୋ କି ନେତା ଗ୍ରହଣ କରିବା ମୁଡ୍‌ରେ ନାହାନ୍ତି । ସେଇଥି ଲାଗି ତ କେମିତି କଳବଳେ କୌଶଳେ ଶାସନ କ୍ଷମତାକୁ ଫେରିବେ ସେନେଇ ପ୍ଲାନ କରୁଛନ୍ତି । ବୋଧହୁଏ ସେଇଥି ଲାଗି ବଢୁଥିବା ଟେନସନକୁ ଦେଖି ଆସନ୍ତା ୨୭ ତାରିଖରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଡାକିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ମିଟିଂରେ ଦଳର ସମସ୍ତ ତୁଙ୍ଗ, ବରିଷ୍ଠ ନେତା, ଯୁବ, ଛାତ୍ର, ମହିଳା ସଙ୍ଗଠନର ପ୍ରମୁଖ ନେତୃବୃନ୍ଦଙ୍କ ସହ ଜିଲ୍ଲା ସଭାପତିଙ୍କୁ ଶଙ୍ଖ ଭବନ ଡକରା ଦିଆଯାଇଛି । କୁହାଯାଉଛି କି ଏହି ବୈଠକରେ ଦଳର ପରାଜୟକୁ ନେଇ ଆଲୋଚନା ହେବ । ଏହାସହ ଆଗାମୀ ଦିନରେ ହେବାକୁ ଥିବା ପଦଯାତ୍ରାକୁ ବି ନେଇ ଆଲୋଚନା ହେବ । 

ଶାସକ ଦଳରୁ ବିରୋଧୀ ଆସନକୁ ଯିବା ପରେ ଏବେ ବିଜେଡିର ଚରମ ବିଶୃଙ୍ଖଳା ଦେଖାଗଲାଣି । କେହି କାହାକୁ ମାନିବାକୁ ପ୍ରସ୍ତୁତ ନୁହେଁ । ତେଣୁ ଏମିତି ପରିସ୍ଥିତିରେ ଆଗାମୀ ପଂଚାୟତ ନିର୍ବାଚନକୁ କେମିତି ନବୀନ ଲଢିବେ ତାହାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଗଲାଣି । କଥା ହେଲା, ଶାସନରେ ଥିବା ସମୟରେ ଦଳୀୟ ନେତାଙ୍କ ଅସନ୍ତୋଷ କି ପରାମର୍ଶ ବାହାରକୁ ଆସିବାକୁ ଦେଉନଥିଲେ ନବୀନ । ସୁପ୍ରିମୋଙ୍କ ପାଖରେ ପହଞ୍ଚି ନିଜ କଥା ରଖିବା ବି ବିଜେଡି ନେତାଙ୍କ ପାଇଁ ସମ୍ଭବ ନଥିଲା । ନବୀନଙ୍କ ନିକଟରେ ରହି ନିର୍ଦ୍ଦିଷ୍ଟ କୋଟେରୀ ଦ୍ବାରା ଦଳ ଚଳାଉଥିବା ଭି.କେ ପାଣ୍ଡିଆନ୍ କଳ ବଳ କୌଶଳ ଲଗାଇ ନେତାଙ୍କ ସ୍ବରକୁ ଚାପି ଦେବାରେ ସକ୍ଷମ ହେଉଥିଲେ । ନେତା ମନ୍ତ୍ରୀ ମାନେ ଭି.କେ ପାଣ୍ଡିଆନ୍ ଙ୍କ ପାଇଁ କେତେବେଳେ ଟେଣ୍ଟ ବାନ୍ଧୁଥିଲେ ତ ଆଇ କେବେ ଟ୍ରାଫିକ୍ ଜଗୁଆଳି ସାଜୁଥିଲେ । ହେଲେ ଏବେ ନବୀନଙ୍କୁ ଭେଟି ନେତାଏ ଆଲୋଚନା କରୁଥିବାରୁ ବିଜେଡିକୁ ନେଇ ଏବେ ଚର୍ଚ୍ଚା ଜୋର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Naveen Patnaik | Argus News