Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ହାରିବା ପରେ ଅନ୍ଧାର କରିଦେଲା ବଡ଼ଦେଉଳ 

Manini Pattanayak
Browse all articles by Manini Pattanayak
·2 years ago·2 min read
ବିଜେଡି ହାରିବା ପରେ ଅନ୍ଧାର କରିଦେଲା ବଡ଼ଦେଉଳ 

ପୁରୀ: ବିଜେଡି ହାରିବା ପରେ ଅନ୍ଧାରରେ ବଡ଼ ଦେଉଳ ।  ପୂର୍ବରୁ  ଲାଇଟ୍‌ରେ ଝିଲିମିଲି ହେଉଥିଲା ଶ୍ରୀମନ୍ଦିର, ହେଲେ ଏବେ ପୂରା ଅନ୍ଧକାର ମୟ । ଦୃଶ୍ୟ ଦେଖିବା ପରେ ଆପଣଙ୍କୁ ବି କଷ୍ଟ ଲାଗିବ, ଆଉ ପ୍ରଶ୍ନ କରିବେ ପରାଜୟର ରାଗ ଜଗନ୍ନାଥଙ୍କ ଉପରେ କାହିଁକି ? ଆଉ ନୁହେଁ ତ କଣ? କୋଟି ଓଡ଼ିଆଙ୍କ ମଉଡମଣି ଜଗାର ଶ୍ରୀମନ୍ଦିର ଅନ୍ଧାର କରିଦେଲା ବିଜେଡି । ରାଜ୍ୟରେ ବିଜେଡି ସରକାରର ପତ୍ତନ ପରେ ଶ୍ରୀମନ୍ଦିର ଚାରିପଟୁ ଖୋଲି ଦେଲା ଲାଇଟ୍। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଚାରିପଟେ ଲଗାଯାଇଥିଲା ବଡ଼ ବଡ଼ ଲାଇଟ୍ । ରାତିରେ  ଚମକୁଥିଲା ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ । ରାତାରାତି ଲାଇଟ୍ ଖୋଲିନେଲେ ଠିକାଦାର । ନିର୍ବାଚନ ଫଳାଫଳ ଘୋଷଣା ପରେ ଲାଇଟ୍  ଖୋଲିନେିଛନ୍ତି ବିଜେଡି ସମର୍ଥିତ  ଠିକାଦାର ।   ତେବେ ଶ୍ରୀମନ୍ଦିର ଆଲୋକୀକରଣ ବନ୍ଦ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ପରେ  ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ରିଭ୍ୟୁ ବୈଠକ ଆରମ୍ଭ  ହୋଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସଭାକକ୍ଷ ରେ ଜାରି ରଖିଛି ବୈଠକ। ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ପୁରୀ ଜିଲ୍ଲାପାଳ, ଏସପି ଓ ଅନ୍ୟ ସେବାୟତ ପ୍ରତିନିଧି ଉପସ୍ଥିତ । 
ହେଲେ ଏପରି ହିନମାନସିକତା କାହିଁକି ?  ଏହାର ଘୋର ନିନ୍ଦା କରୁଛନ୍ତି ସାଧାରଣ ଜନତା। ସରକାର ଆସିବ ଯିବ.. କିଏ ହାରିବ ଜିତିବା ଏହା ଗଣତନ୍ତ୍ରର ଲକ୍ଷଣ।  ହେଲେ  ପରାଜୟର ରାଗରେ ଠାକୁରଙ୍କ ଲାଇଟ୍‌ ଖୋଲିନେବା ଅତ୍ୟନ୍ତ  ନିନ୍ଦନୀୟ କଥା ବୋଲି କହିଛନ୍ତି ଶ୍ରଦ୍ଧାଳୁ।  କୁହାଯାଉଛି  ଜାଣିଶୁଣି ଠିକାଦାର ଏଭଳି ଆଲୋକୀକରଣ ବ୍ୟବସ୍ଥାକୁ ବନ୍ଦ କରି ଦେଇଛନ୍ତି ଓ ଲାଇଟ୍ ସବୁ ଖୋଲି ନେଇଯାଇଛନ୍ତି।  କୁହାଯାଉଛି  ୪ ତାରିଖ ଫଳାଫଳ ଘୋଷଣା ପରେ  ପରେ ଏହି ଲାଇଟ୍‌କୁ ଲଗାଇଥିବା ଠିକାଦାର ଖୋଲି ନେଇଛନ୍ତି। ଏହାକୁ ନେଇ ଦେଖାଦେଇଛି  ପ୍ରବଳ  ଅସନ୍ତୋଷ । 
ଅଧିକ ଦେଖନ୍ତୁ: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After the defeat of BJD, Sreemandir it became dark | Argus News