Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଯୋଗ୍ୟ ଆବାସ ହିତାଧିକାରୀଙ୍କୁ ଧରିବ AI

Rashmita Mishra
Browse all articles by Rashmita Mishra
·10 months ago·1 min read
 ଅଯୋଗ୍ୟ ଆବାସ ହିତାଧିକାରୀଙ୍କୁ ଧରିବ AI

Key Points

AI ଉପଯୋଗ କରି ବ୍ୟବସ୍ଥାକୁ ସରଳିକରଣ କରିବାକୁ ପ୍ରକ୍ରିୟା ଆରମ୍ଭ
ଅଯୋଗ୍ୟ ଆବାସ ହିତାଧିକାରୀଙ୍କୁ ଧରିବ AI
ପୁଞ୍ଜିପତି ଘର ନେଇଥିଲେ ହେବ କାର୍ଯ୍ୟନୁଷ୍ଠାନ
ଆବାସ କିମ୍ବା ଅନ୍ତୋଦ୍ୟାୟ ଯୋଜନାରେ ଘର ନେଇଥିଲେ ହେବ ଆକ୍ସନ

ଅଯୋଗ୍ୟ ଆବାସ ହିତାଧିକାରୀଙ୍କୁ ଧରିବ ଏଆଇ । ବ୍ୟବସ୍ଥାକୁ ସରଳିକରଣ କରି ଏଆଇ ଉପଯୋଗ କରି ବ୍ୟବସ୍ଥିତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପୁଞ୍ଜିପତି ଘର ନେଇଥିଲେ ହେବ କାର୍ଯ୍ୟାନୁଷ୍ଠାନ । ଆବାସ କିମ୍ବା ଅନ୍ତୋଦ୍ୟାୟ ଯୋଜନାରେ ଘର ନେଇଥିଲେ ମଧ୍ୟ ଆକ୍ସନ ହେବ । ମନ୍ତ୍ରୀ କହିଛନ୍ତି, ଘର ପାଇ ତିଆରି ନକରିବା ନଜିର ବହୁତ କମ ରହିଛି । ଏଥିପାଇଁ ବିଭାଗ ପୂରା ଦୃଷ୍ଟି ରଖିଛି । କାଁ ଭାଁ କେଉଁଠି ଥାଇପାରେ, କିନ୍ତୁ ଘର ସମୟରେ ସାରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ଲୋକସେବା ଭଵନରେ ସୁଭଦ୍ରା ସମୀକ୍ଷା ବୈଠକ ହୋଇଯାଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ଏଥିରେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡିବା ନେଇ ନିଆଯିବ ବଡ଼ ନିଷ୍ପତ୍ତି । ହିତାଧିକାରୀ ତାଲିକାରୁ ବାଦ ପଡ଼ିଥିବା ମହିଳାଙ୍କୁ ସାମିଲ ନେଇ ମଧ୍ୟ ଆଲୋଚନା ହେବ । ଯାଞ୍ଚ ପାଇଁ ତିନି ବିଭାଗକୁ ତଥ୍ୟ ମାଗିଥିଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ମଗାଯାଇଥିଲା ସୁଭଦ୍ରା ମହିଳାଙ୍କ ତଥ୍ୟ ।


ମହିଳାଙ୍କ ଚାରି ଚକିଆ ଥିବା ଗାଡିର ତଥ୍ୟ, ବାଣିଜ୍ୟ ଏବଂ ପରିବହନ ବିଭାଗକୁ ମଗା ଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗକୁ ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରି ତଥ୍ୟ ମଗାଯାଇଥିଲା । ସେହିପରି ଧାନ ବିକ୍ରି କରିଥିବା ମହିଳାଙ୍କ ନାଁରେ କେତେ ଜମି ପଞ୍ଜୀକରଣ ହୋଇଛି ତାର ରିପୋର୍ଟ ମଗାଯାଇଥିଲା । ତିନି ବିଭାଗର ରିପୋର୍ଟକୁ ଆଧାର କରି ସୁଭଦ୍ରା ଯୋଜନାର ସମୀକ୍ଷା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
AI to Identify Ineligible Housing Beneficiaries | Argus News | Argus News