Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଜ୍ୟ ସାରା ତେଜୁଛି ଜିଲ୍ଲା ମାନ୍ୟତା ଦାବି 

Odisha

ରାଜ୍ୟ ସାରା ତେଜୁଛି ଜିଲ୍ଲା ମାନ୍ୟତା ଦାବି 

Manini Pattanayak
Browse all articles by Manini Pattanayak
·2 years ago·2 min read
ରାଜ୍ୟ ସାରା ତେଜୁଛି ଜିଲ୍ଲା ମାନ୍ୟତା ଦାବି 

 କଟକ:  ସକାଳ 6ରୁ ସଂଧ୍ୟା 6ଟା ଅଖଚକ ବନ୍ଦ। ଆଠଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଠଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ 12 ଘଣ୍ଟା ପାଇଁ ବନ୍ଦ ପାଳନ ହୋଇଛି । ଦୀର୍ଘ ଏକ ମାସ ଧରି ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ମାନ୍ୟତା ଦାବିରେ ଧାରଣ ଦେଇଥିଲା କମିଟି । କିନ୍ତୁ ପ୍ରଶାସନ, କମିଟି ସହ ଆଲୋଚନା କରିନଥିଲା । ପ୍ରତିବାଦରେ ଶେଷରେ ବନ୍ଦ ଡାକରା ଦେଇଥିଲା କ୍ରିୟାନୁଷ୍ଠାନ କମିଟି । ବନ୍ଦକୁ ସମର୍ଥନ କରିଛି ବିଜେପି  । ସଂଧ୍ୟା 6ଟା ଯାଏ ଆଠଗଡ଼ର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ ରହିଥିବାବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ 3 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସେହିପରି ଟିଟିଲାଗଡ଼ରେ ମଧ୍ୟ ଜିଲ୍ଲା ମାନ୍ୟତା ଦାବିରେ 12 ଘଣ୍ଟା ଧରି ଅଖଚକ ବନ୍ଦ ହୋଇଛି । ସକାଳ 6ଟାରୁ ସଂଧ୍ୟା 6ଟା ପର୍ଯ୍ୟନ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା । ଦୀର୍ଘ ୩୦ ବର୍ଷ ହେବ ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଆନ୍ଦୋଳନ ଜାରି ରହିଥିଲେ ବି ରାଜ୍ୟ ସରକାର କେବଳ ପ୍ରତିଶ୍ରୁତି ଦେଇ ଟିଟଲାଗଡ଼ବାସୀଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ ହୋଇଛି।

ସେପଟେ କରଞ୍ଜିଆକୁ ଜିଲ୍ଲା ମାନ୍ୟତା ଦାବି କରିବା ବିଜେଡି ନେତା ଦିଲୀପ ସାହୁଙ୍କୁ ମହଙ୍ଗା ପଡ଼ିଛି । ବିଜେଡି ସୁପ୍ରିମୋଙ୍କ ଆକ୍ରୋଶର ଶିକାର ହୋଇ ଦଳରୁ ବହିଷ୍କୃତ ହୋଇଛନ୍ତି ଦିଲୀପ । ଗତ 3 ତାରିଖରେ କରଞ୍ଜିଆ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀରେ  ଯୋଗଦେଇ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଯିବାର ମାତ୍ର 10 ମନିଟ ପରେ ମଞ୍ଚରୁ ମୟୂରଭଞ୍ଜ ଜିଲ୍ଲାକୁ ବିଭାଜନ କରାଯାଉଥିବା ଅଭିଯୋଗ କରିଥିଲେ ବିଜେଡି ବରିଷ୍ଠ ନେତା ଦିଲୀପ ସାହୁ । ଯଦି ରାଇରଙ୍ଗପୁରକୁ ଜିଲ୍ଲା କରାଯାଉଛି ତେବେ କରଞ୍ଜିଆକୁ ମଧ୍ୟ ଜିଲ୍ଲା ମାନ୍ୟତା ଦେବାକୁ ସେ ଦାବି କରିଥିଲେ । ଏହାସହ କରଞ୍ଜିଆକୁ ଜିଲ୍ଲା ମାନ୍ୟତା ନ ମିଳିଲେ ଭୋଟ୍ ବର୍ଜନ କରିବାକୁ ଚେତାବନୀ ଶୁଣାଇଥିଲେ । ଏହାପରେ ତାଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

1992 ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ,  ଓଡ଼ିଶାରେ 13ରୁ 30 ଜିଲ୍ଲା ଘୋଷଣା କରିଥିଲେ । ତାଲିକାରୁ ବାଦ ପଡ଼ିଥିଲା ଆଠଗଡ଼ ଓ ଟିଟିଲାଗଡ଼ । ଦୀର୍ଘ 31 ବର୍ଷ ଜିଲ୍ଲା ମାନ୍ୟତା ଦାବିରେ ଆନ୍ଦୋଳନ କରିଆସୁଛି  ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । ଟିଟିଲାଗଡ଼କୁ 31ତମ ଜିଲ୍ଲା ଭାବେ ମାନ୍ୟତା ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ। ତେବେ ତା ପୂର୍ବରୁ ପଦମପୁରକୁ 31 ନମ୍ବର ଜିଲ୍ଲା ମାନ୍ୟତା ମିଳିବାକୁ ଯାଉଛି। ଉପ ନିର୍ବାଚନ ଭୋଟ୍ ଜିତିବାକୁ ପଦମପୁରକୁ ଜିଲ୍ଲା ଘୋଷଣାର ପ୍ରତିଶ୍ରୁତି ଦେଇ ବିରୁଡ଼ି ବସାରେ ହାତ ମାରିଛନ୍ତି ବିଜେଡି ସରକାର। ଏବେ ଚାରିଆଡୁ ଉଠୁଥିବା ଦାବିକୁ କେମିତି କରିବେ ମ୍ୟାନେଜ୍। କାହା ଦାବିକୁ କରିବେ ସ୍ବୀକାର ଆଉ କାହା ଦାବିକୁ ପ୍ରତ୍ୟାଖ୍ୟାନ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The demand for district status is gaining momentum across the state | Argus News