Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନବୀନ ସରକାରରେ ଆଳୁ ମିଶନ୍ ଫେଲର ଗୁମର ଖୋଲିଲେ କୃଷିମନ୍ତ୍ରୀ

Odisha

ନବୀନ ସରକାରରେ ଆଳୁ ମିଶନ୍ ଫେଲର ଗୁମର ଖୋଲିଲେ କୃଷିମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
ନବୀନ ସରକାରରେ ଆଳୁ ମିଶନ୍ ଫେଲର ଗୁମର ଖୋଲିଲେ କୃଷିମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଗତ ସରକାର ସମୟ ରେ ଶୀତଳ ଭଣ୍ଡାର ଦାୟିତ୍ତ୍ବ ଅର୍ଥତ୍ତ୍ବ ଭଳି ଚିଟଫଣ୍ଡ କମ୍ପାନୀକୁ ଦେଇ ଦେଲେ । ସେମାନେ ସେହି ଜମିକୁ ବନ୍ଧା ପକେଇ ଦେଇ ଅଲଗା କାମ କଲେ । ତେଣୁ ଆମ ସରକାର ହାଇବ୍ରିଡ଼ ମୋଡ଼ରେ ଶୀତଳ ଭଣ୍ଡାର କରିବାକୁ ଯାଉଛନ୍ତି । ବିଧାନସଭା ରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ସୂଚନା । 

ଗତ ସରକାରଙ୍କ ଆଳୁ ମିଶନ ଫେଲ ମାରିଛି ବୋଲି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗୃହକୁ ସୂଚନା ଦେଇଛନ୍ତି । ପଶ୍ଚିମ ବଙ୍ଗ ବ୍ଲାକ୍ ମେଲ୍ କରୁଛି ଓଡ଼ିଶାକୁ ଆଳୁ ଦେବାରେ । ଓଡ଼ିଶାରେ ବ୍ୟାପକ ଆଳୁ ଉତ୍ପାଦନ କରି ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ନହେବାକୁ ସରକାର ବଧ ପରିକର ବୋଲି ଉପ ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରିଛନ୍ତି । 

ରାଜ୍ୟରେ ୧୩୩ ଟି ଶୀତଳ ଭଣ୍ଡାରରୁ ମାତ୍ର ୩୫ଟି କାର୍ଯ୍ୟକ୍ଷମ ରହିଥିବାରୁ ଆଳୁ ସଂରକ୍ଷଣରେ ସମସ୍ୟା ଦେଖାଦେଉଛି । ତେଣୁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି ୫୮ ବ୍ଲକରେ ପିପିପି ମୋଡ଼ରେ ହାଇବ୍ରିଡ଼ ମୋଡ଼ରେ ଶୀତଳ ଭଣ୍ଡାର ଲାଗି ଆହ୍ବାନ କରାଯାଇଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Agriculture Minister reveals the secret behind the failure of the potato mission in Naveen's government | Argus News