|
logo
Live

Argus News - 15 ହଜାର ଚାଷୀ ସାମିଲ, 200ଟି ଷ୍ଟଲରେ କୃଷି ଉପକରଣ

Odisha

15 ହଜାର ଚାଷୀ ସାମିଲ, 200ଟି ଷ୍ଟଲରେ କୃଷି ଉପକରଣ

Smruti Parija
Browse all articles by Smruti Parija
·1 year ago·1 min read
15 ହଜାର ଚାଷୀ ସାମିଲ, 200ଟି ଷ୍ଟଲରେ କୃଷି ଉପକରଣ

Key Points

କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର: କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । କହିଲେ, ପୂର୍ବ ସରକାର ପ୍ରଚାର ସର୍ବସ୍ବ ଥିଲେ । କେବଳ ମିଶନ ପରେ ମିଶନ କରୁଥିଲେ । ପୂର୍ବ ସରକାରରେ ସବୁ ମିଶନ, ଅପରେସନ ସକ୍ସେସଫୁଲ, ରୋଗୀ ଡେଡ୍‌ ଥିଲା । ସେମାନଙ୍କ ପାଇଁ ଆଳୁ ମିଶନ ଫେଲ୍ ହେଲା । ଚାଷୀଙ୍କ ଆଶା, ଆକାଂକ୍ଷା ପୂରଣ କରିନଥିଲେ ପୂର୍ବ ସରକାର ।


ଆଜିର କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ଚାଷୀ ଭାଇ ଓ ଅନ୍ନଦାତାଙ୍କୁ ସମର୍ପିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ କୃଷି ଓଡ଼ିଶା-2025କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜିଠୁ 3 ଦିନ ଧରି ଚାଲିବ କୃଷି ଓଡ଼ିଶା । ଓଡ଼ିଶା ସରକାରଙ୍କର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ବାରା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ, ସାରା ରାଜ୍ୟରୁ 15 ହଜାର ଚାଷୀ ଏଥିରେ ସାମିଲ ହୋଇଛନ୍ତି । 200ଟି ଷ୍ଟଲରେ କୃଷି ଉପକରଣ, ଉନ୍ନତ ଚାଷ ପଦ୍ଧତି ପ୍ରଦର୍ଶିତ ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଓଡ଼ିଶାରେ ପୋଷଣଯୁକ୍ତ ଖାଦ୍ୟ ପଦ୍ଧତି ସହିତ ସ୍ଥାନୀୟ ଅର୍ଥନୀତିକୁ ସଶକ୍ତ କରିବା ସହିତ ଉଭୟ ପରିବେଶ ଓ ସ୍ବାସ୍ଥ୍ୟ ମଧ୍ୟରେ ସମନ୍ବୟ ରକ୍ଷା କରିବା ଏହାର ମୂଳ ଲକ୍ଷ୍ୟ । କୃଷି ଓଡ଼ିଶା-୨୦୨୫ ର ବିଷୟବସ୍ତୁ ରହିଛି `ଚିରନ୍ତନ ଖାଦ୍ୟ ପ୍ରଣାଳୀ ପାଇଁ ଏକ ପ୍ରୟାସ' ।

Sponsored
15 ହଜାର ଚାଷୀ ସାମିଲ, 200ଟି ଷ୍ଟଲରେ କୃଷି ଉପକରଣ | Argus News