ରାଜଧାନୀରେ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବ AI କ୍ୟାମେରା

Key Points
ଅପରାଧୀଙ୍କୁ ଜଗିବ AI କ୍ୟାମେରା
ଫେସ୍ ରିଡିଙ୍ଗରୁ ଧରାପଡିବେ ସନ୍ଦିଗ୍ଧ
ହିଟ ଆଣ୍ଡ ରନ ମାମଲାରେ ଖସିଯାଉଥିବା ଅଭିଯୁକ୍ତ ହେବେ ଟ୍ରାକ୍
ସହରକୁ ପ୍ରବେଶ ଓ ପ୍ରସ୍ଥାନରେ ନଜର ରଖିବ AI କ୍ୟାମେରା
ରାଜଧାନୀକୁ ଜଗିବ AI କ୍ୟାମେରା । ଅପରାଧୀଙ୍କ ଗତିବିଧି ଉପରେ ରହିବ ନଜର । ଖୁବଶୀଘ୍ର ଏଭଳି ପଦକ୍ଷେପ ନେବାକୁ ଯାଉଛି କମିସନରେଟ ପୋଲିସ । ବିଭିନ୍ନ ଛକ ବଜାରରେ ଏବଂ ଟ୍ରାଫିକ ପୋଷ୍ଟରେ ପ୍ରାଥମିକ ପ୍ରର୍ଯ୍ୟାୟରେ ଲାଗିବ AI କ୍ୟାମେରା । ସ୍ମାର୍ଟସିଟିରେ ପାଖାପାଖି ୧୦୦୦ ଟି କ୍ୟାମେରା ରହିଛି। ଆହୁରି ଅଧିକ କ୍ୟାମେରା ଲଗାଇବା ପାଇଁ ରାଜ୍ୟସରକାରଙ୍କୁ ଏନେଇ ଚିଠି ଲେଖି ଜଣାଇବ କମିସନରେଟ ପୋଲିସ । ସେପଟେ ଆପର୍ଟମେଣ୍ଟ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଛନ୍ତି ପୋଲିସ କମିସନର । ଯଥାଶୀଘ୍ର ଆପାର୍ଟମେଣ୍ଟ ଓ ATM କାଉଣ୍ଟରକୁ ପୋଲିସ କଣ୍ଟ୍ରୋଲ ରୁମ୍ ସହ ସଂଯୋଗ କରିବାକୁ କହିଲେ ପୋଲିସ କମିସନର ।
ଜନଗହଳି ପୂର୍ଣ୍ଣ ଅଞ୍ଚଳ ହେଉ କିମ୍ବା ଗଳିକନ୍ଦି, ଏବେ ଫେସ ରିଡିଙ୍ଗ ମାଧ୍ୟମରେ ଧରାପଡିବେ ସନ୍ଦିଗ୍ଧ। ହିଟ ଆଣ୍ଡ ରନ ମାମଲାରେ ଖସିଯାଉଥିବା ଅଭିଯୁକ୍ତଙ୍କୁ ଟ୍ରାକ କରିବ କ୍ୟାମେରା। ସହରକୁ ପ୍ରବେଶ ଏବଂ ପ୍ରସ୍ଥାନରେ ନଜର ରଖିବ ଅତ୍ୟାଧୁନିକ AI କ୍ୟାମେରା। ଅପରାଧିଙ୍କୁ ଚିନ୍ହଟ, ଆଇନ ଶୃଙ୍ଖଳା ରୋକିବା, ଟ୍ରାଫିକ ସମସ୍ୟା ଦୂର କରିବା ଓ ସହର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଏଭଳି ପଦକ୍ଷେପ ନେବାକୁ ଯାଉଛି କମିସନରେଟ ପୋଲିସ। ଆପର୍ଟମେଣ୍ଟ ଏବଂ ବ୍ୟାଙ୍କ ଗୁଡିକୁ ତାଗିଦ କରିଛନ୍ତି ପୋଲିସ କମିସନର। ଉଚ୍ଚ କ୍ଷମତା ସମ୍ପର୍ଣ୍ଣ କ୍ୟାମେରା ଲଗାଇବାକୁ ଅପିଲ କରିଛି କମିସନରେଟ ପୋଲିସ।
📱 Get Argus News App
✨ଭୁବନେଶ୍ୱର ସ୍ମାର୍ଟ ସିଟି ଅଧୀନରେ 258ଟି ଲୋକେସନରେ 1100ଟି କ୍ୟାମେରା ଲାଗିଛି। ଆହୁରି 250ଟି ଜାଗାରେ 2000ରୁ ଅଧିକ AI କ୍ୟାମେରା ଇନଷ୍ଟଲ ହେବ। ଅନେକ ସମୟରେ ରାଜଧାନୀରେ ଅପରାଧ ଘଟାଇ ଅପରାଧୀ ଖସି ପଳାଉଛନ୍ତି । ବିଏମସି ସଫେଇ କର୍ମଚାରୀ ସଙ୍ଘର ସମ୍ପାଦକ ସହଦେଵ ନାୟକ ହତ୍ୟାକାଣ୍ଡ ମାମଲା। ଜାତୀୟ ରାଜପଥରେ ସିସିଟିଭି ନଥିବାରୁ ଅଭିଯୁକ୍ତ ମାନଙ୍କୁ ଚିନ୍ହଟ କରିବା ପୋଲିସ ପାଇଁ ଥିଲା ଚ୍ୟାଲେଞ୍ଜ ଥିଲା। ସେହିଭଳି ସୁନ୍ଦରପଦା ଜଟଣୀ ରାସ୍ତାରେ ଝାଡ଼ଖଣ୍ଡର ଦୁର୍ଦାନ୍ତ ଅପରାଧୀମାନେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେବା ବେଳେ ବାଇକରୁ ଖସି ପଡି ପ୍ରାଣ ଯାଇଥିଲା ଜଣଙ୍କର। ଘଟଣାସ୍ଥଳରେ ସିସିଟିଭି ନଥିବାରୁ ଅଭିଯୁକ୍ତଙ୍କୁ ଧରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ମଧ୍ୟପ୍ରଦେଶର `ଧାର' ଗ୍ୟାଙ୍ଗ ଏକାଧିକ ଆପାର୍ଟମେଣ୍ଟରେ ଲୁଟ କରି ରାଜଧାନୀରେ ଆତଙ୍କ ଖେଳାଇଥିଲେ। ଦୀର୍ଘ ଦିନର ଛକା ପଞ୍ଝା ପରେ ଗ୍ୟାଙ୍ଗ ର ମୁଖିଆକୁ ଏନକାଉଣ୍ଟର କରିଥିଲା ପୋଲିସ
ରାଜଧାନିର ସ୍ମାର୍ଟ ସିଟି ଅଧୀନରେ ଲାଗିଥିବା ଅନେକ ସିସିଟିଭି କାମ କରୁନି .. ଏବେ ପୋଲିସର AI କ୍ୟାମେରା ଇନଷ୍ଟଲ ପଦକ୍ଷେପ ରାଜଧାନୀବାସୀଙ୍କୁ କେତେ ସୁରକ୍ଷା ଦେଉଚି ତାକୁ ଦେଖିବାକୁ ବାକି