ଫାଇଦା ଉଠାଉଛନ୍ତି ଦଲାଲ, ମୂଲ ପାଉନି ଚାଷୀ

ପୂର୍ବ ବିଜେଡି ସରକାରର ଅବକାରୀ ନୀତି । ୨୪.୦୩.୨୦୧୭ରେ ରାଜ୍ୟରେ ମହୁଲ ଫୁଲର ଷ୍ଟୋରେଜ, ୟୁଟିଲାଇଜେସନ, ଏକ୍ସପୋର୍ଟ, ଇମ୍ପୋର୍ଟ ଏବଂ ଟ୍ରାନସପୋର୍ଟେସନ ପାଇଁ ଅବକାରୀ ଟିକସ ଧାର୍ଯ୍ୟ କରିଥିଲେ । ସେହିପରି ମହୁଲ ଫୁଲ ବ୍ୟବସାୟୀଙ୍କ ପାଇଁ ଅବକାରୀ ଟିକସ ଦର ଧାର୍ଯ୍ୟ କରାଯାଇଛି। 28.3.2018ରେ ଆଣିଥିବା ଅବକାରୀ ନୀତି ଅନୁସାରେ os manufactoring ଏବଂ ମହୁଲ ଫୁଲ ବ୍ୟବସାୟୀ ପାଇଁ ଦର ଧାର୍ଯ୍ୟ ହୋଇଛି। ଉଭୟ ମହୁଲଫୁଲର EXPORT IMPORT ଏବଂ TRANSPORTATION ପାଇଁ ୭୦୦,୨୦୦ ଓ ୩୫ ଟଙ୍କା ପ୍ରତି କ୍ବିଣ୍ଟାଲ ରଖାଯାଇଛି। କିନ୍ତୁ ଗାଁ ଗାଁରେ ଦଲାଲ ସକ୍ରିୟ ରହି ମହୁଲ ଫୁଲର ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି । ଫଳରେ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ରାଜ୍ୟ ସରକାର।
ବଲାଙ୍ଗିର ଜିଲ୍ଲାର ୧୪ ବ୍ଲକରେ ପ୍ରଚୁର ପରିମାଣରେ ମହୁଲ ଫୁଲ ସଂଗ୍ରହ କରୁଛନ୍ତି ଚାଷୀ। ସ୍ଥାନୀୟ ଅଞ୍ଚଳରେ ପଞ୍ଚାୟତ ସମିତି ମହୁଲଫୁଲର ଦର ନିର୍ଦ୍ଧାରଣ ପାଇଁ ବ୍ୟବସ୍ଥା ହୋଇଛି। ହେଲେ କୌଣସି ପଞ୍ଚାୟତରେ ଦର ନିର୍ଦ୍ଧାରଣ ହେଉନାହିଁ। ଯାହାର ଫାଇଦା ଉଠାଉଛନ୍ତି ଦଲାଲ। କେଜି ପ୍ରତି ୩୦/୪୦ଟଙ୍କାରେ ମହୁଲ ଦଲାଲକୁ ବିକିବାକୁ ବାଧ୍ୟ ହେଉଛନ୍ତି ଚାଷୀ। ଦେଓଗାଁ ବ୍ଲକ ଫଟାମୁଣ୍ଡା ଗାଁର ଚାଷୀ ମହୁଲ ୪ କେଜି ଦେଇ ଚିନି ୩ କେଜି ନେଉଛନ୍ତି । ମହୁଲ ୪କେଜି ଦେଇ ଆଳୁ ୨ କେଜି ଓ ମହୁଲ ୪ କେଜି ଦେଇ ପିଆଜ ୨ କେଜି ନେଉଛନ୍ତି।
ଚାଷୀଙ୍କୁ ମିଳୁନି ମହୁଲ ମୁଲ। ଗାଁ ଗାଁରେ ଚାଲିଛି ମହୁଲର ଚୋରାଚାଲାଣ। ରାଜସ୍ବ ହରାଉଛନ୍ତି ସରକାର, ମାଲେମାଲ ହେଉଛନ୍ତି ଦଲାଲ। ନୂଆ ଅବକାରୀ ନୀତି ଆଣିବା ସହ ଫୁଡ ପ୍ରସେସିଂ ୟୁନିଟ ସ୍ଥାପନ ପାