Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ଥାନୀୟ ଲୋକଙ୍କ ହଲ୍ଲାବୋଲ ପରେ ଚେହିଁଲା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ

Manini Pattanayak
Browse all articles by Manini Pattanayak
·2 years ago·2 min read
ସ୍ଥାନୀୟ ଲୋକଙ୍କ ହଲ୍ଲାବୋଲ ପରେ ଚେହିଁଲା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ

କେନ୍ଦ୍ରାପଡ଼ା:  ସ୍ଥାନୀୟ ଲୋକଙ୍କ ହଲ୍ଲାବୋଲ ପରେ ଭାଙ୍ଗିଲା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନର ନିଦ...ଧ୍ରୁବ ସାହୁଙ୍କ ହୋଟେଲ ସ୍ବାଦ ବେଆଇନ୍ କି ନୁହେଁ କରାଯିବ ତଦନ୍ତ...ଆଜି ଯାଏ କାହା ଚାପରେ ଚୁପ୍ ବସିଥିଲେ ଜିଲ୍ଲାପାଳ...ବଲେ ବଲେ ଢାବା ପରି ଧ୍ରୁବଙ୍କ ସ୍ବାଦରେ ଲାଗିବ କି ଲଟକା। ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ଆଲିଶାନ ସ୍ବାଦ ହୋଟେଲ ବିରୋଧରେ ସ୍ଥାନୀୟ ଲୋକଙ୍କ ହଲ୍ଲାବୋଲ ପରେ ଭାଙ୍ଗିଲା କେନ୍ଦ୍ରାପଡ଼ା ଜିଲ୍ଲା ପଶାସନର ନିଦ। ହୋଟେଲ ନିର୍ମାଣ ବେଇଆଇ କି ନୁହେଁ। ଜଙ୍ଗଲ ଜମି, ଶ୍ମଶାନ ଜମି ଓ ସ୍କଲୁ ଖେଳପଡ଼ିଆକୁ ଜବର ଦଖଲ କରି ହୋଟେଲ ନିର୍ମାଣ ହୋଇଛି କି ନାହିଁ କରାଯିବ ତଦନ୍ତ। ଶନିବାର ଖୋଦ୍ ଜିଲ୍ଲାପାଳ ତହସିଲଦାରଙ୍କୁ ସାଙ୍ଗରେ ନେଇ ହୋଟେଲ ସ୍ବାଦ ବିରୋଧରେ ଆସିଥିବା ଅଭିଯୋଗର କରିବେ ତଦନ୍ତ। 

