Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Heart Guard / ହାର୍ଟ ଗାର୍ଡରୁ ଯାଣି ହେବ ହାର୍ଟ ଷ୍ଟ୍ରୋକ୍ ଏଆଇ ଓ ନିଜର ଜ୍ଞାନ କୌଶଳ ବ୍ୟବହାର କରି ତିଆରି ହୋଇଛି ହାର୍ଟ ଗାର୍ଡ

Bikash Mohanty
Browse all articles by Bikash Mohanty
·5 months ago·3 min read
ହାର୍ଟ ଗାର୍ଡରୁ ଯାଣି ହେବ ହାର୍ଟ ଷ୍ଟ୍ରୋକ୍ ଏଆଇ ଓ ନିଜର ଜ୍ଞାନ କୌଶଳ ବ୍ୟବହାର କରି ତିଆରି ହୋଇଛି ହାର୍ଟ ଗାର୍ଡ
Heart guard

Key Points

ହାର୍ଟ ଗାର୍ଡରୁ ଯାଣି ହେବ ହାର୍ଟ ଷ୍ଟ୍ରୋକ୍
ଏଆଇ ଓ ନିଜର ଜ୍ଞାନ କୌଶଳ ବ୍ୟବହାରରେ ତିଆରି ହୋଇଛି ହାର୍ଟ ଗାର୍ଡ
ହୃଦଘାତ ସମ୍ଭାବନା ଆସିବା ବେଳେ ଏହି ଡିଭାଇଜ ଟିକୁ  ସ୍ପର୍ଶ କଲେ ଏହା ଆକ୍ଟିଭ ହେବ
ହାର୍ଟ ଗାର୍ଡରୁ ଯାଣି ହେବ ହାର୍ଟ ଷ୍ଟ୍ରୋକ୍ ଏଆଇ ଓ ନିଜର ଜ୍ଞାନ କୌଶଳ କୁ ବ୍ୟବହାର କରି ତିଆରି ହୋଇଛି ହାର୍ଟ ଗାର୍ଡ। ଯେଉଁ ମାନେ ହୃଦରୋଗ ରେ ପୀଡ଼ିତ ଅଛନ୍ତି କିମ୍ବା ତାଙ୍କ ଠାରେ କୌଣସି ଲକ୍ଷଣ ଦେଖା ଦେଇଛି ତେବେ ସେମାନେ ଏହି ହାର୍ଟ ଗାର୍ଡ କୁ ପରିଧାନ କରି ପାରିବେ।

କଟକ ଝିଅ ଦେବଶ୍ରିତା ଦାସ ତିଆରି କରିଛନ୍ତି ହାର୍ଟ ଗାର୍ଡ ମାସ୍କ। ହୃଦରୋଗ ରେ ପୀଡ଼ିତ ବ୍ୟକ୍ତି ମାନଙ୍କ ଜୀବନ ରକ୍ଷା କରିବା ପାଇଁ ଦେବଶ୍ରିତା ତିଆରି କରିଛନ୍ତି ଏହି ହାର୍ଟ ଗାର୍ଡ ଏ ଆଇ ମାସ୍କ। ଏହି ମାସ୍କ ଖାଲି ଯେ ଜୀବନ ରକ୍ଷା କରିବା ନାହିଁ ବରଂ ପରିଜନ ମାନଙ୍କୁ ମଧ୍ୟ ହୃଦଘାତ ସମ୍ପର୍କରେ ମୋବାଇଲ୍ ଜରିଆରେ ଅବଗତ କରାଇବ। ନିଜ ଜେଜେ ବାପା ଙ୍କ ହୃଦଘାତରେ ଅକାଳ ବିୟୋଗ ପରେ ଏହି ଡିଭାଇଜ୍ ତିଆରି କରିବାକୁ ଆଗେଇ ଆସିଛନ୍ତି । ତେବେ ବର୍ତ୍ତମାନ ସରକାରୀ ସ୍ତରରେ ଆର୍ଥିକ ସହାୟତା ମିଳିଲେ ଏହି ପ୍ରୋଜେକ୍ଟ ସଂପୂର୍ଣ୍ଣ ହେବ ବୋଲି କହିଛନ୍ତି ଦେବଶ୍ରିତା।

