Videos
|
Odisha

ସୁଭଦ୍ରା ଯୋଜନାରେ ସମସ୍ତ ଯୋଗ୍ୟ ମହିଳାମାନେ ଆବେଦନ କରନ୍ତୁ: ଉପମୁଖ୍ୟମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସୁଭଦ୍ରା ଯୋଜନାରେ ସମସ୍ତ ଯୋଗ୍ୟ ମହିଳାମାନେ ଆବେଦନ କରନ୍ତୁ: ଉପମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ସୁଭଦ୍ରା ଯୋଜନାର ଗାଇଡଲାଇନ୍ ଆସିବା ପରେ ଏହାର ଲାଭ ଉଠାଇବାକୁ ଅପିଲ୍ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସମସ୍ତ ଯୋଗ୍ୟ ମହିଳାମାନେ ଆବେଦନ କରିବାକୁ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ। .ଓଡିଶାର ୩୦ଟି ଜିଲ୍ଲାର ମହିଳାଙ୍କୁ ଏହାର ଲାଭ ମିଳିବା ସହ  ଯୋଜନା ମହିଳାଙ୍କୁ ସ୍ବାବଲମ୍ବୀ କରିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ  ।

24 ମହାଲଢ଼େଇ ସମୟରେ ସୁଭଦ୍ରା ଯୋଜନା ନାଁରେ ବଡ଼ ପ୍ରତିଶ୍ରୁତି ଦେଇଥିଲା ବିଜେପି। ଆଉ ସରକାର ଗଠନର ମାସ କେଇଟା ଭିତରେ ଆସନ୍ତା 17 ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ମହିଳାଙ୍କୁ ମିଳିବ ପ୍ରଥମ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା। ୟା ଭିତରେ ସୁଭଦ୍ରା ଯୋଜନାର ସମ୍ପୂର୍ଣ୍ଣ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ କମିଟିର ଅଧ୍ୟକ୍ଷତାରେ ସ୍ବତନ୍ତ୍ର କମିଟି ଗଢ଼ାଯାଇଛି। ଉନ୍ନୟନ କମିଶନର ଉପାଧ୍ୟକ୍ଷ ଏବଂ କମିଟିରେ 12 ଜଣ ସଦସ୍ୟଙ୍କ ସହ ରହିବେ ଜଣେ ଉପସଦସ୍ୟ । ଖୁବଶୀଘ୍ର ଗଠନ ହେବ ବ୍ଲକ୍, ଜିଲ୍ଲା ଓ ସହରାଞ୍ଚଳ ସ୍ତରୀୟ ତଦାରଖ କମିଟି । ଯୋଜନାର ସାମଗ୍ରିକ କାର୍ଯ୍ୟକାରିତା ପାଇଁ ଦାୟୀ ରହିବ ଏହି କମିଟି। ରାଜ୍ୟର ସମସ୍ତ 30ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ ସୁଭଦ୍ରା ଯୋଜନା। ୧କୋଟିରୁ ଅଧିକ ମହିଳା ହେବେ ଉପକୃତ ।

ଅଧିକ ପଢ଼ନ୍ତୁ: ରାଜ୍ୟର ସମସ୍ତ 30ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ ସୁଭଦ୍ରା ଯୋଜନା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: