BJP ସରକାର ଆସିବା ପରେ ୪୮ ଘଣ୍ଟାରେ ଧରା ପଡ଼ୁଛି ଦୋଷୀ

ରାଜ୍ୟରେ ହ୍ରାସ ପାଇଛି ମହିଳା ହିଂସା। ଜୁନ ୨୦୨୩ ରୁ ଫେବୃଆରୀ ୨୦୨୪ ଓ ଜୁନ ୨୦୨୪ରୁ ଫେବୃଆରୀ ୨୦୨୫ ର ତୁଳନାତ୍ମକ ତଥ୍ୟ ରଖି କହିଛନ୍ତି ଆଇନ ମନ୍ତ୍ରୀ, ନାବାଳିକା ଦୁଷ୍କର୍ମ ୨୩ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ ପାଇଛି। ମହିଳା ଓ ଶିଶୁ ଅପରାଧ କମିଛି। ହତ୍ୟାକାଣ୍ଡ ୧୦୮୪ ରୁ ଚଳିତ ବର୍ଷ ୧୦୦୩ କୁ ହ୍ରାସ ପାଇଛି । ନାବାଳିକା ଦୁଷ୍କର୍ମ ୯୯୫ ରୁ ୯୪୮ କୁ ହ୍ରାସ ପାଇଛି। ଦୁଷ୍କର୍ମ ୧୮୬୩ ରୁ ୧୮୩୦ କୁ ହ୍ରାସ ପାଇଛି। ଯୌନ ନିର୍ଯ୍ୟାତନା ୮୭୮ ରୁ ୭୫୯ କୁ ହ୍ରାସ ପାଇଛି। ଦଣ୍ଡବିଧାନ ହାର ଉପରେ ଗୁରୁତ୍ୱ ଦିଆଯାଉଛି। ମହିଳା ଓ ଶିଶୁ ଅପରାଧକୁ ସରକାର ଦୃଢତାର ସହ ନେଇଛନ୍ତି। ଆଇନରୁ ଉର୍ଦ୍ଧ୍ୱରେ କେହି ନୁହନ୍ତି, ଯେତେ ପ୍ରଭାବଶାଳୀ ହେଲେ ବି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ। ଥାନା ଭିତ୍ତିଭୂମି ସୁଦୃଢ଼ ସହ ଖାଲି ପଦବୀ ପୂରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।
ଏହାସହ ଆଇନମନ୍ତ୍ରୀ ଆହୁରି କହିଛନ୍ତି ଅନୁଗୁଳରେ ୫ ବର୍ଷରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଚୁପ୍ ବସିନାହାନ୍ତି ସରକାର । ଏହି ଘଟଣାରେ ସରକାର ବିଲକୁଲ ନିରବ ଦ୍ରଷ୍ଟା ସାଜିନାହାନ୍ତି ।
୧୪ ତାରିଖରେ ରଞ୍ଜନ ସାଏ ତାଙ୍କ ଝିଅ ନିଖୋଜ ନେଇ ଅଭିଯୋଗ କରିଥିଲେ। ୧୫ ତାରିଖରେ ତାଙ୍କ ଘରର ୧୫୦ ରୁ ୨୦୦ ମିଟର ଦୂରରେ ମୃତଦେହ ମିଳିଥିଲା। ସନ୍ଧାନୀ କୁକୁର ସହାୟତାରେ ଯେଉଁ କିଛି ପ୍ରମାଣ ମିଳିଥିଲା ସେହି ତଥ୍ୟ ଆଧାରରେ ଅଭିଯୁକ୍ତ ବାବୁଲା ଜେନାକୁ ଗିରଫ କରାଯାଇଛି। ହତ୍ୟା ଓ POCSO ଆକ୍ଟ ଲଗାଯାଇ ତଦନ୍ତ କରାଯାଉଛି ।
📱 Get Argus News App
✨ସୂଚନାଯୋଗ୍ୟ, ନାରୀ ନିର୍ଯାତନାକୁ ନେଇ ଜୋରଦାର ଆନ୍ଦୋଳନ କରୁଛି କଂଗ୍ରେସ । ଏନେଇ ବିଧାନସଭାରେ ବି ଆଜି କଂଗ୍ରେସ ପ୍ରସଙ୍ଗ ଉଠାଇଥିଲା । ଦଳ ପକ୍ଷରୁ ମୁଲତବି ପ୍ରସ୍ତାବ ଅଣାଯାଇଥିଲା । ଅନୁଗୁଳ ଜିଲ୍ଲାରେ ପାଞ୍ଚ ବର୍ଷର କୋମଳମତି ଝିଅକୁ ଧର୍ଷଣ ଓ ହତ୍ୟା ହୋଇଛି । ସରକାର ନୀରବ କାହିଁକି ବୋଲି ପ୍ରଶ୍ନ କରିଥିଲା ଦଳ । ସେପଟେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ଉତ୍ତର ରଖିଛନ୍ତି । କହିଛନ୍ତି, ଆମ ସରକାରରେ ପୋଲିସର ଭିତ୍ତିଭୂମି ସୁଦୃଢ କରିବା ପାଇଁ ୨୭ ପ୍ରତିଶତ ଅଧିକ ବଜେଟରେ ପ୍ରାବଧାନ ରହିଛି । ପଦବୀ ପୂରଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ୧୬ ହଜାର ପଦବୀ ଖାଲି ଥିଲା, ବର୍ତ୍ତମାନ ୬ ହଜାର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
୨୪ ବର୍ଷ ହେଲା ଗୋଟିଏ କଥା ଶୁଣି ଆସିଥିଲୁ, ଆଇନ ତା’ ବାଟରେ ଯିବ । ଏହା ଏକ ଅସହାୟ ଲୋକର ବାକ୍ୟ । ଆମ ସରକାରଙ୍କ ମିଶନ ହେଉଛି ଆଇନଠାରୁ କେହି ଉର୍ଦ୍ଧ୍ବରେ ନାହାନ୍ତି । ଆମ ସରକାର ଆସିବା ପରେ ୧୮ଟି ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ୧୮ଟି କେସ୍ର ଫଇସଲା ହୋଇଛି । କ୍ରାଇମ, କ୍ରିମିନାଲକୁ ଧୂଳିସାତ୍ କରିବାକୁ ଆମ ସରକାର ପ୍ରସ୍ତୁତ । ଅତୀତରେ ଘଟଣା ଘଟୁଥିଲା, ତଦନ୍ତ ଚାଲୁଥିଲା କିନ୍ତୁ ଏବେ ୪୮ ଘଣ୍ଟା ଭିତରେ ଅପରାଧୀଙ୍କୁ ଧରାଯାଉଛି ଏବଂ ଆଇନ ଅନୁଯାଯୀ ପଦକ୍ଷେପ ଗ୍ରହଣ କରାଯାଉଛି ।
