Robotic Surgery / ପୂର୍ବ ଭାରତରେ ପ୍ରଥମ; AIIMS ଭୁବନେଶ୍ଵରରେ ଅତ୍ୟାଧୁନିକ ରୋବୋଟିକ ଯକୃତ ପ୍ରତିରୋପଣ ୟୁନିଟ୍ ଆରମ୍ଭ
·4 months ago·2 min read

Key Points
- ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ମାଇଲଷ୍ଟୋନ୍
- ଭୁବନେଶ୍ଵରର ଏମ୍ସରେ ଆରମ୍ଭ ହେଲା ଯକୃତ ପ୍ରତିରୋପଣ ୟୁନିଟ୍
- ରୋବୋଟିକ୍ ସର୍ଜରୀ ୟୁନିଟ୍ ଦ୍ଵାରା ମିଳିବ ଚିକିତ୍ସା
ଭୁବନେଶ୍ଵର: ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ମାଇଲଷ୍ଟୋନ୍ । ଉନ୍ନତ ମାନର ଚିକିତ୍ସା ସୁବିଧା ଦ୍ଵାରା ଲୋକଙ୍କ ଆସ୍ଥାଭାଜନ ହୋଇଥିବା ଏମ୍ସ ଭୁବନେଶ୍ଵରରେ ଆରମ୍ଭ ହୋଇଛି ଅତ୍ୟାଧୁନିକ ରୋବୋଟିକ ଯକୃତ ପ୍ରତିରୋପଣ ୟୁନିଟ୍ । ଏଥିସହ ପ୍ରଥମ କରି ରୋବୋଟିକ୍ ସର୍ଜରୀ ୟୁନିଟ୍ ଆରମ୍ଭ ହୋଇଛି ।
କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ରହି ଏହି ଅତ୍ୟାଧୁନିକ ସ୍ଵାସ୍ଥ୍ୟସେବାର ଶୁଭାରମ୍ଭ କରିଛନ୍ତି । ଏଣିକି ରୋଗୀଙ୍କୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ପୂର୍ବ ଭାରତରେ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଭୁବନେଶ୍ଵର ଏମ୍ସ ଏହି ଅତ୍ୟାଧୁନିକ ଚିକିତ୍ସା ଆରମ୍ଭ କରିଛି ।
ଏଥିସହ ପଢ଼ନ୍ତୁ: ଗୁଗଲର Gemini ଓ ChatGPTକୁ ଟକ୍କର ଦେବାକୁ ଆସିଲା AI Sarvam
ଅତ୍ୟାଧୁନିକ ରୋବୋଟିକ ଯକୃତ ପ୍ରତିରୋପଣ ୟୁନିଟ୍ ସହ ପ୍ରଥମ କରି ରୋବୋଟିକ୍ ସର୍ଜରୀ ୟୁନିଟ୍ ଆରମ୍ଭ ହୋଇଛି । ଅତ୍ୟାଧୁନିକ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢିଛି ଏମ୍ସ । ଉନ୍ନତମାନର ଓ ବ୍ୟୟ ବହୁଳ ଚିକିତ୍ସା ପାଇଁ ଏଣିକି ରୋଗୀଙ୍କୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରବାକୁ ପଡ଼ିବ ନାହିଁ ।
ରାଜ୍ୟର ପ୍ରଥମ ସରକାରୀ ମେଡିକାଲ ଭାବେ ଭୁବନେଶ୍ଵର ଏମ୍ସରେ ରୋବୋଟିକ ସର୍ଜରୀ ହୋଇପାରିବ । ପୂର୍ବ ଭାରତରେ ଏଭଳି ଚିକିତ୍ସା ସୁବିଧା କୌଣସି ରାଜ୍ୟରେ ଉପଲବ୍ଧ ନାହିଁ । ଏହି ଅତ୍ୟାଧୁନିକ ରୋବୋଟିକ୍ ସର୍ଜରୀ ଦ୍ଵାରା ସଠିକ୍ ଭାବେ ଅତି ସୂକ୍ଷ୍ମ ଟିସୁ ଗୁଡ଼ିକର ମଧ୍ୟ ଅସ୍ତ୍ରୋପଚାର ହୋଇପାରିବ ।
ଏଥିସହ ପଢ଼ନ୍ତୁ: NASAର ବଡ଼ ନିଷ୍ପତ୍ତି; ଏଣିକି ମହାକାଶକୁ ନିଜ ଫୋନ ନେବେ ମହାକାଶଚାରୀ
ଏହା ପୂର୍ବରୁ ଏଭଳି ଉନ୍ନତମାନର ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବା ସହ ଖର୍ଚ୍ଚାନ୍ତ ହେଉଥିଲେ ରୋଗୀ । ଏଣିକି ହାତ ପାଆନ୍ତାରେ ରୋଗୀମାନଙ୍କୁ ମିଳିବ ଉନ୍ନତ ମାନର ଚିକିତ୍ସା ସୁବିଧା । ଏହି ଅବସରରେ ଏମସରେ ଯକୃତ ପ୍ରତିରୋପଣ ଦ୍ବାରା ଉପକୃତ ହୋଇଥିବା ଦୁଇଜଣ ବ୍ୟକ୍ତି ସେମାନଙ୍କର ଅନୁଭୂତି ବଖାଣିଥିଲେ ।
ଭୁବନେଶ୍ଵର ଏମ୍ସରେ ଜଟିଳ ଓ ବ୍ୟୟ ବହୁଳ ଚିକିତ୍ସା ପାଇଁ ଆଉ ଦୁଇଟି ସ୍ଵାସ୍ଥ୍ୟସେବାର ଶୁଭାରମ୍ଭ ହୋଇଛି । ଏହାଦ୍ଵାରା ଓଡ଼ିଶା ସହ ଆସାମ, ପଶ୍ଚିମବଙ୍ଗ ଓ ପୂର୍ବ ଭାରତର ଲୋକମାନଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ମିଳିବ । ପୂର୍ବାପେକ୍ଷା ରୋଗୀଙ୍କ ଆହୁରି ଆସ୍ଥା ଭାଜନ ହେବ ଭୁବନେଶ୍ଵର ଏମ୍ସ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories