|
logo
Live

Argus News - ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

Odisha

ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

Smruti Parija
Browse all articles by Smruti Parija
·1 year ago·1 min read
ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

Key Points

ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ନୋ ଫ୍ଲାଇଁ ଜୋନରେ ଉଡିଲା ଡ୍ରୋନ । ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ । ୩୦ ମିନିଟ୍ ଯାଏଁ ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍ । ଶ୍ରୀମନ୍ଦିର ନୀଳଚକ୍ର ଉପରେ ଓ ଚାରିପଟେ ଉଡିଲା ଡ୍ରୋନ୍ । ବରାମ୍ବାର ଏପରି ଘଟଣା ସାମନାକୁ ଆସୁଥିବାବେଳେ ଲୋକଙ୍କ ମଧ୍ୟରେ ଏନେଇ ଅସନ୍ତୋଷ ପ୍ରକାଶ ପାଇଛି ।


ଆଜି ଭୋର 4.10 ମିନିଟରେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ପ୍ରାୟ ଅଧଘଣ୍ଟା ଧରି ଡ୍ରୋନ୍ ଉଡିଥିଲା। ପ୍ରଥମେ ଉତ୍ତରପାର୍ଶ୍ବ ମଠରୁ ଆସି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିବା ପରେ ପୁର୍ନବାର ସିଂହଦ୍ଵାର ବାହାରକୁ ଆସି ଉଡିଥିଲା ଡ୍ରୋନ୍ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ନିଷିଦ୍ଧାଞ୍ଚଳରେ କିଏ ଓ କାହିଁକି ଉଡାଇଲା ଡ୍ରୋନ ତାକୁ ନେଇ ଉଠିଛି ପ୍ରଶ୍ନ । ଗତବର୍ଷ ଜଣେ ୟୁଟ୍ୟୁବର୍ ଡ୍ରୋନ୍ ଉଡ଼ାଇ ଭିଡିଓ ଫଟୋ ଉତ୍ତୋଳନ କଲାବେଳେ ହୋଇଥିଲା ତୁମ୍ବି ତୋଫାନ।ତାଙ୍କ ବିରୋଧରେ ମାମଲା ହୋଇଥିବାବେଳେ ଶ୍ରୀମନ୍ଦିର ଓ ଏହାର ୧୦୦ ମିଟର ପରିଧିରେ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଥିଲା ।


ଏଥିପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା । ପୁଣି ତ୍ରିସ୍ତରୀୟ ସୁରକ୍ଷାର ନାକ ତଳେ ଘଟିଛି ଏଭଳି ଅଘଟଣ ।


Sponsored
ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ | Argus News