Videos
|
Odisha

Odisha Congress: କଂଗ୍ରେସକୁ ଭରସା ପୁରୁଣା କଂଗ୍ରେସିଆ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Odisha Congress: କଂଗ୍ରେସକୁ ଭରସା ପୁରୁଣା କଂଗ୍ରେସିଆ !

ସୁରଙ୍କ ପରେ କଂଗ୍ରେସକୁ ଫେରିବେ ପୁରୁଖା ନେତା ଡାକ୍ତର ପ୍ରଫୁଲ୍ଲ ମାଝି। ସିଧା ସିଧା ଫେରିବେ ବୋଲି କହିନଥିଲେ ମଧ୍ୟ ଆଜି ଏଭଳି ଏକ ସଂକେତ ଦେଇଛନ୍ତି ଖୋଦ ଶ୍ରୀ ମଝି । କହିବାକୁ ଗଲେ ଏବେ ରାଜ୍ୟ କଂଗ୍ରେସକୁ ଘରବାହୁଡ଼ା ହିଁ ବଳ। ଦଳ ଛାଡ଼ିଥିବା ଓ ବହିଷ୍କୃତ ନେତାଙ୍କୁ ପିସିସି ସଭାପତିଙ୍କର ସର୍ବକ୍ଷମା ଘୋଷଣା ପରେ ଆଜି ଭେଟେରାନ୍ ସୁର ରାଉତରାୟଙ୍କର ହୋଇଛି ଘର ୱାପସୀ। ଆଉ ତାପରେ ଏବେ ସଙ୍କେତ ମିଳିଛି ଫେରିବେ ପ୍ରଫୁଲ୍ଲ ମାଝି ।


ସେ କହିଛନ୍ତି, ଏଥିରେ ସନ୍ଦେହ ନାହିଁ କଂଗ୍ରେସ ଆମକୁ ପରିଚୟ ଦେଇଥିଲା। ହେଲେ ଆମେ କ’ଣ ପାଇଁ କଂଗ୍ରେସ ଛାଡ଼ିଥିଲୁ? ତିନି ତିନି ଥରର ବିଧାୟକଙ୍କୁ ଦଳରେ ଯେଉଁ ସମ୍ମାନ ଦେବାକଥା, ତାହାଦେଲା ନାହିଁ। ସେଥିପାଇଁ ଦଳ ଛାଡ଼ିବାକୁ ବାଧ୍ୟ ହେଲୁ। ଆଉ ଲୋକଙ୍କ ପାଇଁ କାମ କରିବାକୁ ବିଜେଡିରେ ସାମିଲ୍‌ ହୋଇଥିଲୁ। ଏବେ କିନ୍ତୁ ବିଜେଡିରେ ଆଉ ରହିବାର ପ୍ରଶ୍ନ ଉଠୁନି।


ଅନେକ ପ୍ରତିଶ୍ରୁତି ଦେଇ ବିଜେଡି ମୋତେ ଦଳରେ ସାମିଲ କରିଥିଲା। ହେଲେ କୌଣସି ପ୍ରତିଶ୍ରୁତି ବିଜେଡି ରଖିଲା ନାହିଁ। ଲୋକଙ୍କ କାମ ପାଇଁ କଂଗ୍ରେସ ଛାଡ଼ି ବିଜେଡି ଯାଇଥିଲି। ମାତ୍ର ତାହା ଯଦି ପୂରଣ ହୋଇପାରିଲାନି। ତେଣୁ ସେହି ଦଳରେ କାହିଁକି ରହିବା? ସେପଟେ ଦେଖିବାକୁ ଗଲେ ବିଜେଡିକୁ ନେତା ନ ଚଳାଇ ଆଉ ଜଣେ ଚଳାଇଲେ ଧ୍ୱଂସ ହୋଇଯିବ। ଏବେ କିନ୍ତୁ ବିଜେଡିରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଦଳର ଭବିଷ୍ୟତ କିଛି ନାହିଁ। ଫୋନ୍‌ କଲେ କେହି ଉଠାନ୍ତି ନାହିଁ ବୋଲି ଡାକ୍ତର ମାଝୀ କହିଛନ୍ତି। ତେଣୁ ବିକଳ୍ପ ଭାବେ ଏବେ କଂଗ୍ରେସ ଅଛି।


ଭକ୍ତବାବୁ ଜଣେ ବହୁତ ଭଲ ସଙ୍ଗଠକ। ପୁରୁଣା କଂଗ୍ରେସ ନେତା। ସେ ଯଦି କଂଗ୍ରେସକୁ ସଙ୍ଗଠିତ କରିବା ପାଇଁ ଚାହିଁବେ ଓ ଦଳ ଛାଡ଼ିଥିବା ନେତାଙ୍କୁ ଡାକିବେ, ତାହେଲେ ଏହା ବିଚାରକୁ ନିଆଯିବ ବୋଲି କହିଛନ୍ତି ଶ୍ରୀ ମାଝୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଆଜି ସୁର ରାଉତରାଏ ଦଳକୁ ଫେରିବା ପରେ କହିଛନ୍ତି- ଗଲା ୯ ମାସ ହେଲା ଯନ୍ତ୍ରଣାରେ ଥିଲି, କିନ୍ତୁ ଆଜି ଭାରି ଖୁସି। ତେଣେ ସୁରଙ୍କ ପରେ ଅନେକ ପୁରୁଖା ନେତା ବି କଂଗ୍ରେସକୁ ଫେରିବା ନେଇ ଚାଲଛି ଚର୍ଚ୍ଚା। ତେଣେ ସମ୍ଭାବ୍ୟ ଘରବାହୁଡ଼ା ନେତାଙ୍କ ତାଲିକାରେ ରହିଛି ପୂର୍ବତନ ବିଧାୟକ ଚିରଞ୍ଜୀବୀ ବିଶ୍ବାଳ, ସୌମ୍ୟରଞ୍ଜନ ପଟ୍ଟନାୟକ, ସୁରେନ୍ଦ୍ର ସିଂ ଭୋଇ, ପ୍ରଫୁଲ୍ଲ ମାଝୀ, ଅଂଶୁମାନ ମହାନ୍ତି, ପ୍ରକାଶ ବେହେରା ଓ ଭୂପିନ୍ଦର ସିଂଙ୍କ ଭଳି ପୁରୁଖା ନେତାଙ୍କ ନାଁ ।

After Senior Leader Suresh Routray Ghar Wapsi Now DR. Prafulla Majhi In Row | Argus News