Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତୀବ୍ର ବିରୋଧ ପରେ ମହାପ୍ରଭୁଙ୍କ ଛବି ଥିବା ପାଦପୋଛା ହଟାଇଲା AliExpress

Smruti Parija
Browse all articles by Smruti Parija
·11 months ago·1 min read
ତୀବ୍ର ବିରୋଧ ପରେ ମହାପ୍ରଭୁଙ୍କ ଛବି ଥିବା ପାଦପୋଛା ହଟାଇଲା AliExpress

Key Points

ମହାପ୍ରଭୁଙ୍କ ଛବି ଥିବା ପାଦପୋଛା ହଟିଲା

ତୀବ୍ର ବିରୋଧ ପରେ ହଟାଇଲା ଚୀନ୍ ଇ-କମର୍ସ ପ୍ଲାଟଫର୍ମ AliExpress

ଅପସାରଣ କରାଯାଇଥିବା `X' ପୋଷ୍ଟ କରି କହିଲା AliExpress

ଅର୍ଗସର ମହାପ୍ରଭାବ । ମହାପ୍ରଭୁଙ୍କ ଛବି ଥିବା ପାଦପୋଛା ହଟିଲା । ତୀବ୍ର ବିରୋଧ ପରେ ହଟାଇଲା ଚୀନ୍ ଇ-କମର୍ସ ପ୍ଲାଟଫର୍ମ AliExpress । ଏହାକୁ ଅପସାରଣ କରାଯାଇଥିବା `X' ପୋଷ୍ଟ କରି କହିଲା AliExpress । `ରିପୋର୍ଟ କରାଯିବା ପରେ ସେହି ଜିନିଷକୁ ସମୀକ୍ଷା କରି ଅପସାରଣ କରିଛୁ' ବୋଲି ପୋଷ୍ଟରେ କୁହାଯାଇଛି । ଏହା ମଧ୍ୟ କୁହାଯାଇଛି କି `ଜିନିଷଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଆମେ ତଦାରଖ କରୁଛୁ' । ବିବାଦୀୟ ପାଦପୋଛା ନେଇ ଲଗାତାର ଖବର ପ୍ରସାରଣ କରିଥିଲା `ଅର୍ଗସ୍‌' । ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଅର୍ଗସ୍ ଖବର ପ୍ରସାରଣ କରିଥିଲା ।


ଅର୍ଗସ୍‌ରେ ପ୍ରଥମେ ଖବର ପ୍ରସାରଣ ପରେ ଥାନାରେ ହୋଇଥିଲା ମାମଲା । ଘଟଣାକୁ ନେଇ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଉପମୁଖ୍ୟମନ୍ତ୍ରୀ । ସୋସିଆଲ୍ ମିଡିଆ `X'ରେ ନିନ୍ଦା କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମହାପ୍ରଭୁ ପ୍ରତି ଓଡ଼ିଆଙ୍କ ଆତ୍ମା ଓ ଭାବନା ସହ ଗଭୀର ଭାବେ ଜଡ଼ିତ କହିଥିଲେ । AliExpress ତାହାକୁ ତୁରନ୍ତ ତାଲିକାରୁ ହଟାଉ ବୋଲି କହିଥିଲେ । ଏହି ଆପତ୍ତିଜନକ କାର୍ଯ୍ୟ ପାଇଁ ଭକ୍ତମାନଙ୍କୁ କ୍ଷମା ମାଗୁ ବୋଲି କହିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
aliexpress-removes-doormat-with-lord-shivas-image-after-intense-protests | Argus News