ପାଣ୍ଡିଆନଙ୍କ କବଜାରେ ନବୀନ

Key Points
- ପାଣ୍ଡିଆନଙ୍କ କବଜାରେ ନବୀନ
- କଥା କମ କାମ ଅଧିକରେ ବିଶ୍ଵାସ ରଖୁଥିବା ନବୀନ ଏମିତି କେମିତି କହିଲେ ?
- ନବୀନଙ୍କ ମୁହଁରେ ବିରୋଧୀଙ୍କୁ ଗାଳି ଦେଉଛନ୍ତି ପାଣ୍ଡିଆନ
ଅର୍ଗସ ବ୍ୟୁରୋ: ନବୀନଙ୍କୁ କଣ୍ଢେଇ ପରି ନଚାଉଛନ୍ତି ପାଣ୍ଡିଆନ । ସେ ଯେମିତି କହୁଛନ୍ତି ନବୀନ ସେମିତି କରୁଛନ୍ତି । ଏମିତିକି ବିରୋଧୀଙ୍କୁ ଗାଳି ବି ସେ ନବୀନଙ୍କ ମୁହଁରେ ଦିଆ କରାଉଛନ୍ତି । ହେଲେ ଏମିତି କାହିଁକି ସେ କରାଉଛନ୍ତି ତାହାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ପାୱାର ପାଇଁ ସେ ଏମିତି କରୁଥିବା ଲୋକେ କହିଲେଣି ।
ତାମିଲନାଡୁ ବାସିନ୍ଦା । ପଂଜାବ କ୍ୟାଡରର ଅଫିସର । ବିବାହ କରିବା ପରେ ଓଡ଼ିଶା ଆସିଲେ । ଏଠାକାର ପ୍ରାକୃତିକ ସମ୍ପଦ ଦେଖି ଲୋଭଗ୍ରସ୍ତ ହେଲେ । ଖାଲି ଲୋଭଗ୍ରସ୍ତ ହେଲେ ତାହା ନୁହେଁ ବରଂ ନବୀନଙ୍କୁ ହାତ କରି ଶାସନ ହାଇଜାକ କରିବାକୁ ଅପଚେଷ୍ଟା ବି କଲେ । ଚାକିରି ସରକାରୀ ଥିବା ପରେ ବି ଦଳୀୟ କାମରେ ସେ ମୁଣ୍ଡ ପୁରାଇଲେ । ପରେ ସ୍ଵେଚ୍ଛାକୃତ ଅବସର ନେଇ ବିଜେଡିରେ ଯୋଗ ଦେଲେ । କିନ୍ତୁ ବିଜେଡିରେ ମିଶିବା ପରେ ଓଡ଼ିଆ ନେତାଙ୍କୁ ସେ ଯେମିତି ହତାଦାର କରୁଛନ୍ତି ତାହାର ଭିଡିଓ ଅନେକ ସମୟରେ ସାମ୍ନାକୁ ଆସିଛି । ଏବେ ସେ ନବୀନଙ୍କୁ ଯେମିତି ମୋହରା ବନାଉଛନ୍ତି ତାହା ଆଉ ଚର୍ଚ୍ଚାର ବିଷୟ ପାଲଟିଛି ।
ଓଡ଼ିଶାର ରାଜନୀତି ବେଶ ଶାନ୍ତ । କିନ୍ତୁ ପାଣ୍ଡିଆନ ବିଜେଡିରେ ଯୋଗ ଦେବା ପରେ ଗୁଣ୍ଡାଗର୍ଦ୍ଦି, ରକ୍ତପାତ ବଢିଲା । ନିଜ ଅଂଚଳ ଅର୍ଥାତ ତାମିଲନାଡୁରେ ନେତା ଯେମିତି ହିଂସାରେ ବିଶ୍ଵାସ ରଖନ୍ତି । ପାଣ୍ଡିଆନ ବି ଭାବିଲେ ଓଡ଼ିଶାରେ ସେହି ଷ୍ଟାଇଲରେ ଶାସନ କରିବେ ବୋଲି । କିନ୍ତୁ ସେ ଭୁଲିଯାଇଥିଲେ କି ଓଡ଼ିଶାର ଲୋକମାନେ ଶାନ୍ତପ୍ରିୟ, ଗଣ୍ଡଗୋଳ କରନ୍ତି ନାହିଁ । ସବୁ ସୀମା ତାମିଲବାବୁ ଟପିଗଲେ ଯେତେବେଳେ ନବୀନଙ୍କ ପାଟିରେ କୁହାଇଲେ କି ବିରୋଧୀ AI ବ୍ୟବହାର କରନ୍ତୁ ବୋଲି । ସେତେବେଳେ ଗୋଟିଏ କଥା ସ୍ପଷ୍ଟ କି, ଏ କଥା ନବୀନଙ୍କର ନୁହେଁ ପାଣ୍ଡିଆନଙ୍କର । ତେବେ ଦିନ ଯେତିକି ଗଡୁଛି, ପାଣ୍ଡିଆନଙ୍କୁ ନେଇ ବିବାଦ ବି ସେତିକି ବଢୁଛି...ସମୟ କହିବ ପାଣ୍ଡିଆନଙ୍କ ଲାଗି କି ଦଶା ଭୋଗୁଛି ବିଜେଡି ।