Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

OAS / 'ମୋ ନାଁରେ ହୋଇଥିବା ସବୁ ଅଭିଯୋଗ ମିଛ' - OAS ଅଧିକାରୀ ସାର୍ଥକ

Swoyang prajna Mishra
Browse all articles by Swoyang prajna Mishra
·11 months ago·2 min read
'ମୋ ନାଁରେ ହୋଇଥିବା ସବୁ ଅଭିଯୋଗ ମିଛ' - OAS ଅଧିକାରୀ ସାର୍ଥକ
OAS

Key Points

ପତ୍ନୀଙ୍କ ସବୁ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ସାର୍ଥକ କହିଛନ୍ତି , ମୋ ନାଁରେ ସେ ଯାହା ଅଭିଯୋଗ ଲଗାଇଛନ୍ତି ସେ ସବୁ ମିଛ । ମୁଁ ଏବେ ଯାଏଁ ମୋ ପୁଅକୁ ଦେଖିନାହିଁ ।

ପତ୍ନୀ ଅର୍ଚ୍ଚନା ଦାଶଙ୍କ ଲଗାତାର ଅଭିଯୋଗ ପରେ ଶେଷରେ ମୁହଁ ଖୋଲିଛନ୍ତି ଓଏସ୍ ସ୍ଵାମୀ ସାର୍ଥକ ସୌରଭ ମହାପାତ୍ର । ପତ୍ନୀଙ୍କ ସବୁ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ସାର୍ଥକ କହିଛନ୍ତି , ମୋ ନାଁରେ ସେ ଯାହା ଅଭିଯୋଗ ଲଗାଇଛନ୍ତି ସେ ସବୁ ମିଛ । ମୁଁ ଏବେ ଯାଏଁ ମୋ ପୁଅକୁ ଦେଖିନାହିଁ । ପୁର ସବୁ କାମ ମୁଁ କରିଛି । ମୁଁ ସବୁବେଳେ ଅନ୍ୟାୟ ବିରୋଦ୍ଧରେ ସଂଘର୍ଷ କରେ । ସେ ମତେ ଆତ୍ମହତ୍ୟାର ଧମକ ଦିଅନ୍ତି । ମୋ ମାଆ ମୋ ଭଉଣୀ ନାଁ ରେ କହିଥଇବା ସବୁ କଥା ମିଛ । ଏବେ ଯାଏଁ ଭଲକରି ମୁଁ ଛୁଆକୁ ଦେଖିପାରିନି । ମତେ ମାନସିକ ଭାବେ ଆଘାତ ଲାଗିଛି । ଛୁଆ ହେବାର ପ୍ରଥମ ଦିନରୁ ହିଁ ସେ ଛୁଆକୁ ବ୍ୟବହାର କରି ମତେ ମାନସିକ ନିର୍ଯାତନା ଦେଉଥିଲେ । କହୁଥିଲେ, ତୁମେ ଛୁଆ ପାଇଁ କରିବ, ନା କରିବ ନା ମାଆ ପାଇଁ କରିବ । ଏସବୁ ଜିନିଷ ମୁଁ ସହିବାକୁ ଚାହୁଁନଥିଲି ।


ସେଥିପାଇଁ ମେ ରେ ହିଁ ମୁଁ ପ୍ରଥମେ ଡିଭୋର୍ସ ଫାଇଲ କରିଥିଲି । ବର୍ତ୍ତମାନ ସବୁ ସତ ସାମ୍ନାକୁ ଆସିବ , ତାହା ଆପଣମାନେ ଜାଣିବେ ବୋଲି କହିଛନ୍ତି ସାର୍ଥକ । ତେବେ ପତ୍ନୀ ଅର୍ଚ୍ଚନାଙ୍କ ଅଭିଯୋଗ ଅନୁଯାୟୀ, ସାର୍ଥକ ତାଙ୍କର ନବଜାତ ଶିଶୁ ଙ୍କ ପ୍ରତି ନିଷ୍ଠୁରତା ଦେଖାଇ ତାଙ୍କୁ ମେଡିକାଲରେ ଛାଡି ଚାଲି ଯାଇଛନ୍ତି । ଏବଂ ତାଙ୍କ ଶାଶୁ ଏବଂ ନଣନ୍ଦଙ୍କ ନାଁ ରେ ମଧ୍ୟ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ବାହାଘରର କିଛି ମାସ ପରେ ତାଙ୍କୁ ଶାଶୁ ଘର ପରିବାର ପକ୍ଷରୁ ନିର୍ଯାତନା ଦିଆଯାଉଥିଲା। ଆଉ ହସ୍ପିଟାଲ ବେଡ଼ରେ ନବଜାତ ଶିଶୁ ଓ ସ୍ତ୍ରୀ ଙ୍କୁ ଛାଡି ଚାଲିଯାଇଥିଲେ ସ୍ୱାମୀ ସାର୍ଥକ ସୌରଭ ମହାପାତ୍ର ବୋଲି ଅଭିଯୋଗ କରିଛନ୍ତି ପତ୍ନୀ ଅର୍ଚ୍ଚନା। ଅର୍ଚ୍ଚନା ଅଭିଯୋଗ କରିଛନ୍ତି, “ମୋ ସ୍ୱାମୀ ମୋ ଫୋନ୍‌ ଓ ମେସେଜ୍‌ର ଉତ୍ତର ଦେଉନାହାନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମୋ ଓ ମୋ ସନ୍ତାନ ପ୍ରତି ନିଷ୍ଠୁରତା କରାଯାଇଛି।” ସେ ମହାପାତ୍ରଙ୍କ ମା’ ଓ ଭଉଣୀଙ୍କ ଉପରେ ମଧ୍ୟ ମାନସିକ ହଇରାଣ ଓ ଅପମାନର ଅଭିଯୋଗ ଆଣିଛନ୍ତି। ଅର୍ଚ୍ଚନାଙ୍କ ଓକିଲ କହିଛନ୍ତି, “ଆମେ ପାରସ୍ପରିକ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିଥିଲୁ, କିନ୍ତୁ ମହାପାତ୍ର ସକାରାତ୍ମକ ପ୍ରତିକ୍ରିୟା ଦେଇନଥିଲେ। ତେଣୁ ପୋଲିସରେ ଅଭିଯୋଗ କରିବାକୁ ବାଧ୍ୟ ହୋଇଛୁ।” ପୋଲିସ ଏହି ମାମଲାର ନିରପେକ୍ଷ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଆଶା କରାଯାଉଛି।

Related Topics

Explore more stories

Sponsored
'All the allegations against me are false' - OAS officer Sarthak | Argus News