Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Poacher arrested / ଶିମିଳିପାଳ ଅଭୟାରଣ୍ୟରୁ ୩୯ ଶିକାରୀ ଗିରଫ, ଗୁଳିଗୋଳା ଓ ଧନୁତୀର ଜବତ

Bikash Mohanty
Browse all articles by Bikash Mohanty
·4 months ago·2 min read
ଶିମିଳିପାଳ ଅଭୟାରଣ୍ୟରୁ ୩୯ ଶିକାରୀ ଗିରଫ, ଗୁଳିଗୋଳା ଓ ଧନୁତୀର ଜବତ
AI Surveillance in Similipal

Key Points

ଶିମିଳିପାଳ ଅଭୟାରଣ୍ୟରୁ ୩୯ ଶିକାରୀ ଗିରଫ
ଗୁଳିଗୋଳା ଓ ଧନୁତୀର ସହ ଗିରଫ
AI କ୍ୟାମେରାରୁ ମିଳିଥିବା ଶିକାରୀଙ୍କ ସୁରାକ
ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ପାଇଁ ଉଦ୍ୟମ କରୁଥିବା ଏକ ବଡ଼ ଧରଣର ଶିକାରୀ ଗୋଷ୍ଠୀକୁ କାବୁ କରିଛି ବନ ବିଭାଗ। ୩୯ ଜଣ ସଶସ୍ତ୍ର ଶିକାରୀଙ୍କ ଠାରୁ ୯ଟି ଦେଶୀ ବନ୍ଧୁକ, ପ୍ରଚୁର ପରିମାଣର ଗୁଳିଗୋଳା ଏବଂ ୨୦ରୁ ଅଧିକ ଧନୁତୀର ଜବତ କରାଯାଇଛି। ​AI କ୍ୟାମେରାରୁ ମିଳିଥିବା ସୁରାକ ଅନୁସାରେ ​ଗତକାଲି ବିଳମ୍ବିତ ରାତିରେ ଶିକାରୀଙ୍କ ଏହି ଦଳଟି ଶିମିଳିପାଳ ମଧ୍ୟକୁ ପ୍ରବେଶ କରିଥିଲେ। ଜଙ୍ଗଲରେ ଲାଗିଥିବା ଆଧୁନିକ ଏଆଇ କ୍ୟାମେରା ସାହାଯ୍ୟରେ ଏହି ଅନୁପ୍ରବେଶର ରିଅଲ୍ ଟାଇମ୍ ଆଲର୍ଟ ବନ ବିଭାଗକୁ ମିଳିଥିଲା। ଏହି ସୂଚନା ପାଇବା ମାତ୍ରେ ବନ ବିଭାଗ ସଜାଗ ହୋଇ ତୁରନ୍ତ ସଶସ୍ତ୍ର ବଳ ମୁତୟନ କରିଥିଲା। ପ୍ରାୟ ୨୪ ଘଣ୍ଟା ଧରି ଚାଲିଥିବା ଏହି ଅପରେସନରେ ଚାରିଆଡୁ ଘେରିଯିବା ପରେ ଶିକାରୀମାନେ ନିରୁପାୟ ହୋଇ ବନ ବିଭାଗ ନିକଟରେ ଆତ୍ମସମର୍ପଣ କରିଥିଲେ। ​ ​ଶିମିଳିପାଳ ଦକ୍ଷିଣ ଡିଭିଜନର କର୍ମଚାରୀଙ୍କ ସମେତ ୩ଟି ରେଞ୍ଜର ବନ କର୍ମଚାରୀ ଏବଂ ସ୍ପେଶାଲ ଟାଇଗର ପ୍ରୋଟେକସନ ଫୋର୍ସ (STPF) ର ୩ଟି ପ୍ଲାଟୁନ୍ ଏହି ମିଳିତ କମ୍ବିଂ ଅପରେସନରେ ସାମିଲ ହୋଇଥିଲେ।

ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟକୁ ଜଗିଛି ଏଆଇ କ୍ୟାମେରା। କ୍ୟାମେରା ମାଧ୍ୟମରେ ଶିମିଳିପାଳକୁ ସୁରକ୍ଷିତ ରଖିବା ଓ ବନାଗ୍ନିରୁ ରକ୍ଷା କରିବା ନେଇ ବନ ବିଭାଗ ପକ୍ଷରୁ ନିଆଯାଇଥିବା ସ୍ବତନ୍ତ୍ର ପଦକ୍ଷେପ ସଫଳ ହେବାରେ ଲାଗିଛି। ଏପରିକି ଶିକାରୀ ଓ କାଠ ବ୍ୟବସାୟୀଙ୍କ ଅନୁପ୍ରବେଶକୁ ରୋକିବାରେ ଏହି କ୍ୟାମେରା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। 

             ବ୍ୟାଘ୍ର ଓ ହସ୍ତୀ ଅଭୟାରଣ୍ୟ ଭାବେ ଶିମିଳିପାଳର ପ୍ରସିଦ୍ଧି ରହିିଛି। ବାଘ ବଂଶ ବୃଦ୍ଧି ଲାଗି ଏହି ଅଭୟାରଣ୍ୟ ପ୍ରକୃଷ୍ଟ ଜଙ୍ଗଲ ବୋଲି ଏନ୍‌ଟିସିଏ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଅଭୟାରଣ୍ୟର ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ବଂଶବୃଦ୍ଧି ନିମନ୍ତେ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି। ଶିକାରୀ ଓ କାଠ ବ୍ୟବସାୟୀଙ୍କ କବଳରୁ ସୁରକ୍ଷା ଦେବା ନିମନ୍ତେ ଅଭୟାରଣ୍ୟର କୋର୍‌ ଓ ବଫର ଅଞ୍ଚଳରେ ଅତ୍ୟାଧୁନିକ ଏଆଇ କ୍ୟାମେରା ଖଞ୍ଜା ଯାଇଛି। ବନାଗ୍ନି ସମ୍ପର୍କରେ ସୂଚନା ପାଇବା ପାଇଁ ଟାୱାର ମାଧ୍ୟମରେ ଏହି କ୍ୟାମେରା ଲଗାଯାଇଛି। ନିଆ ଲାଗିବା ମାତ୍ରେ ଖୁବ୍‌ଶୀଘ୍ର ଏହାର ଫଟୋ ବନ ବିଭାଗର ହସ୍ତଗତ ହେବା ବ୍ୟବସ୍ଥା ରହିଛି। ସେହିପରି ବନ୍ୟଜନ୍ତୁଙ୍କୁ ଶିକାର ଉଦ୍ଦେଶ୍ୟରେ ଅଭୟାରଣ୍ୟକୁ ପ୍ରବେଶ କରୁଥିବା ଶିକାରୀମାନଙ୍କୁ ଠାବ କରିବା ଓ ଧରିବା ପାଇଁ ଟ୍ରାଇଲଗାର୍ଡ ଓ ପେନ ଟିଲ୍ଟ ଜୁମ୍‌ (ପିଟିଜେଡ୍‌) କ୍ୟାମେରା ଲଗାଯାଇଛି। ପିଟିଜେଡ୍‌ ହେଉଛି ଏକ ରୋବୋଟିକ କ୍ୟାମେରା। ଯାହା ତିନୋଟି ଅକ୍ଷରେ ଗତି କରିବା ସହିତ ତଦାରଖ କରିବାରେ ସହାୟକ ହୋଇଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Poacher arrested | 39 Poachers Caught Using AI Surveillance in Similipal Sanctuary | Argus News