Liquor Ban / ମଦର ଅନଲାଇନ ହୋମ୍ ଡେଲିଭରୀ ଉପରେ ବି ଲାଗିଲା ରୋକ୍

Key Points
ଆଉ ଖୋଲିବନି ନୂଆ ମଦ ଦୋକାନ
ବର୍ଷକ ବଦଳରେ ଆସିଛି ତିନି ବର୍ଷିଆ ଅବକାରୀ ନୀତି
ମଦ ଅନଲାଇନ ହୋମ୍ ଡେଲିଭରୀ ଉପରେ ବି ଲାଗିଲା ରୋକ୍
ପୁରୀ ଶ୍ରୀମନ୍ଦିର ଚାରିପାଖେ ଓ ବଡ଼ଦାଣ୍ଡରେ ମିଳିବନି ମଦ
ଚୋରା ମଦ ବେପାର ଉପରେ ଲାଗିବ ବ୍ରେକ, ମଦ ବୋତଲ ଟ୍ରାକିଂ କରିବେ ସରକାର
ପ୍ରତି ମଦ କାଉଣ୍ଟର ଉପରେ cctv କ୍ୟାମେରା ମାଧ୍ୟମରେ ରଖାଯିବ ନଜର
ଆଜି ବିଧାନସଭାରେ ନୂଆ ଅବକାରୀ ନୀତି ଉପସ୍ଥାପନ କରିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ନୂତନ ଅବକାରୀ ନୀତିରେ ଅନେକ ସଂଶୋଧନ ସହ ଆସିଛି ସଂସ୍କାର । ଆଉ ଖୋଲିବନି ନୂଆ ମଦ ଦୋକାନ । ମଦ ଅନଲାଇନ ହୋମ୍ ଡେଲିଭରୀ ଉପରେ ବି ଲାଗିଲା ରୋକ୍ । ପୁରୀ ଶ୍ରୀମନ୍ଦିର ଚାରିପାଖେ ଓ ବଡ଼ଦାଣ୍ଡରେ ମିଳିବନି ମଦ।
ଆଜି ବିଧାନସଭାରେ ନୂଆ ଅବକାରୀ ନୀତି ଉପସ୍ଥାପନ କରିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ନୂତନ ଅବକାରୀ ନୀତିରେ ଅନେକ ସଂଶୋଧନ ସହ ଆସିଛି ସଂସ୍କାର । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସଂଶୋଧନ ଭାବେ Minimum Guaranteed Quantity ବା MGQ ବଳଦରେ Minimum Guaranteed Excise Revenue ଲାଗୁ କରାଯାଇଛି । ଏହାଦ୍ବାରା ସରକାରୀ ରାଜସ୍ବ ସୁରକ୍ଷିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।
MGER ଅନୂଯାୟୀ ବ୍ୟବସାୟୀମାନେ ଆବଶ୍ୟକ ଅନୁସାରେ ଷ୍ଟକ ଉଠାଇବେ । ଯାହାଦ୍ବାରା "କୁଚିଆ" ବିକ୍ରୟ ପ୍ରଥା ବନ୍ଦ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି ସରକାର । ଏହାସହ ଅବକାରୀ ଶୁଳ୍କ ଉପରେ ୦.୫% ଡି-ଆଡିକ୍ସନ ସେସ ପ୍ରବର୍ତ୍ତନ କରାଯାଇଛି । ଏହି ସେସ୍ରୁ ଆସୁଥିବା ଆୟକୁ ଖର୍ଚ୍ଚ କରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଡେଲ ଡି-ଆଡିକ୍ସନ କେନ୍ଦ୍ର ସ୍ଥାପନ ଓ ସୁଦୃଢ଼ କରାଯିବ ।
ବିଭିନ୍ନ ଅବକାରୀ ଲାଇସେକ୍ସ ପାଇଁ ଆବେଦନ ଶୁଳ୍କ ୧୦% ବଢ଼ାଯିବ ଏବଂ ଲାଇସେକ୍ସ ଶୁଳ୍କ ପ୍ରତି ବର୍ଷ ୧୦ ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧି ପାଇବ । ବିଦେଶୀ ଓ ଦେଶୀ ମଦ ଉପରେ ଅବକାରୀ ଶୁଳ୍କ ମଧ୍ୟ ବଢ଼ାଯାଇଛି । ଗ୍ରାମାଞ୍ଚଳରେ ଖୋଲିବନି ନୂଆ ଠିପି ଖୋଲା ମଦ ଦୋକାନ । କେବଳ ଶିଳ୍ପାଞ୍ଚଳରେ ଥିବା ୩-ତାରକା ଓ ତାହା ଠାରୁ ଉପର ହୋଟେଲ୍ ଓ କ୍ଲବ୍ ଏଥିରୁ ଛାଡ଼ ରହିବେ ।
ତେବେ ପ୍ରତି ମଦ ଉତ୍ପାଦନ ୟୁନିଟ୍ ଓ ଦୋକାନ ଗୁଡ଼ିକ ସିସିଟିଭି ନିରୀକ୍ଷଣରେ ରହିବ । ପ୍ରତି ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା କାର୍ଯ୍ୟାଳୟ ମାନେ ସିସି ଟିଭି ମାଧ୍ୟମରେ ନଜର ରଖିବେ । ଉନ୍ନତମାନର ପ୍ୟାକେଜିଂ ସହ ୧୮୦ ml ମଦ ଟେଟ୍ରା ପ୍ୟାକରେ ବିକ୍ରି ହେବ ।
ତେବେ ନୂଆ ଅବକାରୀ ନୀତିକୁ ମଦ ବ୍ୟବସାୟୀଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି । ଅନ୍ୟପଟେ ନୂଆ ଅବକାରୀ ନୀତି ଆସିବା ପରେ ତେଜିଛି ରାଜନୀତି । ବିଜେଡି ଓ କଂଗ୍ରେସ ଏହି ନୀତିକୁ କଡା ସମାଲୋଚନା କରିଛନ୍ତି । ନୀତିରେ ଆଉ ଥରେ ସଂଶୋଧନ ପାଇଁ ଦାବି କରିଛନ୍ତି ବିରୋଧୀ । ନୂଆ ଦୋକାନ ତ ଖୋଲିବନି । କିନ୍ତୁ ଯେଉଁମାନେ ଲଟେରି ମାଧ୍ୟମରେ ମଦ ଦୋକାନ ପାଇଛନ୍ତି, ସେମାନଙ୍କ ଅବଧି ସରିବା ପରେ ନବୀକରଣ କେମିତି ହେବ ବୋଲି ପ୍ରଶ୍ନ ଉଠିଛି ।
📱 Get Argus News App
✨Related Topics
Explore more stories