ହାର୍ଟ ଆଟାକ ଦେଉଛି ଟେନସନ । ଦିନକୁ ଦିନ ଦେଶରେ ବୃଦ୍ଧି ପାଇବାରେ ଲାଗିଛି ହାର୍ଟ ଆଟାକ । ଯୁବକ ହୁଅନ୍ତୁ ଅବା ବୃଦ୍ଧ ସମସ୍ତଙ୍କୁ ମରଣ ମୁହଁକୁ ଟାଣି ଆଣୁଛି ଏହି ହୃଦଘାତ । ତେବେ ଏହାରି ଭିତରେ କଟକ ର ଦୀପକ ଦାସ ଓ ଅର୍ପିତା ଦାସ ଙ୍କ ଏକମାତ୍ର ଝିଅ ଦେବଶ୍ରିତା ଦାସ କିଛି ନୂଆ ସମ୍ଭାବନା ତିଆରି କରିଛନ୍ତି। ରେଭେନ୍ସା ବିଶ୍ଵ ବିଦ୍ୟାଳୟ ବି ଏସ ସି, ଆଇ ଟି ଏମ୍ ତୃତୀୟ ବର୍ଷର ଛାତ୍ରୀ ଅଟନ୍ତି ସେ । ଏଆଇ ଓ ନିଜର ଜ୍ଞାନ କୌଶଳ କୁ ବ୍ୟବହାର କରି ଦେବଶ୍ରିତା ତିଆରି କରିଛନ୍ତି ଏକ ଡିଭାଇସ। ଯାହାର ନାମ ରଖିଛନ୍ତି ହାର୍ଟ ଗାର୍ଡ। ଏହି ହାର୍ଟ ଗାର୍ଡକୁ ମାସ୍କ୍ ଭଳି ପିନ୍ଧିବାକୁ ପଡ଼ିଥାଏ। ବିଶେଷ କରି ଯେଉଁ ମାନେ ହୃଦରୋଗ ରେ ପୀଡ଼ିତ ଅଛନ୍ତି କିମ୍ବା ତାଙ୍କ ଠାରେ କୌଣସି ଲକ୍ଷଣ ଦେଖା ଦେଇଛି ତେବେ ସେମାନେ ଏହି ହାର୍ଟ ଗାର୍ଡ କୁ ପରିଧାନ କରି ପାରିବେ। ଯେତେବେଳେ ହୃଦଘାତ ର ସମ୍ଭାବନା ଆସିବ ସେତେବେଳେ ଏହି ଡିଭାଇଜ ଟିକୁ ଖାଲି ସ୍ପର୍ଶ କରିଦେଲ ତୁରନ୍ତ ଏହା ଆକ୍ଟିଭ ହୋଇଯିବ। ଏହାର ଠିକ୍ ପରେ ପ୍ରାଥମିକ ସପୋର୍ଟ ଦେବାସହ , ଅକ୍ସିଜେନ୍ ଓ ଉକ୍ତ ବ୍ୟକ୍ତିଙ୍କ ଘର ଲୋକଙ୍କୁ ମେସେଜ ଯୋଗେ ଆଲର୍ଟ କରେଇ ଦେବ। ସଂପୂର୍ଣ୍ଣ ଭାବେ ଏଆଇ ଦ୍ଵାରା ଓ ଦୀର୍ଘ ସ୍ଥାୟୀ ଭାବେ ଏହି ଡିଭାଇସ ପରିଚାଳିତ ହେବ। ଖାଲି ସେତିକି ନୁହେଁ ହୃଦଘାତର ଶିକାର ବ୍ୟକ୍ତିଙ୍କ ସଠିକ୍ ଲୋକେଶନ ମଧ୍ୟ ଜଣାଇ ଦେବ ଏହି ହାର୍ଟଗାର୍ଡ। ଆଇ ଆଇ ଟି ବମ୍ବେର ଟେକ୍ନିକାଲ ସପୋର୍ଟ ନେଇ ଏହି ମାସ୍କ ତିଆରି କରିଛନ୍ତି ଦେବଶ୍ରିତା। ବର୍ତ୍ତମାନ ଏହାର ସଫଳ ପରୀକ୍ଷଣ ହୋଇଥିଲେ ସୁଦ୍ଧା ଅର୍ଥାଭାବ ପ୍ରୋଜେକ୍ଟ କୁ ଆଗକୁ ବଢ଼ିବାରେ ଅଙ୍କୁଶ ଲଗାଇଛି। ପ୍ରୋଜେକ୍ଟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଇଜ୍ ପାଇଥିବା ଏକ ଲକ୍ଷ ଟଙ୍କାରେ ଏହି ମାସ୍କ ତିଆରି କରିଛନ୍ତି। 

ପିଲାଟି ବେଳୁ ମେଧାବୀ ଛାତ୍ରୀ ଥିବା ଦେବଶ୍ରିତା ଅନେକ ବାଧାବିଘ୍ନ ଓ ଆର୍ଥିକ ଦୂରାବସ୍ଥା ମଧ୍ୟରେ ଗତି କରି ପାଖାପାଖି ୬ ମାସ ରୁ ଉର୍ଦ୍ଧ ସମୟ ଖର୍ଚ୍ଚ କରି ଏହି ହାର୍ଟ ଗାର୍ଡ ଡିଭାଇଜ୍ ତିଆରି କରିଛନ୍ତି। ଆଗକୁ ବଢିବା ସହ ଏହି ପ୍ରୋଜେକ୍ଟ ପୁରା କରିବା ପାଇଁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ମା ଅର୍ପିତା। ଅନ୍ୟପଟେ କାର୍ଡିଓଲୋଜି ଚିକିତ୍ସା ଦିଗରେ ଏହି ହାର୍ଟ ଗାର୍ଡ ମାସ୍କ ନିଶ୍ଚୟ ରୂପେ ସଫଳ ହେବ ବୋଲି ଆଶା କରାଯାଉଛି ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ ଡା ଜୟନ୍ତ ପଣ୍ଡା l

ତେବେ ସ୍ୱଦେଶୀ ଜ୍ଞାନ କୌଶଳ ରେ ଏହିଭଳି ମାସ୍କ ତିଆରି କରିଥିବା ଦେବଶ୍ରିତା ଙ୍କୁ ସରକାରୀ ସ୍ତରରେ ଅଧିକ ପ୍ରୋତ୍ସାହନ ମିଳିଲେ ହୁଏତ ହୃଦଘାତ ଯୋଗୁ ଅନେକ ଙ୍କ ଜୀବନ ଯିବାରୁ ରୋକା ଯାଇ ପାରିବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heart Guard | AI-Based Heart Guard Wearable for Early Heart Disease Monitoring | Argus News