ଏମାରମଠ ପରିସରରୁ ଗୁପ୍ତଧନକୁ କରାଯାଉଛି କି ହରିଲୁଟ୍ ?

ପୁରୀ: ପୁଣି ଚର୍ଚ୍ଚାରେ ଏମାରମଠ । ପୂର୍ବରୁ ରୂପା ଇଟା, ପରେ ଦୁଇ ଦୁଇଟି ଐତିହ୍ୟ ସିଂହମୂର୍ତ୍ତି ଓ ଚଟାଣ ଠାବ । ଆଉ ଏବେ ଏମାରମଠକୁ ନେଇ ଦେଖାଯାଇଛି ବିବାଦ । ଶ୍ରୀମନ୍ଦିର ମେଘନାଦ ପାଚେରୀ ଠାରୁ 100 ମିଟର ପରିଧି ବାହାରେ ଅର୍ଥାତ ଏମାରମଠ ପରିସରରେ ନିର୍ମାଣ ହେଉଛି ନୂତନ କନଷ୍ଟ୍ରକସନ୍ । ପ୍ରାୟ 50 ଫୁଟର ଗାତ ଖୋଳି ନୂଆ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ଏହାକୁ ନେଇ ଉପୁଜିଛି ବିବାଦ । ଜିପିଆରଏସ୍ ରିପୋର୍ଟ ସାର୍ବଜନୀନ ନକରି କିଭଳି ବଡବଡ ଗାତ ଖୋଳାଯାଉଛି ସେନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ବୁଦ୍ଧିଜୀବୀ ।
2021ରେ ଐତିହ୍ୟ ସମ୍ପନ୍ନ ଏମାରମଠରୁ ଦୁଇ ଦୁଇଟି ସିଂହମୂର୍ତ୍ତି ଓ ଚଟାଣ ଠାବ ହେବାପରେ ଚାରି ଦିନ ବ୍ୟାପି ଜିପିଆରଏସ୍ କରାଯାଇଥିଲା । ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଛଡା ଏମାରମଠ ପରିସରରୁ ଠାବ ହୋଇଥିବା ସିଂହମୂର୍ତ୍ତି ଓ ଚଟାଣ ଅଞ୍ଚଳରୁ ପ୍ରାୟ 60 ହଜାର ବର୍ଗଫୁଟ ଅଞ୍ଚଳରେ ଜିପିଆରଏସ୍ ହୋଇଥିବାବେଳେ ଏହାର ରିପୋର୍ଟକୁ ଚାପି ରଖିଛି ଓବିସିସି ।
📱 Get Argus News App
✨18.5.2022ରେ ପ୍ରାୟ 41ଲକ୍ଷ ଟଙ୍କା ଜିପିଆରଏସ୍ ପାଇଁ ଓବିସିସି ପକ୍ଷରୁ ଗାନ୍ଧୀନଗର ଆଇଆଇଟିକୁ ଚେକ୍ ଆକାରରେ ପ୍ରଦାନ କରାଯାଇଛି । ତେବେ ଜିପିଆରଏସ୍ ରିପୋର୍ଟକୁ ସାର୍ବଜନୀନ ନକରି ପୁଣି ବଡବଡ ଗାତ ଖୋଳି ନୂତନ ନିର୍ମାଣ କରିବା ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ବୋଲି ମତ ପ୍ରକାଶ ପାଇଛି ।
ଏବେବି ଏମାରମଠ ମାଟିତଳେ ଗୁପ୍ତଧନ ରହିଥିବା ଦୃଢୋକ୍ତିର ସହ ବୁଦ୍ଧିଜୀବୀ ମାନେ କହିଥିବା ବେଳେ ଲୁଟ୍ କରିବା ଉଦେଶ୍ୟରେ ଓବିସିସି ଜିପିଆରଏସ୍ ରିପୋର୍ଟକୁ ସାର୍ବଜନୀନ କରୁନାହିଁ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି।
ରାତି ଅଧିଆ ଜେସିବି ଲଗାଇ ବଡ ବଡ ଗାତ ଖୋଳି ଏମାରମଠ ପରିସରରୁ ଗୁପ୍ତଧନକୁ କରାଯାଉଛି କି ହରିଲୁଟ୍ ? ନିର୍ମାଣ କାର୍ଯ୍ୟରେ ରହୁଛି ତ ସ୍ୱଚ୍ଛତା ? ନା ଜିପିଆରଏସ୍ ରିପୋର୍ଟରେ ଗୁପ୍ତଧନ ମିଳିଥିବା ତଥ୍ୟ ଯୋଗୁଁ ତରବରିଆ ଭାବେ ଏହାକୁ ସାର୍ବଜନୀନ ନକରି କରାଯାଉଛି ଗାୟବ ତାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ଜିପିଆରଏସ୍ ରିପୋର୍ଟ ପରିଚାଳନା କମିଟିରେ ଉପସ୍ଥାପନ ନହେବାରୁ କ୍ଷୋଭ ପ୍ରକାଶ କରିଛନ୍ତି କମିଟିର ସଦସ୍ୟ ମାଧବ ପୂଜାପଣ୍ଡା । ପୂର୍ବରୁ ଏମାରମଠରୁ ଅନେକ ଗୁପ୍ତଧନ ମିଳିଥିବା ବେଳେ ଏବେବି ସେଠାରେ ଗୁପ୍ତଧନ ରହିଥିବା ଆଶଙ୍କା କରିଛନ୍ତି କମିଟିର ସଦସ୍ୟ ମାଧବ ପୂଜାପଣ୍ଡା । ପରିଚାଳନା କମିଟି ବୈଠକରେ ଜିପିଆରଏସ୍ ରିପୋର୍ଟ ହେଵ ତ ସାର୍ବଜନୀନ ? ଏଭଳି ଅନେକ ଅସମାହିତ ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟି ହୋଇଛି।