Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯେତେ ମନା କଲେ ବି ଅମାନିଆ ସେବାୟତ, ମହାପ୍ରଭୁଙ୍କୁ ଛୁଇଁଲେ ଅଣସେବାୟତ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଯେତେ ମନା କଲେ ବି ଅମାନିଆ ସେବାୟତ, ମହାପ୍ରଭୁଙ୍କୁ ଛୁଇଁଲେ ଅଣସେବାୟତ

Key Points

ନିୟମ ମାନିବାକୁ ନାରାଜ ସେବାୟତ ।

ନିୟମ ଉଲଂଘନ ହେଉଥିଲେ ମଧ୍ୟ ଉପସ୍ଥିତ ଅଧିକାରୀ ଚୁପ୍‌ ।

ଏସ୍‌ପି କହିଲେ, ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ ।

ଆମନିଆ ସେବକଙ୍କ ଯୋଗୁଁ ଶ୍ରୀଅଙ୍ଗ ସ୍ପର୍ଶ କଲେ ସଂଖ୍ୟାଧିକ ଶ୍ରଦ୍ଧାଳୁ ଓ ଅଣସେବକ । ସ୍ନାନ ପୂର୍ଣ୍ଣିମା ମାର୍ଗ ଦର୍ଶିକାକୁ କିଛି ସେବକ କଲେ ବେଖାତିର। ଶ୍ରୀଅଙ୍ଗ ସ୍ପର୍ଶ ନକରିବାକୁ ୧୪ ବର୍ଷ ତଳୁ ଜାରି ହୋଇଛି ମାର୍ଗ ଦର୍ଶିକା । ହେଲେ କିଛି ଅମାନିଆ ସେବାୟତ ନିୟମିତ ଭାବେ କରିଆସୁଛନ୍ତି ନିୟମ ଉଲ୍ଲଂଘନ । ଚଳିତ ଥର ସ୍ନାନଯାତ୍ରା ନୀତି ଶୃଙ୍ଖଳିତ ଭାବେ ଶେଷ ହୋଇଥିଲେ ହେଁ ଭକ୍ତଙ୍କୁ ଶ୍ରୀଅଙ୍ଗ ସ୍ପର୍ଶ କରାଇବାରେ ସହଯୋଗ କରି କିଛି ସେବକ ବ୍ୟବସ୍ଥାବଳୀ ଅନୂପାଳନରେ ଦାଗ ଲଗାଇଛନ୍ତି । ଭିଡିଓ ଫୁଟେଜ ଦେଖି ପଦକ୍ଷେପ ନେବୁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ଏସପି କହିଛନ୍ତି ସଠିକ୍ ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସ୍ନାନ ମଣ୍ଡପରେ ଦେଖିବାକୁ ମିଳିଲା ଅଲୋଡ଼ା ଦୃଶ୍ୟ । ଶ୍ରଦ୍ଧାଳୁଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସ୍ପର୍ଶ ପାଇଁ ସହଯୋଗ କରିଛନ୍ତି ସେବକ । ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ସ୍ନାନ ବେଦୀରେ ସ୍ପର୍ଶ କରିଛନ୍ତି । କଟକଣାକୁ ମାନିନାହାନ୍ତି । ଉପସ୍ଥିତ ସୁରକ୍ଷା କର୍ମୀ ବି ଚୁପ୍ । ସୁରୁଖୁରୁରେ, ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥିବା ସ୍ନାନଯାତ୍ରାରେ କିଛି ଅମାନିଆ ସେବକଙ୍କ ଯୋଗୁଁ ଏପରି ଘଟଣା ଘଟିଛି । ଭିଡିଓ ଫୁଟେଜରେ ଦେଖାଯାଇଛି ଠେଲାପେଲା ହୋଇ ଅନେକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସ୍ପର୍ଶ କରିଛନ୍ତି । ସେବକମାନେ ନିଜ ଯାତ୍ରୀମାନଙ୍କୁ ଏଭଳି କରିବାକୁ ସୁଯୋଗ ଦେଇଛନ୍ତି । ସେତେବେଳେ ଉପସ୍ଥିତ ଅଧିକାରୀମାନେ ବି ଚୁପ ଥିଲେ । ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସେବକ ଓ ବୁଦ୍ଧିଜୀବୀ ।

୨୦୧୪ ମସିହାରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ସେବକ ନିଯୋଗ ମାନଙ୍କ ବ୍ୟତୀତ ଅନ୍ୟ କେହି ଶ୍ରୀଅଙ୍ଗ ସ୍ପର୍ଶ ନକରିବାକୁ ଏସଓପି ହୋଇଛି । ହେଲେ ପ୍ରତି ବର୍ଷ ଏହାର ବ୍ୟତିକ୍ରମ ଘଟୁଛି । ଶ୍ରୀଅଙ୍ଗ ସ୍ପର୍ଶ କରିବାକୁ ଯାତ୍ରୀଙ୍କୁ ସହଯୋଗ କରୁଛନ୍ତି ସେବକ । ଚଳିତ ଥର ଏହି ନିୟମ ବିଷୟରେ ସେମାନଙ୍କୁ ଚେତାଇ ଦିଆଯିବା ସହ ବୈଠକ ମଧ୍ୟ କରାଯାଇଥିଲା । ଏସଓପି ଆଧାରରେ ସବୁକିଛି କରିବାକୁ ପରାମର୍ଶ ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କିନ୍ତୁ ଏହାର ଅନୁପାଳନରେ କିଛି ଟା ବ୍ୟତିକ୍ରମ ଦେଖାଦେଇଛି । ସଠିକ୍ ଯାଞ୍ଚ ଓ ଭିଡିଓ ଫୁଟେଜ ଦେଖିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଏସପି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Again Sevayat violated the SOP of the Srimandir | Argus News