Videos
|
Odisha

ଲାଞ୍ଚ ନେଉଥିବାବେଳେ ଧରାପଡିଲେ କୃଷ୍ଟି କର୍ମଚାରୀ

Banajyotshna Ray
Browse all articles by Banajyotshna Ray
·1 year ago
ଲାଞ୍ଚ ନେଉଥିବାବେଳେ ଧରାପଡିଲେ କୃଷ୍ଟି କର୍ମଚାରୀ

ଭିଜିଲାନ୍ସ ଜାଲରେ କୃଷି କର୍ମଚାରୀ । ନବରଙ୍ଗପୁର, ଭିଜିଲାନ୍ସ ଜାଲରେ ଉମରକୋଟ କୃଷି ବିଭାଗର ଦୁଇ କର୍ମଚାରୀ । ଜଣେ ଚାଷୀଙ୍କ ଠାରୁ ଜଳନିଧି ଯୋଜନାର ସବସିଡି କରେଇ ଦେବା ପାଇଁ 5 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଉମରକୋଟ ବ୍ଲକର ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡା ଏବଂ ବ୍ଲକ ଟେକନୋଲୋଜି ମ୍ୟାନେଜର ସୁରେନ୍ଦ୍ର ସିଂ ବୁନ୍ଦେଲାଙ୍କୁ ମାଡି ବସିଲା ଭିଜିଲାନ୍ସ।

ଆଜିର ଏହି ଚଢ଼ାଉ ସମୟରେ ନବରଙ୍ଗପୁର ଭିଜିଲାନ୍ସ DSP ଜୟଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଗଠନ କରିଥିଲେ ଏବଂ ଏହି ଟିମରେ 15 ଜଣ ଅଧିକାରୀ ରହିଥିଲେ। ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଦୁଇ ଅଧିକାରୀ ଙ୍କୁ ନବରଙ୍ଗପୁର ଭିଜିଲାନ୍ସ କାର୍ଯ୍ୟାଳୟ କୁ ନିଆଯାଇଛି। ଏହାସହ ଭିଜିଲାନ୍ସ ତଦନ୍ତ ଜାରି ରଖିଛି। ଲାଞ୍ଚ ନେବା ଘଟଣା ବାରମ୍ୱାର ସାମ୍ନାକୁ ଆସୁଥିବାବେଳେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Agricultural worker caught taking bribe | Argus News