ରାଜ୍ୟ କଂଗ୍ରେସରୁ ସମସ୍ତ ନିଲମ୍ବନ ଓ ବହିଷ୍କାର ପ୍ରତ୍ୟାହାର

ଦଳକୁ ଫେରିବେ ବହିଷ୍କୃତ କଂଗ୍ରେସ ନେତା । ଦଳରୁ ବହିଷ୍କାର କିମ୍ବା ନୀଲମ୍ବନ ହୋଇଥିବା କଂଗ୍ରେସ ନେତାଙ୍କୁ ଦଳକୁ ଫେରାଇବାକୁ ନୂଆ ପିସିସି ସଭାପତି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ହୋଇଥିବା ନିଲମ୍ବନ ଓ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରିଛନ୍ତି ପିସିସି ସଭାପତି ଭକ୍ତ ଦାସ । କଂଗ୍ରେସକୁ ଫେରିବାକୁ ନେତାଙ୍କୁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି । ଦଳକୁ ଫେରିଲେ ସମ୍ମାନ ର ସହ ସ୍ୱାଗତ କରାଯିବ ବୋଲି ଦେଇଛନ୍ତି ପ୍ରତିଶୃତି ।
ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ ହୋଇଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି । ଗତ ୬ ମାସ ହେଲା ଏହି ପଦବୀ ଖାଲି ପଡ଼ିଥିଲା । ଶରତ ପଟ୍ଟନାୟକଙ୍କ ପରେ କାହାରିକୁ ଏହି ପଦରେ ରଖିନଥିଲା AICC । ଏବେ ଏଆଇସିସି ପକ୍ଷରୁ ଭକ୍ତ ଦାସଙ୍କୁ PCC ସଭାପତି ନିଯୁକ୍ତି ମିଳିଛି ।
📱 Get Argus News App
✨ପିସିସି ସଭାପତି ହେବା ପରେ ଭକ୍ତ କହିଛନ୍ତି ତରୁଣ, ବରିଷ୍ଠ ସମସ୍ତଙ୍କୁ ନେଇ କାମ କରିବି । କଂଗ୍ରେସକୁ ଆନ୍ଦୋଳନ ଜରିଆରେ ଘରେ ଘରେ ପହଞ୍ଚାଇବୁ । ଗାନ୍ଧି ପରିବାର ମୋତେ ପୂର୍ବରୁ ଅନେକ ଦାୟିତ୍ବ ଦେଇଛନ୍ତି । ସବୁ ଦାୟିତ୍ବ ସାମର୍ଥ୍ୟ ମତେ ପୂରଣ କରି ଆସ୍ଥାଭାଜନ ହୋଇଛି । ତେଣୁ ଏଥର ବି ଚେଷ୍ଟା ଜାରି ରହିବ ।