ବଢ଼ିଲା ଭାରତର ଶତ୍ରୁଙ୍କ ଚିନ୍ତା ! ଓଡ଼ିଶାରେ 'Agni 5' ବାଲିଷ୍ଟିକ ମିସାଇଲ୍ର ପରୀକ୍ଷଣ ସଫଳ

Key Points
ଏହି ମିସାଇଲକୁ ଡିଆରଡିଓ ବିକଶିତ କରିଛି । ପରମାଣୁ କ୍ଷମତା ସମ୍ପନ୍ନ ଏହି ବାଲିଷ୍ଟିକ ମିସାଇଲ୍ର ମାରକ କ୍ଷମତା ୫ ହଜାର କିଲୋମିଟରରୁ ଅଧିକ ।
ବାଲେଶ୍ଵର/ନୂଆଦିଲ୍ଲୀ: ବଢ଼ିଲା ବଳ, ରକ୍ଷା କ୍ଷମତାକୁ ମିଳିଲା ନୂଆ ଶକ୍ତି । ବୁଧବାର ଭାରତର ରକ୍ଷା କ୍ଷମତା ଆହୁରି ମଜଭୁତ ହୋଇଛି । ସ୍ଵଦେଶୀ ଭାବେ ବିକଶିତ ଅଗ୍ନି-୫ ମଧ୍ୟମ ଦୂରଗାମୀ ବାଲିଷ୍ଟିକ ମିସାଇଲ୍ (IRBM)ର ସଫଳ ପରୀକ୍ଷଣ କରାଯାଇଛି । ଓଡ଼ିଶାର ଚାନ୍ଦିପୁର ଅବ୍ଦୁଲ ଲାମ ଦ୍ଵୀପରୁ ଏହି ପରୀକ୍ଷଣ କରାଯାଇଛି । ଯାହା ଭାରତର ସାମରିକ ଶକ୍ତି ବଢ଼ାଇବା ଦିଗରେ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଅଗ୍ନି-୫ ପରୀକ୍ଷଣ ସଫଳ ହୋଇଥିବା ଜଣାଇଛି । ଏହି ପରୀକ୍ଷଣ ସମସ୍ତ ପରିଚାଳନା ଓ ବୈଷୟିକ ମାନଦଣ୍ଡରେ ସଫଳ ହୋଇଛି । ଏହି ମିସାଇଲକୁ ଡିଆରଡିଓ ବିକଶିତ କରିଛି । ପରମାଣୁ କ୍ଷମତା ସମ୍ପନ୍ନ ଏହି ବାଲିଷ୍ଟିକ ମିସାଇଲ୍ର ମାରକ କ୍ଷମତା ୫ ହଜାର କିଲୋମିଟରରୁ ଅଧିକ । ଏହା ଅଗ୍ନି ସିରିଜ୍ର ସବୁଠୁ ଶକ୍ତିଶାଳୀ ମିସାଇଲ୍ । ଏହା ରାଡାରରେ ପାକିସ୍ତାନ ସହ ଚୀନ ଆସୁଛି ।
ଏହା ୩ଟି ପର୍ଯ୍ୟାୟ ବିଶିଷ୍ଟ ନିର୍ଦ୍ଦିଷ୍ଟ ଇନ୍ଧନ ଦ୍ଵାରା ସଞ୍ଚାଳିତ ମିସାଇଲ୍ । ଯାହାର ଲମ୍ବ ୧୭ ମିଟର ହୋଇଥିବା ବେଳେ ଚଉଡ଼ା ୨ ମିଟର । ଏହି ବାଲିଷ୍ଟିକ ମିସାଇଲ୍ର ଓଜନର ପ୍ରାୟ ୫୦ ଟନ୍ ହୋଇଥିବା ବେଳେ ଏହା ୧.୫ ଟନ୍ ପର୍ଯ୍ୟନ୍ତ ପରମାଣୁ ଅସ୍ତ୍ରଶସ୍ତ୍ର ନେବାରେ ସକ୍ଷମ ଅଟେ ।
📱 Get Argus News App
✨
ଅଗ୍ନି-୫ରେ MIRV ଟେକ୍ନୋଲୋଜି ରହିଛି । ଏହି ମିସାଇଲ୍କୁ ଯେ କୌଣସି ସ୍ଥାନରେ ସହଜରେ ଓ ଶୀଘ୍ର ମୁତୟନ କରାଯାଇ ପାରିବ । ଲମ୍ବା ସମୟ ପର୍ଯ୍ୟନ୍ତ ଗଚ୍ଛିତ ରଖିବା, ଆବଶ୍ୟକ ସ୍ଥଳେ ଅନ୍ୟତ୍ର ପରିବହନ ଓ ଶୀଘ୍ର ଉତକ୍ଷେପଣ ପାଇଁ କ୍ୟାନିଷ୍ଟରାଇଜ୍ଡ ଲଞ୍ଚ୍ ସିଷ୍ଟମରେ ଡିଜାଇନ୍ କରାଯାଇଛି । ଏହାଛଡ଼ା ଏଥିରେ ଉନ୍ନତ ନ୍ୟାଭିଗେସନ୍ ସିଷ୍ଟମ ରହିଛି ।