Videos
|
Odisha

Schools Closed / ପ୍ରବଳ ବର୍ଷା ଯୋଗୁ ଏହି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି

Rashmita Mishra
Browse all articles by Rashmita Mishra
·2 weeks ago·2 min read
 ପ୍ରବଳ ବର୍ଷା ଯୋଗୁ ଏହି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି
Schools Closed

Key Points

ଭଦ୍ରକରେ ଜାରି ରହିଛି ପ୍ରବଳ ବର୍ଷା
ବର୍ଷା ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି
ବର୍ଷା ସହ ପବନର ବେଗ ମଧ୍ୟ ଅଧିକ ରହିଛି
ଧାମନଗର ଓ ଭଣ୍ଡାରିପୋଖରୀରେ ବି ଲାଗି ରହିଛି ବର୍ଷା

ପ୍ରବଳ ବର୍ଷା ଯୋଗୁ ସ୍କୁଲ ଛୁଟି... ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା । ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜମିଛି ପାଣି । ବର୍ଷାରେ ଉବୁଟୁବୁ ବାଲେଶ୍ଵର ସହର । ସହର ୨୬ ନମ୍ବର ୱାର୍ଡର କଂଗ୍ରେସ ଅଫିସ ଲେନ୍ ରାସ୍ତା ଉପରେ ଗୋଟିଏ ଫୁଟ ଉପରେ ଚାଲୁଛି ପାଣି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଘେରରେ ଲୋକେ । ବେହାଲ ଯାଜପୁର ସହର ବରାହନ୍ନାଥ ମନ୍ଦିର ବେଢା ଭିତରେ ୨ ଫୁଟର ପାଣି ।

ଭଦ୍ରକରେ ଜାରି ରହିଛି ପ୍ରବଳ ବର୍ଷା । ଗତକାଲି ବିଳମ୍ଭିତ ରାତିଠାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ସକାଳଠାରୁ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ବର୍ଷା ସହ ପବନର ବେଗ ମଧ୍ୟ ଅଧିକ ରହିଛି । ବିଭିନ୍ନ ଖାଲୁଆ ଅଞ୍ଚଳରେ ଜମି ରହିଛି ପାଣି । ଯେଉଁ ମାନଙ୍କର ନିହାତି ଦରକାର ହେଉଛି, ସେମାନେ ଛତା କିମ୍ବା ରେନ କୋର୍ଟ ପିନ୍ଧି ବାହାରକୁ ବାହାରୁଛନ୍ତି । ଆଜି ପାଇଁ ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସେପଟେ ଜିଲ୍ଲାର ଧାମନଗର ଓ ଭଣ୍ଡାରିପୋଖରୀ ଅଞ୍ଚଳରେ ମଧ୍ୟ ତୁହାକୁ ତୁହା ବର୍ଷା ଲାଗି ରହିଛି । ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା ହୋଇଛି । ଜିଲ୍ଲାରେ ଲଗାତାର ବର୍ଷା ଯୋଗୁଁ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାପାଳ ଆଜି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟରେ ପାଠପଢ଼ା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ସେଣ୍ଟ୍ରାଲ କିଚେନ୍ ବ୍ୟବସ୍ଥା ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନ ନିର୍ଦ୍ଧାରିତ ସମୟରେ ଗ୍ରହଣ କରି ଛାତ୍ରଛାତ୍ରୀଙ୍କୁ ପରିବେଷଣ କରାଯିବ। ମଧ୍ୟାହ୍ନ ଭୋଜନ ପରିବେଷଣ ପରେ ସେହି ବିଦ୍ୟାଳୟଗୁଡ଼ିକରେ ମଧ୍ୟ ପାଠପଢ଼ା ସ୍ଥଗିତ ରହିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଜିଲ୍ଲାପାଳଙ୍କ ଆଦେଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Schools Closed | All Schools Closed in This District Due to Heavy Rain | Argus News