Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟପାଳଙ୍କ ମୁହଁରେ ବିକଶିତ ଓଡ଼ିଶାର ନକ୍ସା

Swoyang prajna Mishra
Browse all articles by Swoyang prajna Mishra
·1 year ago·3 min read
ରାଜ୍ୟପାଳଙ୍କ ମୁହଁରେ ବିକଶିତ ଓଡ଼ିଶାର ନକ୍ସା

ରାଜ୍ୟପାଳଙ୍କ ମୁହଁରେ ବିକଶିତ ଓଡ଼ିଶାର ନକ୍ସା
ପ୍ରଥମ ପୂର୍ଣାଙ୍ଗ ବଜେଟ ଉପସ୍ଥାପନର ଅବ୍ୟବହିତ ପୂର୍ବରୁ ରାଜ୍ୟପାଳ କହିଲେ ସରକାରଙ୍କ ପ୍ରାଥମିକତା
୩୬ ବେଳକୁ ବିଜେପି ସରକାର ଦେଇଛି ଓଡିଶା ପ୍ରଗତିର ବଡ ପ୍ରତିଶ୍ରୁତି
୪୭ ମସିହା ବିକଶିତ ଭାରତ ପାଇଁ ପ୍ରମୁଖ ବିନ୍ଧାଣୀ ହେବ ଓଡିଶା
ଖାଲି ଖଣି ନୁହେଁ କୃଷି, କୃଷି ଭିତ୍ତିକ ଶିଳ୍ପ, ପର୍ଯ୍ୟଟନ, କ୍ଷୁଦ୍ର କୁଟୀର ଶିଳ୍ପ
କଳା ସ୍ଥାପତ୍ୟ ଓ ଜ୍ଞାନ ହେବ ଲୋକଙ୍କୁ ରୋଜଗାର ପହଁଞ୍ଚାଇବାର ପ୍ରମୂଖ ଆଧାର
ଫୋକସରେ 'GYAN' ବା ଗରିବ, ଯୁବକ, ଅନ୍ନଦାତା ଓ ନାରୀଶକ୍ତି


ଆରମ୍ଭ ହୋଇଛି ସପ୍ତଦଶ ବିଧାନସଭାର ତୃତୀୟ ତଥା ବଜେଟ୍ ଅଧିବେଶନ । ପ୍ରଥମ ଦିନରେ ଅଭିଭାଷଣ ମାଧ୍ୟମରେ ୩୬ ଟାର୍ଗେଟ ପାଇଁ ସରକାର କରିଥିବା ରୋଡ୍ ମ୍ୟାପକୁ ରାଜ୍ୟବାସୀଙ୍କ ଆଗରେ ରଖିଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ ପାଟି । ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରିଥିଲେ ରାଜ୍ୟପାଳ । କହିଥିଲେ, ଖଣିଜ ସଂପଦରେ ଭରପୂର ଓଡ଼ିଶା । ଐତିହ୍ୟ, କୀର୍ତ୍ତିରାଜିକୁ ନେଇ ପରିଚିତ ଓଡ଼ିଶା । ଗରିବ, ଯୁବ, ଅନ୍ନଦାତା, ନାରୀଶକ୍ତି ସରକାରଙ୍କ ମୂଳମନ୍ତ୍ର । ଓଡ଼ିଆ ଅସ୍ମିତା ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି ସରକାର । ସଫଳତାର ସହ ସର୍ବ ଭାରତୀୟ ଡିଜିପି ସମ୍ମିଳନୀ, ଉତ୍କର୍ଷ ଓଡ଼ିଶା, ପ୍ରବାସୀ ଭାରତୀୟ ଦିବସ ଭଳି ବିରାଟ କାର୍ଯ୍ୟକ୍ରମ କରିଛନ୍ତି ସରକାର

