Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାବୁଙ୍କ ଉପରେ ନଜର ରଖିବ AI କ୍ୟାମେରା, ରାଜ୍ୟରୁ ଜିଲ୍ଲା ସବୁ ସରକାରୀ କାର୍ଯ୍ୟାଳୟ ଜଗିବ

Sushanta Sahoo
Browse all articles by Sushanta Sahoo
·11 months ago·2 min read
ବାବୁଙ୍କ ଉପରେ ନଜର ରଖିବ AI କ୍ୟାମେରା, ରାଜ୍ୟରୁ ଜିଲ୍ଲା ସବୁ ସରକାରୀ କାର୍ଯ୍ୟାଳୟ ଜଗିବ

Key Points

ପ୍ରଥମେ ଖାରବେଳ ଭବନ ଓ ଲୋକସେବା ଭବନରେ AI କ୍ୟାମେରା ଲଗାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଲାସ୍ତରର ସବୁ ସରକାରୀ ଅଫିସରେ ମଧ୍ୟ AI କ୍ୟାମେରା ଲାଗିବ । ନିର୍ଦ୍ଧାରିତ ସମୟରେ ଅଧିକାରୀ ମାନେ ଯେପରି ଅଫିସ୍ ଆସିବେ ସେଥିପ୍ରତି ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି ।

ଭୁବନେଶ୍ଵର: ଚଳିବନି ମନମାନି, ମସ୍ତି । ସମୟରେ ଅଫିସ୍ ଆସିବେ, ଲୋକଙ୍କ ପାଇଁ କାମ କରିବେ ସରକାରୀ ଅଧିକାରୀ । ମଙ୍ଗଳବାର ସଚିବ ସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ୧୦ ଟି ଦିଗ ଉପରେ ଫୋକସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ସବୁ ସରକାରୀ ଅଫିସରେ AI କ୍ୟାମେରା ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି ।


ପ୍ରଥମେ ଖାରବେଳ ଭବନ ଓ ଲୋକସେବା ଭବନରେ AI କ୍ୟାମେରା ଲଗାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଲାସ୍ତରର ସବୁ ସରକାରୀ ଅଫିସରେ ମଧ୍ୟ AI କ୍ୟାମେରା ଲାଗିବ । ନିର୍ଦ୍ଧାରିତ ସମୟରେ ଅଧିକାରୀ ମାନେ ଯେପରି ଅଫିସ୍ ଆସିବେ ସେଥିପ୍ରତି ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ନୂଆ ମେକାନିଜମ୍ ବିକଶିତ କରାଯିବ ।


ସେହିଭଳି ଭଲ ପ୍ରଦର୍ଶନ କରୁନଥିବା ଅଧିକାରୀଙ୍କ ଉପରେ ନଜର ରଖାଯିବ । ନିୟମିତ ଭାବେ ସେମାନଙ୍କ କାର୍ଯ୍ୟର ସମୀକ୍ଷା କରାଯିବା ସହ ପ୍ରଦର୍ଶନରେ ସୁଧାର ଆଣିବାକୁ ସୁଯୋଗ ଦିଆଯିବ । ପ୍ରଦର୍ଶନରେ ସୁଧାର ନ ଆସିଲେ ଆଗୁଆ ଅବସର ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ଵାରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଆସୁଥିବା UI ନୋଟ୍ ଉପରେ ତୁରନ୍ତ ଉତ୍ତର ଦେବା ସହ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦୁର୍ନୀତିର ମୂଳ କାରଣ ଖୋଜିବା ସହ ସେ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କୁ ସେବା ପ୍ରଦାନରେ କାହିଁକି ବିଳମ୍ବ ହେଉଛି ସେ ସବୁର ମଧ୍ୟ ଅନୁଧ୍ୟାନ କରାଯିବ । ଅକ୍ଟୋବରରୁ ଆରମ୍ଭ ହେବ CM ଡାସବୋର୍ଡ । ପ୍ରତି ମାସ ୭ ତାରିଖରେ ଜିଲ୍ଲାପାଳ କେନ୍ଦ୍ରୀୟ ଯୋଜନାର ଅଗ୍ରଗତି ସମୀକ୍ଷା କରିବେ । ୧୨ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ରାଜସ୍ୱ ବିଭାଗ ସମୀକ୍ଷା କରିବ ।


ସବୁ ବିଭାଗ ସେମାନଙ୍କ ବିଭାଗର ଖର୍ଚ୍ଚ ବୃଦ୍ଧି ଉପରେ ଗୁରୁତ୍ୱ ଦେବେ । ଅଫିସର ମାନେ କ୍ଷେତ୍ର ପରିଦର୍ଶନ କରିବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏଥିସହ ଏନଫୋର୍ସମେଣ୍ଟ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି ।

Sponsored
AI Cameras to Be Installed in Kharavel and Lok Seva Bhavan, Says Chief Secretary | Argus News | Argus News