Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସାରା ରାଜ୍ୟରେ ପିଇବା ପାଣି ପାଇଁ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା, ବଢୁଛି ଜନ ଆକ୍ରୋଶ

Odisha

ସାରା ରାଜ୍ୟରେ ପିଇବା ପାଣି ପାଇଁ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା, ବଢୁଛି ଜନ ଆକ୍ରୋଶ

Manini Pattanayak
Browse all articles by Manini Pattanayak
·2 years ago·3 min read
ସାରା ରାଜ୍ୟରେ ପିଇବା ପାଣି ପାଇଁ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା, ବଢୁଛି ଜନ ଆକ୍ରୋଶ

ପୁରୀ: ରାଉରକେଲା, ସୁନ୍ଦରଗଡ଼, ହୀରାକୁଦ, ସମ୍ବଲପୁର ପରେ ପୁରୀ। ଯେଉଁ ସହରରେ ବିଜେଡି ସରକାର ପ୍ରଥମେ ଆରମ୍ଭ କରିଥିଲେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା। ସେହି ପୁରୀରେ ଏବେ ପୁଣି ଝାଡ଼ାବାନ୍ତି ଆତଙ୍କ। 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 50ରୁ ଅଧିକ ଲୋକ ଆକ୍ରାନ୍ତ ଅଛନ୍ତି।  ଯେଉଁ ସହରକୁ ବିଶ୍ବସ୍ତରୀୟ କରିଥିବା କହି ଡିଣ୍ଡିମ ପିଟୁଛନ୍ତି ବିଜେଡି ସରକାର ସେହି ସହରରେ ଖୋଲିଯାଇଛି ମିଛ ପ୍ରଚାରର ପୋଲ୍। ଲୋକଙ୍କୁ ଶୁଦ୍ଧ ପାଣି ମୁନ୍ଦେ ଦେବାକୁ ଅଯୋଗ୍ୟ 25 ବର୍ଷର ବିଜେଡି ସରକାର। କେବଳ ପୁରୀ ନୁହେଁ ସାରା ରାଜ୍ୟରେ ପିଇବା ପାଣି ପାଇଁ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା, ବଢୁଛି ଜନ ଆକ୍ରୋଶ...୨୪ ମହାଲଢ଼େଇରେ ଷଷ୍ଠ ପାଳି ବଦଳରେ ସତ୍ତା ପରିବର୍ତ୍ତନର କାରଣ  ହେବ କି ପାନୀୟ ଜଳ...
 
 ବିଶ୍ବ ଐତିହ୍ୟ ନଗରୀରେ ବିକଳ ଚିତ୍ର । ଦୂଷିତ ପାଣି ପିଇ ଅକାଳରେ ଚାଲିଗଲା ଦୁଇଟି ଅମୂଲ୍ୟ ଜୀବନ। ପୁରୀ ବାଲିସାହିସ୍ଥିତ ବରାହୀ ଲେନ୍ ଓ ଶ୍ବେତଗଙ୍ଗା ଲେନର ଦାମୋଦର ପଣ୍ଡା ଓ ଜଣେ ମାତାଙ୍କର ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଛି। ଆହୁରି 50ରୁ ଅଧିକ ଲୋକ ଆକ୍ରାନ୍ତ ଅଛନ୍ତି ।  ଇଏ ସେହି ଐତିହ୍ୟ ସହର ପୁରୀ, ଯାହାକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରିବାକୁ ଖର୍ଚ୍ଚ ହୋଇଛି ହଜାର ହଜାର କୋଟି । ଯେଉଁ ସହରରେ ଆରମ୍ଭ ହୋଇଥିଲା ରାଜ୍ୟର ପ୍ରଥମ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା । ଆଉ ଇଏ ବିଜେଡି ସରକାରଙ୍କ ସେହି ବହୁ ପ୍ରଚାରିତ ଯୋଜନାର ବାସ୍ତବତା। ବହୁ ସ୍ଥାନରେ ଦେଖିବାକୁ ମିଳୁଛି ଏମିତି ଦୃଶ୍ୟ। ଡ୍ରେନ୍ ଭିତରେ ଯାଇଛି ପାଣି ପାଇପ୍। ପାଇପ୍ ଫାଟି ତା ଭିତରେ ପଶୁଛି ଦୂଷିତ ପାଣି। ଆଉ ତାକୁ ପିଇ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା। ସରକାରଙ୍କ ବିରୋଧରେ ଲୋକଙ୍କ ଭିତରେ ପ୍ରବଳ ଆକ୍ରୋଶ।   ପ୍ରଭାବିତ ଅଞ୍ଚଳକୁ ଯାଇଥିବା ପ୍ରଶାସନିକ ଅଧିକାରୀଙ୍କୁ ଘେରିଛନ୍ତି ଲୋକେ।  ଗତ ବର୍ଷ ବି ଦୂଷିତ ପାଣି ଯୋଗୁଁ ପୁରୀରେ ବ୍ୟାପିଥିଲା ଝାଡ଼ାବାନ୍ତି । ବାସେଳି ସାହିରେ ଦୁଇ ଜଣଙ୍କର ଜୀବନ ଯାଇଥିଲା। କିନ୍ତୁ ଚେତିଲା ନାହିଁ ପ୍ରଶାସନ। ଜିଲ୍ଲାପାଳ କହୁଛନ୍ତି ସ୍ୱାସ୍ଥ୍ୟ ବିଭାଗ ଓ ୱଟକୋ ଅଧିକାରୀଙ୍କୁ ମୁକାବିଲା ପାଇଁ ନିର୍ଦ୍ଦେଶ ଦିଆଯାଇଛି।  କେବଳ ପୁରୀ ନୁହେଁ ଗତ କିଛି ମାସରେ ରାଉରକେଲା, ସୁନ୍ଦରଗଡ଼, ହୀରାକୁଦ, ସମ୍ବଲପୁର ଭଳି ସହରରେ ଦୂଷିତ ପାଣି ପିଇ ଝାଡ଼ାବାନ୍ତିରେ ମରିଛନ୍ତି ଲୋକେ। ଏ ଚିତ୍ର ସବୁ ଖୋଲିଦେଉଛି ଶୁଦ୍ଧ ପାନୀୟ ଜଳ ଯୋଗାଣ ନାଁରେ ରାଜ୍ୟ ସରକାରଙ୍କ ମାଳ ମାଳ ମିଛ ପ୍ରଚାରର ପୋଲ୍। 


