Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନବୀନ ସରକାରଙ୍କର ଓଡ଼ିଆ ନୁହେଁ ତାମିଲଙ୍କ ଉପରେ ପ୍ରବଳ ଭରସା ! କାମ ସବୁ ସେମାନେ କରିବେ, ଓଡ଼ିଆ ଦାଦନ ଯିବେ

Odisha

ନବୀନ ସରକାରଙ୍କର ଓଡ଼ିଆ ନୁହେଁ ତାମିଲଙ୍କ ଉପରେ ପ୍ରବଳ ଭରସା ! କାମ ସବୁ ସେମାନେ କରିବେ, ଓଡ଼ିଆ ଦାଦନ ଯିବେ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ନବୀନ ସରକାରଙ୍କର ଓଡ଼ିଆ ନୁହେଁ ତାମିଲଙ୍କ ଉପରେ ପ୍ରବଳ ଭରସା ! କାମ ସବୁ ସେମାନେ କରିବେ, ଓଡ଼ିଆ ଦାଦନ ଯିବେ

ଅର୍ଗସ ବ୍ୟୁରୋ: ବଡ ବଡ କଥା କହି କେମିତି ଲୋକଙ୍କୁ ଭକୁଆ ବନେଇ ହେବ ବିଜେଡି ସେଥିରେ ପିଜି ନୁହେଁ ପିଏଚଡି କରିଛି । ଯୋଜନା ପରେ ଯୋଜନା କରି ଚର୍ଚ୍ଚାରେ ରୁହେ । ହେଲେ ଯୋଜନାର କାର୍ଯ୍ୟକାରିତା କେତେ ? ତାହା କାହାକୁ ଅଛପା ନାହିଁ । ଆମର ଏଇଠି ସବୁ କମ୍‌ ଇନ ତାମିଲ । ଆଉ ନୁହେଁ ତ କଣ ? ଠିକାଦାରଙ୍କଠୁ ଆରମ୍ଭ କରି...ବାବୁମାନେ । ସବୁ ବାହାର ରାଜ୍ୟର ଆମଦାନୀ । ଆଉ ଏଇଠୁ ରପ୍ତାନୀ କେବଳ ଦାଦନ...କ୍ରୀତଦାସ ।


୨୩ ବର୍ଷର ସ୍ଥିର ସରକାର ସବୁ ବେଳେ କୁହେ ଆମେ କାମରେ ବିଶ୍ଵାସ କରୁ କଥାରେ ନୁହେଁ । ହେଲେ କାମ କେତେ ହେଉଛି ତାହା ସବୁ ଜଣା । ଚାଷୀ ଭାଇଙ୍କ ଲାଗି କାଳେ ଏ ସରକାର ସର୍ବାଧିକ ଗୁରୁତ୍ଵ ଦିଏ , ହେଲେ ଏବେ ପିଆଜ ଆସି ପହଞ୍ଚିଲାଣି ୮୦ ରେ । ଗରିବ ଖଟିଖିଆର ସାଥୀ ବୋଲାଯାଉଥିବା ପିଆଜ ଖାଇବ କଣ ବରଂ ଦେଖିଲା ବେଳକୁ ଆଖିରୁ ବହୁଛି ଲୁହ ।


ଇଏ ତ ଗଲା ଚାଷୀଙ୍କର କଥା । ଏବେ ନଜର ପକାନ୍ତୁ ନେତାଙ୍କ ଉପରେ । ସଜସଜ ଫାଇଭ୍‌-ଟି...ଅବଶ୍ୟ ଏହା ସାମ୍ବାଧାନିକ ବିଭାଗ ନୁହେଁ । ହେଲେ ବି ଚେୟାରମ୍ୟାନ ପଦ ଅଳଙ୍କୃତ କରିଥିବା ପାଣ୍ଡିଆନ୍‌ ବି ତାମିଲରୁ ଆମଦାନୀ ହୋଇଛନ୍ତି । ସଚିବ ଥିବା ବେଳେ ତ ଦଳର ସବୁ ନେତାଙ୍କୁ ବସଉଠ୍‌ କରାଉଥିଲେ ଏବେ ସହଜେ ରାଜନୈତିକ ପଦବୀରେ ବସିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନେତାଙ୍କଠୁ ଠିକାଦାର...କଂଟ୍ରାକ୍ଟରଙ୍କଠୁ ଲକ୍ଷ୍ମୀ ବସ୍‌ । ସବୁ ବାହାର ରାଜ୍ୟରୁ ଆମଦାନୀ ହେଉଛି । ପିଆଜ, ଆଳୁ, ଡାଲି, ମାଛ, ବିଲାତି ସବୁ ବାହାର ରାଜ୍ୟରୁ ଆମଦାନୀ । ଆଉ ଭକୁଆ ହୋଇ ଅନାଇଛନ୍ତି ଓଡ଼ିଆ । କଥାରେ ଅଛି ଆପେ ବଞ୍ଚିଲେ ବାପର ନା..ଆଉ ତାମିଲରୁ ଆସିଥିବା ବାବୁ ଏବେ ରାଜ୍ୟ ଶାସନର ଡୋରି ଧରିଛନ୍ତି । ଥରେ ଚିନ୍ତା କରନ୍ତୁ ସେ ବାବୁ ଜଣକ ରାଜ୍ୟର ବିକାଶ କଥା ଚିନ୍ତା କରୁଥିବେ ନା ବିନାଶ ? ଅବଶ୍ୟ ବାବୁଙ୍କର ପୋଗ୍ରାମ୍‌ରେ ଯେଉଁଠି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କ୍ରୀତ ଦାସ ହେବା କଥା କହୁଥିଲେ ସେଇଠୁ କାହାଠୁ ଆଶା କରିବେ କଣ ? ଦେଖାଯାଉ ଦଳୀୟ ଚାକିରି ପାଇବା ପରେ ନେତା ହୋଇଥିବା ନେତ୍ରୀ ଓ ନେତାମାନେ କେତେଦିନ ତାମିଲଙ୍କ କଥାରେ ବସଉଠ୍ ହେଉଛନ୍ତି ।
 

Sponsored
Tamil construction | Argus News