ଅଭିଯୋଗ ରାଜନଗର ବିଜେଡି ବିଧାୟକ ଧ୍ରୁବ ସାହୁ ନିଜ କ୍ଷମତାର ଦୁରୁପଯୋଗ କରି ଦେଢ ଏକର ଜଙ୍ଗଲ ଜମିରେ ଛିଡ଼ାକରିଛନ୍ତି ହୋଟେଲ ଓ ରେଷ୍ଟୁରାଣ୍ଟ। ଏ ନେଇ ଅର୍ଗସରେ ବାରମ୍ବାର ଖବର  ପ୍ରସାରଣ ପରେ  ବୁଧବାର ହୋଟେଲର ଗେଟରେ ତାଲା ପକାଇ ଦିଆଯିବା ସହ। ଖୋଲି ନିଆଯାଇଛି ସିସିଟିଭି। ହେଲେ ଭିତର ଚିତ୍ର ଦେଖନ୍ତୁ...  ଭିତର କନିକା ଅଭୟାରଣ୍ୟରେ ଲୋକଙ୍କୁ ବୁଲାଇବା ଲଗି ବ୍ୟାଟରୀ ଗାଡିର ବ୍ୟବସ୍ଥା ବି ଅଛି...  ସରକାରୀ କାଗଜ ପତ୍ର କହୁଛି  ରାଜନଗର ଭିତରକନିକା ଅଭୟାରଣ୍ୟ ନିକଟ ବାଙ୍କୁଆଳରେ 24 ଡେସମଲ ଜମି ସୂର୍ଯ୍ୟ ଲେଙ୍କାଙ୍କ ନାଁରେ ରହିଛି..  ଲୋକଙ୍କ ଅଭିଯୋଗ ଏ ଘରୋଇ ଜମିକୁ ଲାଗି ଉତ୍ତରରେ ଥିବା ଜଙ୍ଗଲ ଜମିକୁ ବେଆଇନ ଜବରଦଖଲ କରିଛନ୍ତି ଧ୍ରୁବ ସାହୁ..  ନାଁ ସୂର୍ଯ୍ୟଙ୍କର ହେଲେ କାମ ଧ୍ରୁବଙ୍କର.. ଦକ୍ଷିଣ ପଟରେ ଥିବା  ସ୍କୁଲ ଖେଳପଡିଆର 6 ଡିସମିଲ ଜମିକୁ ବି ନେଇଛନ୍ତି ନିଜ କବଜାକୁ.. କେବଳ ଏତିକୁ ନୁହେଁ  ଗାଁ ଲୋକଙ୍କ ଶ୍ମଶାନ ଜମି ମଧ୍ୟ ବାଦ ପଡିନି ଧ୍ରୁବଙ୍କ ଲୋଲୁପ ଦୃଷ୍ଟିରୁ.. ଯାହାର ପ୍ରତିବାଦରେ ବୁଧବାର ଧ୍ରବୁଙ୍କ ସ୍ବାଦ ହୋଟେଲ ଆଗରେ ବିକ୍ଷୋଭ କରିଥିଲେ ଗାଁ ଲୋକେ। 

 ଅଭିଯୋଗ ଧ୍ରୁବଙ୍କ ସ୍ବାଦରେ ବିଜେଡି ସରକାରର ମନ୍ତ୍ରୀ ନେତା କରୁଥିଲେ କ୍ୟାମ୍ପ। ନିର୍ବାଚନ ବେଳେ ରିତିମତ ଯାଉଥିଲେ ବଡ ନେତା।  ଏଠି  ରାତି କାଟୁଥିଲେ ଅଭିନେତ୍ରୀ.. ଲୋକଙ୍କ ଅଭିଯୋଗ, ବଲେ ବଲେ କେଳେଙ୍କାରୀରେ ଥିବା ଅଭିନେତ୍ରୀ ବି ଡେରା ପକାଉଥିଲେ ଧ୍ରୁବଙ୍କ ସ୍ବାଦରେ। 2019ରୁ ରାଜନଗରର ବିଧାୟକ ଅଛନ୍ତି ଧ୍ରୁବ ସାହୁ...ନଜି ପ୍ରଭାବ ଓ କ୍ଷମତା ବଳରେ ଜଙ୍ଗଲ ଜମି ଜବର ଦଖଲ କରିଥିଲେ ବି ଏଠି ଚୁପ ବସିଥିଲା ଜିଲ୍ଲା ପ୍ରଶାସନ ଓ ବନବିଭାଗ। ଏନେଇ କ୍ୟାମେରା ଆଗରେ ନା ମୁହଁ ଖୋଲୁଛନ୍ତି ଜିଲ୍ଲାପାଳ ନା ବନ ବିଭାଗ ଅଧିକାରୀ। ହେଲେ  ପ୍ରଶ୍ନ କେଉଁ  ଅଦୃଶ୍ୟ ଶକ୍ତିର ଚାପରେ ସମସ୍ତେ ଚୁପ। ବିଜେଡି ମୁଖିଆ କହିବେ କି କେଉଁ ଜନସ୍ବାର୍ଥ ପାଇଁ  ଜଙ୍ଗଲ ଜମି ଜବର ଦଖଲ କରିଛନ୍ତି ତାଙ୍କ ବିଧାୟକ... କାହିଁକି ଚୁପ ନବୀନ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
After the uproar of the local people, the Kendrapara district administration acted | Argus News