Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହାପ୍ରଭୁଙ୍କ ଦର୍ଶନ ପରେ ଧର୍ମେନ୍ଦ୍ର କହିଲେ ପରିବର୍ତ୍ତନ ଅବଶମ୍ଭାବୀ

Manini Pattanayak
Browse all articles by Manini Pattanayak
·2 years ago·2 min read
ମହାପ୍ରଭୁଙ୍କ ଦର୍ଶନ ପରେ ଧର୍ମେନ୍ଦ୍ର କହିଲେ ପରିବର୍ତ୍ତନ ଅବଶମ୍ଭାବୀ

ଭୁବନେଶ୍ୱର:  24 ମହାଲଢ଼େଇରେ ଓଡ଼ିଶାରେ କଣ ହେବ ଫଳାଫଳ। ଷଷ୍ଠ ପାଳି ନା ସତ୍ତା ପରିବର୍ତ୍ତନ । ସମ୍ବଲପୁର ଲୋକସଭା କ୍ଷେତ୍ର ପାଇଁ ବିଜେପି ଟିକେଟ୍ ପାଇବା ପରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। କହିଛନ୍ତି ଏଥର ଓଡ଼ିଶାର ନବକଳେବର । ଧର୍ମେନ୍ଦ୍ର ଆହୁରି କହିଛନ୍ତି ଏଥର ରାଜ୍ୟରେ ଅବଶ୍ୟମ୍ଭାବୀ ପରିବର୍ତ୍ତନ। ପୂର୍ବରୁ ବିଭିନ୍ନ ଜାତୀୟ ଗଣମାଧ୍ୟମ ପକ୍ଷରୁ ଆସିଥିବା ଜନମତ ସର୍ଭେ ରିପୋର୍ଟରେ ବି ଓଡ଼ିଶାରେ ମୋଦି ସୁନାମି ନେଇ କରାଯାଇଛି ଆକଳନ। 24 ମହାଲଢେଇ ପାଇଁ ପ୍ରସ୍ତୁତ ହେଉଛି ରଣକ୍ଷେତ୍ର । ତୟାର ମୋଦିଙ୍କ ଯୋଦ୍ଧା। ବଡ଼ ପ୍ରଶ୍ନ ନବୀନଙ୍କ ଷଷ୍ଠ ପାଳି ନା ଏଥର ସତ୍ତା ପରିବର୍ତ୍ତନ । ଏହାଭିତରେ ସମ୍ବଲପୁର ଲୋକସଭା ଟିକେଟ୍ ପାଇବା ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଓଡ଼ିଶାରେ ନବକଳେବର କଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି ଓଡ଼଼ିଶାରେ ପରିବର୍ତ୍ତନ ଅବସମ୍ଭାବୀ। 
 
 ମୋଦି ଗ୍ୟାରେଣ୍ଟି ଯୋଜନା ସାରା ଦେଶରେ ବିଜେପିର ଆୟୁଧ ମାତ୍ର ଓଡ଼ିଶାରେ ମୋଦି ସହ ଓଡ଼ିଆ ଅସ୍ମିତା ଓ ଗୌରବ ହେବାକୁ ଯାଉଛି ଭାବାବେଗର ପ୍ରସଙ୍ଗ। 25 ବର୍ଷ ଧରି ଓଡ଼ିଆ କହିପାରୁନଥିବା ନବୀନ ଓଡ଼ିଆଙ୍କ ସମର୍ଥନ ଓଡ଼ିଆଙ୍କ ଦୁର୍ବଳତା ବୋଲି ଭାବିଛନ୍ତି ନବୀନ। ତାମିଲ ବାବୁଙ୍କୁ ଉତ୍ତରାଧିକାରୀ କଲେ ଓଡ଼ିଆ ମାନିଯିବେ ବୋଲି ନବୀନ ଭୁଲ୍ ଅଙ୍କ କଷିଛନ୍ତି କି। 
ସେପଟେ ଓଡ଼ିଶାରେ ମୋଦି ସୁନାମୀର ଆଭାସ ମିଳୁଛି ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟ ଓ ସର୍ଭେରୁ । ଇଣ୍ଡିଆ ଟୁଡେର ସର୍ଭେ କହୁଛି ଓଡ଼ିଶାର ନବୀନ ପଚଟ୍ଟନାୟକଙ୍କ ଲୋକପ୍ରିୟତା କ୍ରମାଗତ ଭାବେ ହ୍ରାସ ପାଉଛି। ଅଡେଇ ବର୍ଷର କମିଛି 25 ପ୍ରତିଶତ। ସେପଟେ ଏବିପି ସି ଭୋଟରର ସର୍ଭେ କହୁଛି ଓଡ଼ିଶାର 75 ପ୍ରତିଶ ଲୋକ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି, ଯାହାକି ପୂର୍ବ ଭାରତରେ ସର୍ବାଧିକ ।

ମୋଦି ସୁନାମୀରେ ଚିତପଟ୍ଟାଙ୍ଗ ମାରିପାରେ ଶାସକ ବିଜୁ ଜନତା ଦଳ। ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ବିଜେପି ଆଉ 12 ପ୍ରତିଶତ ଭୋଟ ପାଇଲେ ଓଡ଼ିଶାରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିବ ବିଜେପି। ସେହିଭଳି ନ୍ୟୁଜ 18ର ରିପୋର୍ଟ ଅନୁସାରେ ବିଜେପି ଏଥର ଓଡ଼ିଶାରେ 70ରୁ ଅଧିକ ବିଧାନସଭା ଆସନ ଓ 17 ଲୋକସଭା ଆସନରେ ବିଜୟ ଲାଭ କରିପାରେ। ସେହିଭଳି ପାଣ୍ଡିଆନଙ୍କ ରାଜ୍ୟ ତାମିଲନାଡୁର ଲୋକପ୍ରିୟ ଚ୍ୟାନେଲ ଦି ଫେଡେରାଲର ଓପିନିୟନ ପୋଲ ଅନୁସାରେ 54.9 ପ୍ରତିଶତ ଭୋଟ ସହ ବିଜେପି ଜିତିପାରେ 20 ଲୋକସଭା ଆସନ । କଂଗ୍ରେସର ଭୋଟ 2019ରେ 26 ପ୍ରତିଶତରୁ ଖସିଆସିଥିଲା 16 ପ୍ରତିଶତକୁ । ଏବେ ଆହୁରି ଖସୁଛି। ଏହାର ଫାଇଦା ବି ଯାଇପାରେ ବିଜେପି ପାଖକୁ ।    
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After seeing Mahaprabhu, Dharmendra said that change is impossible | Argus News