Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସରକାର ବଦିଳିବା ପରେ ବଦଳିଲା ଆଭିମୁଖ୍ୟ, ସମ୍ବେଦନଶୀଳତା ଦେଖାଇଲେ ବିଜେପି ସରକାର

Odisha

ସରକାର ବଦିଳିବା ପରେ ବଦଳିଲା ଆଭିମୁଖ୍ୟ, ସମ୍ବେଦନଶୀଳତା ଦେଖାଇଲେ ବିଜେପି ସରକାର

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ସରକାର ବଦିଳିବା ପରେ ବଦଳିଲା ଆଭିମୁଖ୍ୟ, ସମ୍ବେଦନଶୀଳତା ଦେଖାଇଲେ ବିଜେପି ସରକାର

ସରକାର ବଦିଳିବା ପରେ ବଦଳିଲା ଆଭିମୁଖ୍ୟ । ସମ୍ବେଦନଶୀଳତା ଦେଖାଇଲେ ବିଜେପି ସରକାର । ମୃତ ସରକାରୀ କର୍ମଚାରୀଙ୍କ ପରିବାରର ପୋଛିଲେ ଲୁହ । ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପରେ ଅନୁକମ୍ପା ସହାୟତା ତଥା ନିଯୁକ୍ତି ନେଇ ଫିଟିଲା ବାଟ । ଅଦାଲତରେ କେସ୍ ଲଢ଼ି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ବିଜେଡି ସରକାର । କିନ୍ତୁ ମୃତ ଚାକିରିଆଙ୍କ ଅସହାୟ ପରିବାରକୁ ଦେଉନଥିଲେ ନ୍ୟାୟ ।

ମୟୂରଭଞ୍ଜ ବାରିପଦା ସହରର ୧୭ ନମ୍ବର ଓ୍ବାର୍ଡରେ ରହନ୍ତି ଦିବଂଗତ ପୋଲିସ କର୍ମଚାରୀ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ପରିବାର। ୨୦୦୨ ମସିହାରେ ହୃଦରୋଗରେ ସୁବାସଙ୍କର ମୃତ୍ୟୁ ହେବା ପରେ ସବୁ ଦୃଷ୍ଟିରୁ ଅସହାୟ ହୋଇଯାଇଥିଲେ ପରିବାର। ୨୦୧୩ ମସିହାରେ ଅନୁକମ୍ପା ମୂଳକ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲେ ପୁଅ ମାନଗୋବିନ୍ଦ । କିନ୍ତୁ ଦୀର୍ଘ ୧୧ ବର୍ଷ ଧରି ତାଙ୍କ ଗୁହାରି ଶୁଣିଲେ ନାହିଁ ବିଜେଡି ସରକାର ।

ସେହିପରି ବିଜେଡି ସରକାରର ମନମୁଖୀ ଶାସନର ଶିକାର ହେଉଛନ୍ତି ବାରିପଦା ୧୧ ନମ୍ବର ଓ୍ବାର୍ଡରେ ରହୁଥିବା ଇଏ ପୂର୍ବତନ ସହକାରୀ ଯନ୍ତ୍ରୀ ମନୋଜ ଚାନ୍ଦଙ୍କ ପରିବାର । ୨୦୧୫ରେ ହୃଦରୋଗରେ ହୋଇଥିଲା ମନୋଜ ବାବୁଙ୍କର ମୃତ୍ୟୁ । ସେତେବେଳେ ନାବାଳକ ଥିବା ପିଲାମାନେ ପରେ ଅନୁକମ୍ପା ମୂଳକ ନିଯୁକ୍ତି ପାଇଁ ଆବେଦନ କରିଥିଲେ। ଘରର ଆର୍ଥିକ ଅବସ୍ଥା ଥିଲା ଅତ୍ୟନ୍ତ ଦୟନୀୟ । କିନ୍ତୁ ଶୁଣିଲେ ନାହିଁ ବିଜେଡି ସରକାର ।

କେନ୍ଦୁଝର ଜିଲ୍ଲା ସୋସୋ ଥାନା ବାଲିବରେଇ ଗାଁର ଶିକ୍ଷକ ବାବାଜୀ ଚରଣ ସାମଲଙ୍କ ପରିବାରର ଅବସ୍ଥା ବି ସମାନ। ୨୦୧୯ରେ ହାଟଡିହି ବ୍ଲକ୍ କେ.ବାଲିପାଳ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ଥିବା ବାବାଜୀ ଚରଣଙ୍କର ୫୮ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ସେ ଥିଲେ ପରିବାରର ଜଣେମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ବଡ଼ ପୁଅ କାହ୍ନୁଚରଣଙ୍କୁ ସେତବେଳେ ମାତ୍ର ୨୬ ବର୍ଷ।

