ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ

ପଶ୍ଚିମାଝଡ ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ୨୪ ଘଣ୍ଟା ପାଇଁ ୩୦ ଜିଲ୍ଲାକୁ ଆଲର୍ଟ କଲା ପାଣିପାଗ ବିଭାଗ । ଝଡ଼ ପବନ ସାଙ୍ଗକୁ ପ୍ରବଳ ବର୍ଷା ଓ କୁଆ ପଥର ବର୍ଷାରେ ଭିଜିବ ସାରା ଓଡ଼ିଶା । ୨୪ ଘଣ୍ଟାରେ ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି । ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଂଜ, ବାଲେଶ୍ଵର, ଭଦ୍ରକ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ପ୍ରବଳ ଯାହାର ପବନ ସହ କୁଆପଥର ବର୍ଷା ହେବ । କିଛି ସ୍ଥାନରେ ଭାରି ବର୍ଷାର ମଧ୍ୟ ସମ୍ଭାବନା ନେଇ ସତର୍କ କରିଛି ବିଭାଗ ।
ବାକି ଅନ୍ୟ ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି । ଆସନ୍ତାକାଲି ମଧ୍ୟ ଏହି ସମାନ ସ୍ଥିତି । ପଶ୍ଚିମ ଓ ଉତ୍ତର ଓଡ଼ିଶାର ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ସହ ବାକି ସାରା ଓଡ଼ିଶାକୁ ୟେଲୋ ଆଲର୍ଟ ଦିଆଯାଇଛି। ଏଭଳି ସ୍ଥିତି ମେ ୨ ତାରିଖ ଯାଏଁ ଲାଗି ରହିବ ବୋଲି ସୂଚନା ରହିଛି। ଫଳରେ ଦିନର ତାପମାତ୍ରା ୩ରୁ ୫ ଡିଗ୍ରୀ କମିବ । ତାତିରୁ ନିସ୍ତାର ମିଳିବ ।