Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କେନ୍ଦ୍ରର ବଡ଼ ନିଷ୍ପତ୍ତି : ଏଣିକି ସମସ୍ତଙ୍କୁ ଆୟୁଷ୍ମାନ ଭାରତ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
କେନ୍ଦ୍ରର ବଡ଼ ନିଷ୍ପତ୍ତି :  ଏଣିକି ସମସ୍ତଙ୍କୁ ଆୟୁଷ୍ମାନ ଭାରତ

Key Points

  • ମୋଦିଙ୍କ ବଡ଼ ନିଷ୍ପତ୍ତି
  • ୭୦ ଡେଇଁଲେ ସମସ୍ତଙ୍କୁ ଆୟୁଷ୍ମାନ ଭାରତ 
  • ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇବେ ହିତାଧିକାରୀ

ଅର୍ଗସ ବ୍ୟୁରୋ: କେନ୍ଦ୍ର କ୍ୟାବିନେଟ୍‌ ନେଲା ବଡ଼ ନିଷ୍ପତ୍ତି । ଏଣିକି ସବୁ ମିଳିବ ଆୟୁଷ୍ମାନ ଭାରତ ଯୋଜନାର ଲାଭ । ଅର୍ଥାତ୍‌ ପ୍ରତିଘରେ ଯେଉଁମାନେ ୭୦ ବର୍ଷରୁ ଅଧିକ ଥିବେ ସେମାନେ ଏହି ଯୋଜନାରେ ଲାଭ ପାଇବେ । ଗତକାଲି କେନ୍ଦ୍ର କ୍ୟାବିନେଟ୍‌ରେ ଏନେଇ ନିଷ୍ପତ୍ତି ହୋଇଛି । ଏଣିକି ୭୦ ବର୍ଷରୁ ଅଧିକ ଯେ କୌଣସି ବର୍ଗର ବ୍ୟକ୍ତି ଆୟୁଷ୍ମାନ ଭାରତ ଲାଭ ପାଇପାରିବେ । ସୂଚନା ଅନୁସାରେ ବ୍ୟକ୍ତି ଜଣକ ଯେଉଁ ଶ୍ରେଣୀର ହୋଇଥାଆନ୍ତୁ ନା କାହିଁକି ? କେନ୍ଦ୍ର ସରକାରଙ୍କ ଏହି ମେଗା ହେଲଥ ସ୍କିମ୍‌ରେ ୫ ଲକ୍ଷ ଯାଏଁ ମାଗଣା ଚିକିତ୍ସା ସୁବିଧା ସମସ୍ତେ ପାଇପାରିବେ । ବୈଠକ ପରେ ଏମିତି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ  ।

ଗତକାଲି କେନ୍ଦ୍ର କ୍ୟାବିନେଟ୍‌ରେ ସମସ୍ତଙ୍କୁ ସ୍ଵାସ୍ଥ୍ୟସେବା ନିଷ୍ପତ୍ତି ଉପରେ ମୋହର ବାଜିବା ପରେ ଏନେଇ ପ୍ରଧାନମନ୍ତ୍ରୀ ବି ଟ୍ଵିଟ କରିଛନ୍ତି । କହିଛନ୍ତି, ପ୍ରତି ନାଗରିକଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇଦେବା ଆମର ପ୍ରାଥମିକତା । ପୂର୍ବରୁ ପ୍ରତି ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହୋଇଥିଲା । ହେଲେ ବିଜେଡି ସରକାର ଜାଣିଶୁଣି ଯୋଜନା ଲାଗୁ କରିନଥିଲା । ବାରମ୍ବାର କେନ୍ଦ୍ରର ପରାମର୍ଶ ପରେ ମାନିନଥିଲେ ନବୀନ । ଏମିତିକି ଆୟୁଷ୍ମାନ ଯୋଜନା ଅପେକ୍ଷା ବିଜୁ ସ୍ଵାସ୍ଥ୍ୟ ଯୋଜନା କୁଆଡେ ଭଲ ବୋଲି କହିଥିଲେ । ହେଲେ ସେ ଯୋଜନାରେ କେମିତି ଲୋକେ ହିନସ୍ତା ହେଉଥିଲା ତାହାର ଦୃଶ୍ୟ ବି ଆପଣ ଦେଖିଛନ୍ତି । 

ସୂଚନା ଅନୁସାରେ, ଯେଉଁମାନଙ୍କ ବୟସ ୭୦ରୁ ଉର୍ଦ୍ଧ୍ଵ ଓ ସେମାନେ ଜାତୀୟ ସରକାରୀ ସ୍ଵାସ୍ଥ୍ୟ ସ୍କିମ୍‌ (CGHS), ଏକ୍ସ-ସର୍ଭିସି ଅବଦାନ ସ୍ବାସ୍ଥ୍ୟ ସ୍କିମ୍‌ (ECHS) ଓ ଆୟୁଷ୍ମାନ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (CAPF)ର ଫାଇଦା ହାସଲ କରୁଛନ୍ତି, ସେମାନେ ପୂର୍ବ ଯୋଜନାରେ ରହିପାରିବେ କିମ୍ବା ନୂଆ ଆୟୁଷ୍ମାନ ଯୋଜନାରେ ନିଜକୁ ସାମିଲ କରିପାରିବେ । ସେମାନଙ୍କ ପାଖରେ ଏ ନେଇ ବିକଳ୍ପ ରହିବ। ଏହାସହ ୭୦ ବର୍ଷ କିମ୍ବା ତା’ ଠାରୁ ଅଧିକ ବୟସ୍କ ବ୍ୟକ୍ତି ଯେଉଁମାନେ ଘରୋଇ ସ୍ୱାସ୍ଥ୍ୟ ବୀମା କିମ୍ବା ରାଜ୍ୟ ବୀମା ସ୍କିମ ଅଧୀନରେ ରହିଛନ୍ତି, ସେମାନେ ମଧ୍ୟ ଆୟୁଷ୍ମାନ ଭାରତ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ।  ଆୟୁଷ୍କାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଦେଶର ୨୮, ୩୫୧ ହସ୍‌ପିଟାଲ ପଞ୍ଜୀକୃତ ହୋଇଛି। ସେଥିରେ ୧୨,୮୨୪ ଘରୋଇ ହସ୍‌ପିଟାଲ ରହିଛନ୍ତି। ୨୦୨୨-୨୩ ବର୍ଷରେ ପ୍ରାୟ ୫୬% ରୋଗୀଙ୍କ ଆଡମିଶନ ଘରୋଇ ହସ୍‌ପିଟାଲରେ ହୋଇଥିବାବେଳେ ୪୪%ଙ୍କ ଚିକିତ୍ସା ସରକାରୀ ହସ୍‌ପିଟାଲରେ ହୋଇଛି । ଆୟୁଷ୍ମାନ ଭାରତ ହିତାଧିକାରୀଙ୍କୁ ୨୭ପ୍ରକାର ରୋଗରେ ମୋଟ ୧୯୪୯ ପଦ୍ଧତିରେ ଚିକିତ୍ସା ସୁବିଧା ମିଳୁଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ayushman Bharat health scheme | Argus News