ଭାରତ ବନ୍ଦ ଯୋଗୁ ପ୍ରଭାବିତ ହେବ ଏସବୁ ସେବା

Key Points
ଭାରତ ବନ୍ଦ ଯୋଗୁ ପ୍ରଭାବିତ ହେବ ଏସବୁ ସେବା
୨୫ କୋଟିରୁ ଊର୍ଦ୍ଧ୍ୱ କର୍ମଚାରୀ ଓ ଶ୍ରମିକ ସାମିଲ ହେବେ
୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ଏହାର ସହଯୋଗୀ ସଂଗଠନଗୁଡ଼ିକ ପକ୍ଷରୁ ବୁଧବାର ଭାରତ ବନ୍ଦ ପାଇଁ ଡାକରା ଦିଆଯାଇଛି। ଏଥିରେ ବ୍ୟାଙ୍କିଙ୍ଗ୍, ବୀମା, ଡାକସେବାଠାରୁ ଆରମ୍ଭ କରି ଖଣି, ରାଜପଥ ଏବଂ ନିର୍ମାଣ କାର୍ଯ୍ୟ, ପରିବହନ କାର୍ଯ୍ୟରେ ନିୟୋଜିତ ୨୫ କୋଟିରୁ ଊର୍ଦ୍ଧ୍ୱ କର୍ମଚାରୀ ଓ ଶ୍ରମିକ ସାମିଲ ହେବାକୁ ଥିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପାରେ। ବନ୍ଦ ଯୋଗୁ ଜନସେବା କ୍ଷେତ୍ର ସର୍ବାଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଥିବାବେଳେ ଶିକ୍ଷାନୁଷ୍ଠାନ ଓ ଘରୋଇ କାର୍ଯ୍ୟାଳୟ ଖୋଲା ରହିବ।
ଭାରତ ବନ୍ଦ ଯୋଗୁ ବ୍ୟାଙ୍କିଙ୍ଗ୍ ଓ ଆର୍ଥତ୍କ ସେବା, ପୋଷ୍ଟାଲ ସେବା, କୋଇଲା ଖଣି ଖନନ ଏବଂ ଶିଳ୍ପାଞ୍ଚଳ ଶାଖା, ରାଜ୍ୟ ପରିଚାଳିତ ପରିବହନ ସେବା ପ୍ରଭାବିତ ହେବ। ସେହିପରି ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍ୟୁ), ବିଭିନ୍ନ ସରକାରୀ ବିଭାଗ ଉପରେ ମଧ୍ୟ ବନ୍ଦ୍ର ପ୍ରଭାବ ପଡ଼ିବ। ତେବେ ବନ୍ଦ ପାଳନ ବେଳେ ସ୍କୁଲ୍ ଓ କଲେଜ ଖାଲା ରହିବ। ଘରୋଇ କାର୍ଯ୍ୟାଳୟଗୁଡ଼ିକ ସ୍ବାଭାବିକ କାର୍ଯ୍ୟ କରିବାକୁ ଥିବାବେଳେ ଟ୍ରେନ୍ ଚଳାଚଳ ବିଳମ୍ବିତ ହୋଇପାରେ ବୋଲି କୁହାଯାଇଛି। ରିପୋର୍ଟ ଅନୁଯାୟୀ, ପଣ୍ଡିଚେରି ଏବଂ ତାମିଲନାଡୁରେ ସମ୍ପୂର୍ଣ୍ଣ ବନ୍ଦ ହେବାକୁ ଥିବାରୁ ବସ୍ ସମେତ ସାଧାରଣ ପରିବହନ ସେବା ବାଧାପ୍ରାପ୍ତ ହେବ। ତେଣୁ ସେଠାରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ବନ୍ଦ ରଖିବାକୁ କୁହାଯାଇଛି।