Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାରେ ପରାଜୟ ପରେ ଜାତୀୟ ରାଜନୀତିରେ ବିଜେଡି ଚାହୁଁଛି ସକ୍ରିୟ ଭୂମିକା ?

Ritu Das
Browse all articles by Ritu Das
·1 year ago·2 min read
ଓଡ଼ିଶାରେ ପରାଜୟ ପରେ ଜାତୀୟ ରାଜନୀତିରେ ବିଜେଡି ଚାହୁଁଛି ସକ୍ରିୟ ଭୂମିକା ?

ଜନସଂଖ୍ୟା ଆଧାରିତ ସୀମା ପୁନଃ ନିର୍ଦ୍ଧାରଣକୁ ବିରୋଧ କରୁଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ୍.କେ. ଷ୍ଟାଲିନ୍ । ସପକ୍ଷରେ ରାଜନୈତିକ ଦଳଙ୍କ ସମର୍ଥନ ଚାହୁଁଛନ୍ତି । ଷ୍ଟାଲିନଙ୍କ ନିର୍ଦ୍ଦେଶ କ୍ରମେ ତାମିଲନାଡୁ ସାଂସଦ ଦୟାନିଧି ମାରନ୍ ଓ ଆଇଟି ମନ୍ତ୍ରୀ ପି. ଥିଆଗରାଜନ ଓଡ଼ିଶା ଆସି ନବୀନଙ୍କୁ ଭେଟିଛନ୍ତି। ଜନସଂଖ୍ୟା ଆଧାରିତ ସୀମା ପୁନଃ ନିର୍ଦ୍ଧାରଣକୁ ବିରୋଧ କରି ଚେନ୍ନାଇରେ ଚଳିତ ମାସ ୨୨ ତାରିଖରେ ବସିବାକୁ ପ୍ରଥମ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି । ଆଉ ନବୀନ ବି ମିଟିଂରେ ଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସୀମା ପୁନଃନିର୍ଦ୍ଧାରଣ ହେଲେ ଓଡ଼ିଶା କ୍ଷତି ସହିବ ଏବଂ ଆନୁପାତିକ ଭାବେ ବିଧାନସଭା ଓ ସଂସଦୀୟ କ୍ଷେତ୍ରରେ ସିଟ୍ ବି କମି ଯିବ ବୋଲି କହିଛି ବିଜେଡି । ବିଜେଡି ଶାସନରୁ ଯିବା ପରେ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାକୁ ବିରୋଧ ଆରମ୍ଭ କରିଛି ।


ନବୀନଙ୍କ ଏ ନିଷ୍ପତ୍ତି ପଛରେ ପାଣ୍ଡିଆନ୍ ବୋଲି ପରୋକ୍ଷରେ କହି କଡ଼ା ସମାଲୋଚନା କରିଛି ବିଜେପି । ବିଜୁ ବାବୁ ସୀମା ପୁନଃ ନିର୍ଦ୍ଧାରଣକୁ ସମର୍ଥନ କରୁଥିଲେ। କିନ୍ତୁ ନବୀନ ବାବୁ ଏହାକୁ ବିରୋଧ କରିବା ଭିନ୍ନ ଅର୍ଥ ଦର୍ଶାଉଥିବା କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । 2026ରେ ଜନସଂଖ୍ୟା ଆଧାରରେ ସୀମା ପୁନଃ ନିର୍ଦ୍ଧାରଣ କରିବାକୁ ପ୍ରସ୍ତୁତ ହେଉଛନ୍ତି କେନ୍ଦ୍ର ସରକାର । ଯାହାକୁ ଖୋଲାଖୋଲି ବିରୋଧ କରୁଛନ୍ତି ତାମିଲନାଡୁ ସମେତ ଦକ୍ଷିଣ ଭାରତର କିଛି ରାଜ୍ୟ। ସେମାନଙ୍କ ଯୁକ୍ତି, ଜନସଂଖ୍ୟା ଆଧାରରେ ସୀମା ପୁନଃ ନିର୍ଦ୍ଧାରଣ ହେଲେ ଜନସଂଖ୍ୟା ନିୟନ୍ତ୍ରଣ କରୁଥିବା ରାଜ୍ୟ ଗୁଡିକରେ ସିଟ୍ ସଂଖ୍ୟା କମିବ ଏବଂ ଜନସଂଖ୍ୟା ବହୁଳ ରାଜ୍ୟରେ ସିଟ୍ ବଢିବ । ଯଦିଓ କିଛି ଦିନ ତଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏଭଳି ଆଶଙ୍କାକୁ ଖଣ୍ଡନ କରିଛନ୍ତି। ତଥାପି ଷ୍ଟାଲିନ୍ ଏହାକୁ ବିରୋଧ କରି ଓଡ଼ିଶା ସମେତ 7 ରାଜ୍ୟର ସମର୍ଥନ ଲୋଡ଼ୁଛନ୍ତି । ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, କର୍ଣ୍ଣାଟକ, କେରଳ ଓ ତେଲେଙ୍ଗାନାର ରାଜନୈତିକ ଦଳ ଓ ସରକାରୀ ଦଳକୁ ବୈଠକକୁ ନିମନ୍ତ୍ରଣ କରିଛନ୍ତି ଷ୍ଟାଲିନ୍। ଏହାକୁ ନବୀନଙ୍କ ସମର୍ଥନ ବିଜେଡିର ଭିନ୍ନ ଗତିକୁ ସୂଚାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
after-the-defeat-in-odisha-bjd-wants-an-active-role-in-national-politics | Argus News