Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗୁଣି ଗାରେଡି ସନ୍ଦେହରେ ଗାଁରେ ବୁଲିଲା ଖଟ , ୬ ଜଣ ଗିରଫ

Odisha

ଗୁଣି ଗାରେଡି ସନ୍ଦେହରେ ଗାଁରେ ବୁଲିଲା ଖଟ , ୬ ଜଣ ଗିରଫ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଗୁଣି ଗାରେଡି ସନ୍ଦେହରେ ଗାଁରେ ବୁଲିଲା ଖଟ , ୬ ଜଣ ଗିରଫ

ମାଲକାନଗିରି : ମାଲକାନଗିରିରେ ଗୁଣି ଗାରେଡି ସନ୍ଦେହରେ ବୁଲିଲା ଖଟ । ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ୍ । ପୁରା ଘଟଣା ଏପରି ଥିଲା,ମାଲକାନଗିରି ଓର୍କେଲ ଥାନା ଚିତାପାରି-୪ ଗାଁରେ କିଛିଦିନ ହେଲା ଏକାଧିକ ଲୋକଙ୍କ ଆକସ୍ମିକ ମୃତ୍ୟୁ ହେଉଛି । ଗାଁର କେହି ବ୍ୟକ୍ତି ଗୁଣି ଗାରେଡି କରି ଲୋକଙ୍କୁ ମାରୁଥିବାର ସନ୍ଦେହ କରି ଗ୍ରାମବାସୀ କରିଥିଲେ ପୂଜାପାଠ । ଏଥିପାଇଁ ପଡୋଶୀ ରାଜ୍ୟ ଛତିଶଗଡ଼ ବସ୍ତର ଜିଲ୍ଲାରୁ ଗୁଣିଆକୁ ଡାକି ଗାଁ ସାରା ବୁଲିଲା ଖଟ ବୁଲାଇବା ନାଚଗୀତ କରିଥିଲେ । ଗାଁର ସମସ୍ତଙ୍କ ମୁଣ୍ଡ ଉପରେ ଖଟିଆ ଧରି ବୁଲାଯାଇଥିଲା ।


ଆଉ ଏସବୁ କରିବା ପାଇଁ ଗାଁରେ ପ୍ରତି ଘର ପିଛା 3000 ଟଙ୍କା ଚାନ୍ଦା ଆଦାୟ କରି ମହାଜନଠୁ କରଜ ଓ ଗାଁ ମନ୍ଦିର ଜମି ବନ୍ଧା ରଖି ଗୁଣିଆକୁ ୩ ଲକ୍ଷ ଟଙ୍କା, ୨ଟି କଳା ଛେଳି ଓ ଅନ୍ୟାନ୍ୟ ଖର୍ଚ୍ଚ ଦିଆଯାଇଛି । ଶେଷରେ ଗାଁରେ ଲୋକଙ୍କ ମୃତ୍ୟୁ ପାଇଁ ଜଣେ 80 ବର୍ଷରୁ ଅଧିକ ବୟସ୍କ ବୃଦ୍ଧାଙ୍କୁ ଦାୟୀ କରାଯାଇଥିଲା । ଯେଉଁଥିରେ ଆକ୍ସନ୍ ନେଇଛି ଓର୍କେଲ ପୋଲିସ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Again black magic allegation against malkangiri chitapari village | Argus News