  ଖରା ଦିନରେ ସାରା ଓଡ଼ିଶାରେ ହାହାକାର ସ୍ଥିତି। ସବୁଠି ମହିଳାଙ୍କ ମୁଣ୍ଡ ଓ କାଖରେ ଗରା-ମାଠିଆ। ଲୋକଙ୍କୁ ଶୁଦ୍ଧ ପାଣି ନ ମିଳିବା ପଛରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ। ଏହାକୁ ନେଇ ରାଜ୍ୟର ବିଜେଡି ସରକାରଙ୍କୁ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଶ୍ନ କରିଛନ୍ତି ବିଜେଡିର 25 ବର୍ଷ ଶାସନରେ କଣ ଏମିତି ହୋଇଛି ଓଡ଼ିଶାର ରୂପାନ୍ତରୀକରଣ ? ଓଡ଼ିଶାର ପ୍ରତି ଘରକୁ ସ୍ବଚ୍ଛ ପାନୀୟ ଜଳ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 10,207 କୋଟି ଟଙ୍କା ଦେବା ସତ୍ବେ ରାଜ୍ୟରେ କାହିଁକି ଉତ୍କଟ ପାନୀୟ ଜଳ ସ୍ଥିତି।  ବିଜେଡି ଶାସନର 25 ବର୍ଷ ପରେ ବି ଓଡ଼ିଶା ଗ୍ରାମାଞ୍ଚଳର ପ୍ରାୟ 24 ଲକ୍ଷ ପରିବାର। ସହରାଞ୍ଚଳରେ ଟ୍ୟାପ୍ ସଂଯୋଗ ଥାଇ ବି 31.2 ପ୍ରତିଶତ ପରିବାରଙ୍କୁ ମିଳୁନାହିଁ  ଶୁଦ୍ଧ ପିଇବା ପାଣି। ଗତ 5 ବର୍ଷରେ ହର ଘର୍ ନଳ ଯୋଜନାରେ କେନ୍ଦ୍ରରୁ ଆସିଥିବା ପାଣ୍ଠିର 50 ପ୍ରତିଶତ ବି ଖର୍ଚ୍ଚ କରିପାରିନାହାନ୍ତି ରାଜ୍ୟ ସରକାର । ରାଜ୍ୟର 207ଟି ମେଗା ପାଇପ୍ ଜଳ ପ୍ରକଳ୍ପ ମଧ୍ୟରୁ ମାତ୍ର 16ଟି ପ୍ରକଳ୍ପ ହିଁ କାର୍ଯ୍ୟକ୍ଷମ ହୋଇଛି। 2 ମାସ ତଳେ ବିଧାନସଭାରେ ରାଜ୍ୟ ସରକାର ଦେଇଥିବା ତଥ୍ୟ ଅନୁସାରେ । ରାଜ୍ୟର ମୋଟ 30,615 ଗାଁକୁ ହୋଇନାହିଁ ପାଣି ଟ୍ୟାପ୍ ସଂଯୋଗ। ବିଜେଡି ସରକାରର ଅପାରଗତା କାରଣରୁ ଓଡ଼ିଶାବାସୀ ଭୋଗୁଛନ୍ତି ଜଳ ଦୁର୍ଦ୍ଦଶା। ଅନ୍ୟପଟେ ଅପରାଗତା ଲୁଚାଇବାକୁ ସରକାର ମାଳ ମାଳ ମିଛ ପ୍ରଚାରରେ ବ୍ୟସ୍ତ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
All over the state, people are suffering for drinking water, public agitation is increasing | Argus News