Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାହାଡିଆ ଅଞ୍ଚଳରେ ନିଆଁକୁ ଚିହ୍ନଟ କରୁଛି AI ଡ୍ରୋନ୍ କ୍ୟାମେରା

Rashmita Mishra
Browse all articles by Rashmita Mishra
·1 year ago
ପାହାଡିଆ ଅଞ୍ଚଳରେ ନିଆଁକୁ ଚିହ୍ନଟ କରୁଛି AI ଡ୍ରୋନ୍ କ୍ୟାମେରା

ପାହାଡିଆ ଅଞ୍ଚଳରେ ନିଆଁକୁ ଚିହ୍ନଟ କରୁଛି ଡ୍ରୋନ୍ । ଶିମିଳିପାଳ ସହ କିଛି ଜଙ୍ଗଲରେ AI କ୍ୟାମେରା ବ୍ୟବହାର କରାଯାଉଥିବା କହିଛନ୍ତି ବନ ସଂରକ୍ଷକ ଭି.କାର୍ତ୍ତିକ । ପ୍ରାୟ ୨୫ ହଜାର ପଏଣ୍ଟରେ ଜଙ୍ଗଲ ନିଆଁ ଲାଗିଛି । ୯୯ ପ୍ରତିଶତ ନିଆଁ ଲିଭାଯାଇଛି । ଆଗକୁ ବର୍ଷା ହେବାକୁ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିବାବେଳେ ବଡ଼ ଆଶ୍ୱସ୍ତି ଆଣିପାରେ ବୋଲି କହିଛନ୍ତି ବନ ସଂରକ୍ଷକ ।

ସେହିପରି ରାଉରକେଲା ବନଖଣ୍ଡରେ ନିଆଁ ଲିଭାଇବାବେଳେ ଜଙ୍ଗଲ ନିଆଁରେ ଜଣେ ଜଳିଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବନ ସଂରକ୍ଷକ ଭି.କାର୍ତ୍ତିକ । କୁଆଁରମୁଣ୍ଡାରେ ୧୪ ଜଣ ନିଆଁ ଲଗାଇବାକୁ ଯାଇଥିଲେ । ପାହାଡ଼ ଉପରେ ପବନ ହେବା ଯୋଗୁଁ ନିଆଁ ବ୍ୟାପିଯିବାରୁ ଜଣେ ବନ କର୍ମଚାରୀ ନିଆଁରେ ପୋଡି ହୋଇ ଗୁରୁତର ଆହତ ହୋଇଥିଲେ । ଏବେ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଥିବା କହିଛନ୍ତି ବନ ସଂରକ୍ଷକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ai-drone-camera-detects-fires-in-hilly-areas | Argus News