Akhil Bharatiya Bhrashtachar / ଅଖିଳ ଭାରତ ଭ୍ରଷ୍ଟାଚାରୀ ବିରୋଧୀ ସଂଗଠନର ରାଜ୍ୟ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
·7 months ago·2 min read

Key Points
ମନ୍ତ୍ରୀ, ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ଦରମା, ପେନସନ ବୃଦ୍ଧି ପ୍ରସ୍ତାବ
ଆଗାମୀ ବିଧାନସଭା ଅଧିବେଶନରେ ଆସୁଥୁବାରୁ ଏ ସଂପର୍କରେ ଜନସାଧାରଣଙ୍କ ମତାମତ ଦେବାକୁ ଦାବୀ

ଗତ ବିଧାନସଭା ଅଧିବେଶନରେ ମନ୍ତ୍ରୀ, ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ଦରମା ଓ ପେନସନ୍ ବୃଦ୍ଧି ପ୍ରସ୍ତାବକୁ ସବୁ ଦଳର ବିଧାୟକମାନେ ସମର୍ଥନ କରି ପ୍ରସ୍ତାବ ଗ୍ରହଣ କରିଥିଲେ ଆମ ରାଜ୍ୟରେ ଏହି ବୃଦ୍ଧି ସମଗ୍ର ଦେଶରେ ସର୍ବାଧିକ ହୋଇଥିଲା । ବିଭିନ୍ନ ମହଲରେ ଦାବୀ ଓ ଜନସାଧାରଣଙ୍କ ଯୋଗୁଁ ବିଜେପି ବିଧାୟକ ଦଳ ବୈଠକରେ ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ନିଷ୍ପତି ଗ୍ରହଣ କରାଗଲା । ଏହା ପରେ ଏହି ବୃଦ୍ଧି ପ୍ରସ୍ତାବ ସ୍ଥଗିତ ରହିଛି । ମାତ୍ର ଚଳିତ ବିଧାନସଭା ଅଧିବେଶନରେ ପୁନର୍ବାର ବୃଦ୍ଧି କରିବା ପ୍ରସ୍ତାବ ଆଗତ କରିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ଏବଂ ଏହି ବୃଦ୍ଧିକୁ ବର୍ତ୍ତମାନ ମଧ୍ୟ ଅଧିକାଂଶ ବିଧାୟକ ସମର୍ଥନ କରି ଗଣମାଧ୍ୟମରେ ବିବୃତ୍ତି ଦେଉଛନ୍ତି ।
ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ବିଧାୟକ, ମନ୍ତ୍ରୀ ଏବଂ ପୂର୍ବତନ ବିଧାୟକଙ୍କ ଦରମା ପେନସନ୍ କେତେ ହେବ ରାଜ୍ୟ ସରକାର ଲୋକମାନଙ୍କ ଠାରୁ ମତାମତ ସଂଗ୍ରହଣ କରିବାକୁ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ରାଜ୍ୟ କମିଟି ପକ୍ଷରୁ ଦାବୀ କରାଯାଇଛି । ସଂଗଠନ ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ସୁବ୍ରତ କୁମାର ନନ୍ଦ, ନବରଙ୍ଗପୁର ଜିଲ୍ଲା ସଭାପତି ସାମ୍ବାଦିକ ସିଏଚ.ଈଶ୍ବର ରାଓ, କୋରାପୁଟ ଜିଲ୍ଲା ସଭାପତି – ସମାଜସେବୀ ଜି. ରାମବାବୁ, ନବରଙ୍ଗପୁର ଜିଲ୍ଲା ସଂଯୋଜକ ଆଦିବାସୀ ନେତା ଶ୍ରୀ ଅର୍ଜୁନ ଭତରା ପ୍ରମୁଖ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିବା ପୂର୍ବରୁ ଜନମତ ଆଧାରରେ ଏହି ସଂଶୋଧନ ପ୍ରସ୍ତାବ ଗ୍ରହଣ କରିବାକୁ ଦାବୀ କରିଛନ୍ତି ।
ରାଜ୍ୟ ସରକାର ତୁରନ୍ତ ସଂସଦୀୟ ବ୍ୟାପାର ବିଭାଗ ଦ୍ଵାରା ଏ ସଂପର୍କରେ ନିର୍ଦ୍ଦିଷ୍ଟ ସମୟ ସୀମା ଦେଇ ଲୋକମାନଙ୍କର ମତାମତ ଗ୍ରହଣ କରନ୍ତୁ । ଲୋକଙ୍କ ସରକାର କହୁଥିବା ଦଳ ଲୋକମତକୁ ଗ୍ରହଣ କରି ବିଧାୟକ, ମନ୍ତ୍ରୀ ଓ ପୂର୍ବତନ ବିଧାୟକଙ୍କ ଦରମା ପେନସନ୍ କେତେ ହେବ ତାହା ସ୍ଥିର କରନ୍ତୁ । ଯେଉଁ ବିଧାୟକ ମନ୍ତ୍ରୀମାନେ ବୃଦ୍ଧି ଦରମା ନେବେ ସେମାନଙ୍କର ସାଧୁତା ବିଭିନ୍ନ ଜନକଲ୍ୟାଣକାରୀ ବ୍ୟବସ୍ଥାରେ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି ବୋଲି ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି । କୋରାପୁଟ ଜିଲ୍ଲା ସଂଗଠନକୁ ସୁଦୃଢ଼ କରିବା ପାଇଁ ଜିଲ୍ଲା ସଭାପତି ସମାଜସେବୀ ଜି. ରାମବାବୁଙ୍କ ଅଧ୍ୟକ୍ଷତାରେ ଏକ ପୂର୍ଣାଙ୍ଗ କମିଟି ଗଠନ କରାଯାଇଛି । ଏହି କମିଟିରେ ବିଭିନ୍ନ ବ୍ଲକ, ତହସିଲ ଓ ଏନ.ଏ.ସି.ର ଆବାହାକମାନେ ନିଯୁକ୍ତି ପାଇଛନ୍ତି ।
ବିଭିନ୍ନ ଜନହିତକାରୀ ଯୋଜନାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅର୍ଥକୁ ଯେଉଁଭଳି ଭାବରେ ରାଜନୈତିକ ବ୍ୟକ୍ତି ବିଶେଷ ଓ ଅସାଧୁ କର୍ମଚାରୀମାନେ ଲୁଣ୍ଠନ କରୁଛନ୍ତି ତାହା ବିରୁଦ୍ଧରେ ଏହି ସଂଗଠନ ବିଭିନ୍ନ ଜାଗାରେ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବ ଓ ଭ୍ରଷ୍ଟାଚାରୀ ଅଧିକାରୀଙ୍କ ବିରୁଦ୍ଧରେ ସାଧାରଣରେ ଜନ ଶୁଣାଣି କରି ଚାର୍ଜଫେମ୍ କରାଯିବ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାର ସମସ୍ତ ବୁଦ୍ଧିଜୀବୀ ସାମ୍ବାଦିକମାନେ ସହଯୋଗ କରିବାକୁ ଏହି ସାମ୍ବାଦିକ ସମ୍ମଳିନୀରେ ନିବେଦନ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories