Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶିମିଳିପାଳରୁ ପୁଣି ୧୩ ଶିକାରୀ ଗିରଫ

Ritu Das
Browse all articles by Ritu Das
·1 year ago
ଶିମିଳିପାଳରୁ ପୁଣି ୧୩ ଶିକାରୀ ଗିରଫ

ଶିମିଳିପାଳରୁ ପୁଣି ୧୩ ଶିକାରୀଙ୍କୁ ଗିରଫ କଲା ବନବିଭାଗ । ଏଥର ମଧ୍ୟ ସୁରକ୍ଷା ପାଇଁ ଲାଗିଥିବା ଟ୍ରାପ କ୍ୟାମେରା ହିଁ ଶିକାରୀଙ୍କୁ ଧରିବାରେ ସାହାଯ୍ୟ କରିଛି । ସମସ୍ତ ଅଭିଯୁକ୍ତଙ୍କ ଘର ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅଞ୍ଚଳରେ। ଅଭିଯୁକ୍ତଙ୍କ ଠାରୁ 13 ଟି ଧନୁ, 33 ଟି ତୀର, ୧ଟି ହାତ ତିଆରି ବନ୍ଧୁକ ଇତ୍ୟାଦି ଜବତ କରିଛି ବନବିଭାଗ।

ସମସ୍ତ ଅଭିଯୁକ୍ତଙ୍କ ନାମରେ National Park WL Range ରେ କେସ୍ ନମ୍ବର OR CASE NO -02NP 2023-24 of ମାମଲା ଦାୟର କରାଯାଇଥିବା ବେଳେ ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଶିମିଳିପାଳ ଦକ୍ଷିଣ ଡିଭିଜନ ଡେପୁଟି ଡାଇରେକ୍ଟର ସମ୍ରାଟ ଗୌଡା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
AI camera caught 13 poachers | Argus News