ସ୍ତ୍ରୀ, ଦୁଇ ପୁଅ ଓ ଗୋଟିଏ ଝିଅଙ୍କ ଉପରେ ପଡ଼ିଲା ଚଡ଼କ। ୨୦୧୯ ନଭେମ୍ବର ମାସରେ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନ କରିଥିଲେ କାହ୍ନୁଚରଣ, କିନ୍ତୁ ବିଭିନ୍ନ ଆଳ ଦେଖାଇ ଟାଳି ଚାଲିଥିଲେ ବିଜେଡି ସରକାର । କାହ୍ନୁଙ୍କ ଭଳି ଶହ ଶହ ଆଶାୟୀ ବିଜେଡି ସରକାରଙ୍କ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ମାମଲା ବି କରିଥିଲେ । ହାଇକୋର୍ଟରେ ମାମଲା ହାରିବା ପରେ କୋଟି କୋଟି ଟଙ୍କା ଓକିଲ ଫି ଦେଇ ସୁପ୍ରିମକୋର୍ଟରେ କେସ୍ ଲଢ଼ିଲେ ବିଜେଡି ସରକାର କିନ୍ତୁ ମୃତ ସରକାରୀ କର୍ମଚାରୀଙ୍କ ଏ ଅସହାୟ ପରିବାରକୁ ଦେଲେ ନାହିଁ ଆଶ୍ବସ୍ତି ।

ଏବେ ଏମାନଙ୍କ ଲୁହ ପୋଛିଛନ୍ତି ବିଜେପି ସରକାର। ମୃତ ସରକାରୀ ଚାକିରିଆଙ୍କ ଆତ୍ମୀୟଙ୍କୁ ଅନୁକମ୍ପା ସହାୟତା ତଥା ନିଯୁକ୍ତି ପ୍ରସଙ୍ଗରେ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ୧୯୯୦ ମସିହାର ନିୟମ ଅନୁସାରେ ଜିଲ୍ଲାପାଳ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଆର୍ଥିକ ସ୍ଥିତି ସମ୍ପର୍କରେ ସାର୍ଟିଫିକେଟ୍ ପ୍ରଦାନ କରୁଥିଲେ । ତାକୁ ଆଧାର କରି ପରିଜନଙ୍କୁ ସହାୟତା ବା ନିଯୁକ୍ତି ମିଳୁଥିଲା ।

୨୦୨୦ରେ ଏହି ନିୟମକୁ ପରିବର୍ତ୍ତନ କରିଥିଲେ ବିଜେଡି ସରକାର । ଫଳରେ ଯୋଗ୍ୟତା ଥାଇ ବି ମୃତ ସରକାରୀ କର୍ମଚାରୀଙ୍କ ପରିଜନ ନିଯୁକ୍ତି ପାଇପାରୁନଥିଲେ । ରାଜ୍ୟରେ ବିଜେପି ସରକାର ଆସିବା ପରେ ଆଡ୍‌ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟଙ୍କ ପରାମର୍ଶକ୍ରମେ ସରକାର ୨୦୨୦ରେ ପରିବର୍ତ୍ତିତ ନିୟମକୁ ଚଳିତବର୍ଷ ବଦଳାଇଛନ୍ତି । ଏବେ ଜିଲ୍ଲାପାଳ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଆର୍ଥିକ ଦୁର୍ଦ୍ଦଶା ସମ୍ପର୍କିତ ପ୍ରମାଣପତ୍ର ଦେବେ। ପରିବାରର ବାର୍ଷିକ ଆୟ ୧.୯୧ ଲକ୍ଷରୁ ବେଶି ହୋଇନଥିଲେ ଏହି ଆୟ ପ୍ରମାଣପତ୍ର ଆଧାରରେ ପରିଜନଙ୍କୁ ନିଯୁକ୍ତି ମିଳିବ।

ରାଜ୍ୟପାଳଙ୍କ ଅନୁମୋଦନ ପରେ ଅନୁକମ୍ପାମୂଳକ ସହାୟତା ନିୟମ ସମ୍ପର୍କିତ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି । ବଡ଼ ନିଷ୍ପତ୍ତି ନେଇଥିବାରୁ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କ୍ୟାବିନେଟକୁ ଧନ୍ୟବାଦ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
After the change of government, the approach changed, the BJP government showed sensitivity | Argus News