Videos
|
Odisha

ବିବାଦ ପରେ ମୁହଁ ଖୋଲିଲେ ରାମକୃଷ୍ଣ କହିଲେ ବ୍ରହ୍ମ କେବଳ ଜଗନ୍ନାଥ ଧାମ ପୁରୀରେ

Rashmita Mishra
Browse all articles by Rashmita Mishra
·1 year ago·1 min read
ବିବାଦ ପରେ ମୁହଁ ଖୋଲିଲେ ରାମକୃଷ୍ଣ କହିଲେ ବ୍ରହ୍ମ କେବଳ ଜଗନ୍ନାଥ ଧାମ ପୁରୀରେ

ପଶ୍ଚିମବଙ୍ଗର ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ଚର୍ଚ୍ଚା ଯେତିକି ବିବାଦ ମଧ୍ୟ ସେତିକି । ଦୀଘାସ୍ଥିତ ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ବୋଲି ଉଲ୍ଲେଖ କରାଯିବା ପରେ ବିବାବ ବଢିଛି । ଏହାସହ ଏହାକୁ ଅବିକଳ ପୁରୀ ଜଗନ୍ନାଥ ମନ୍ଦିର ସହ ତୁଳନା କରାଯାଉଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢିଛି ।

ବିବାଦ ବଢିବା ପରେ ମୁହଁ ଖୋଲିଲେ ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ର। ସେ କହିଛନ୍ତି ମମତା ବାନାର୍ଜୀ ମୋର ଜଣେ ଶିଷ୍ୟ, ମୋତେ ମନ୍ଦିର ପ୍ରତିଷ୍ଠା ପାଇଁ ଡାକିଥିଲେ । ତିଥି ଅନୁସାରେ ପୂଜାର୍ଚ୍ଚନା ପାଇଁ କହିଥିଲି । ସେଠାରେ ନିମ୍ବ କାଠରେ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ମୁଁ ନିଜେ ନିମ୍ବ କାଠ ନେଇ ପୁରୀରୁ ଯାଇଥିଲି । ବ୍ରହ୍ମର ଏକମାତ୍ର ସ୍ଥାନ ପୁରୀରେ । ବ୍ରହ୍ମ ସ୍ଥାପନ ନେଇ କୌଣସି ସ୍ଥାନରେ କହିନାହିଁ ।

ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଏ । ଶ୍ରୀମନ୍ଦିର ରୀତିନୀତି ଅନ୍ୟ କୌଣସି ସ୍ଥାନରେ ହୋଇପାରିବ ନାହିଁ । ବ୍ରହ୍ମ ସ୍ଥାପନ ନେଇ କୌଣସି ସ୍ଥାନରେ କହିନାହିଁ ।ଏହା ସହିତ ଜାତୀୟ ଗଣମାଧ୍ୟରେ ଦେଇଥିବେ ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
after-the-controversy-ramakrishna-opened-his-mouth-and-said-that-brahma-is-only-in-jagannath-dham-puri | Argus News