ଲାଗୁ ହୋଇଛି ଜାତୀୟ ଶିକ୍ଷାନୀତି । ୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡ଼ିଶା ନେବ ପ୍ରମୁଖ ଭୂମିକା । ଉଚ୍ଚଶିକ୍ଷାରେ ଉତ୍କର୍ଷତା ପାଇଁ ସରକାର ପ୍ରସ୍ତୁତ କରିଥିବା ରୋଡ୍ ମ୍ୟାପ୍ ବାବଦରେ ଉଲ୍ଲେଖ କରିଥିଲେ ରାଜ୍ୟପାଳ । ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ରରେ ଉନ୍ନତ ଶିକ୍ଷା, ଗବେଷଣା ଓ ଉଦ୍ଭାବନକୁ ଦିଆଯିବ ପ୍ରୋତ୍ସାହନ । ବିଶ୍ଵବିଦ୍ୟାଳୟ ଗୁଡ଼ିକରେ ଖୋଲିବ ଅତିକମରେ ପାଞ୍ଚଟି ନୂତନ ଉତ୍କର୍ଷ କେନ୍ଦ୍ର । ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟରେ ଦିବ୍ୟାଙ୍ଗ ଅନୁକୂଳ ବାତାବରଣ ସୃଷ୍ଟି କରାଯିବ । ଏନଇପି-୨୦୨୦ ଅନୁଯାୟୀ ୪ଟି ବିଶ୍ଵବିଦ୍ୟାଳୟକୁ "ମେରୁ" ବା ମଲ୍ଟିଡିସିପ୍ଲିନାରୀ ଏଜୁକେସନ ଆଣ୍ଡ ରିସର୍ଚ୍ଚ ୟୁନିଭର୍ସିଟିକୁ ଅପଗ୍ରେଡ କରିବେ ସରକାର । ଦିନକୁ ଦିନ ବଢୁଥିବା ଉନ୍ନ‌ତ ଶିକ୍ଷାର ଚାହିଦାକୁ ପୂରଣ କରିବା ପାଇଁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକର ସ୍ନାତକୋତ୍ତର ଆସନ ସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି କରିବେ ସରକାର ।

ବିଜେପି ସରକାର ଧାନର ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି କରିଛି । ଦୁଗ୍ଧ ଚାଷୀଙ୍କ ପାଇଁ କାମଧେନୁ ଯୋଜନା ଆରମ୍ଭ ହୋଇଛି । ସୁଭଦ୍ରାରେ କୋଟିଏ ମହିଳା ଉପକୃତ ହେଉଛନ୍ତି । ୨୦୨୭ ସୁଦ୍ଧା ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ସଶକ୍ତ କରିବେ ରାଜ୍ୟ ସରକାର । ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରାୟ ୧୦ ଲକ୍ଷ ମହିଳାଙ୍କୁ ଏହି ସ୍ତରର ଆୟ ହାସଲ ପାଇଁ ଦିଆଯିବ ତାଲିମ । ୫ ବର୍ଷ ମଧ୍ୟରେ ଦେଢ ଲକ୍ଷ ସରକାରୀ ଚାକିରି ପୂରଣ ପାଇଁ ଲକ୍ଷ୍ୟ । ପ୍ରଥମ ଦୁଇ ବର୍ଷରେ ୬୫ ହଜାର ପଦବୀ ପୂରଣ ହେବ । ଦୁଇ ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ୫୦ ହଜାର ନିଯୁକ୍ତି ଦିଆଯିବ । ୨୦୨୪-୨୫ରେ ୨୪ ହଜାରରୁ ଅଧିକ ପଦବୀ ପୂରଣ ହୋଇସାରିଛି । ଆସନ୍ତା ୫ ବର୍ଷରେ ITରେ ୫୦ ହଜାର ନିଯୁକ୍ତି ଲକ୍ଷ୍ୟ ରହିଛି ।

କୁ-ପୋଷଣ ଦୂର ପାଇଁ 'ପୂର୍ଣ୍ଣ ଆହାର' ଓ 'ଆମ କୁନି ପିଲା' ଯୋଜନା ଆରମ୍ଭ ହେବ । ଡ୍ରପ୍ ଆଉଟ୍ ହ୍ରାସ ପାଇଁ ୧୯୯ ହାଇସ୍କୁଲ ଉଚ୍ଚ ମାଧ୍ୟମିକ ସ୍କୁଲରେ ପରିଣତ ହୋଇଛି । ୨୦୩୬ ସୁଦ୍ଧା ୫ ଶହ ବିଲିୟନ ଡଲାର ଅର୍ଥନୀତି କରିବା ଲକ୍ଷ୍ୟ ରହିଛି ବୋଲି କହିଥିଲେ ରାଜ୍ୟପାଳ । ୨୦୨୬ ସୁଦ୍ଧା ଗ୍ରାମାଞ୍ଚଳରେ ସମସ୍ତଙ୍କ ଘରେ ପାଇପ ଯୋଗେ ପାନୀୟ ଜଳ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହାସହ ଓଡ଼ିଶାର ସମସ୍ତ ୧୧୫ଟି ସହରରେ ଘରୋଇ ପାଇପ ସଂଯୋଗ ସଂପୂର୍ଣ କରିବା ସହିତ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ରହିଛି ଲକ୍ଷ୍ୟ । 'ପ୍ରଧାନମନ୍ତ୍ରୀ ଇ-ବସ୍‌'ରେ ବିଭିନ୍ନ ସହରରେ ଚାଲିବ ୪୦୦ ଇ-ବସ୍‌ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ahead of the presentation of the first budget, the governor said the government's priorities | Argus News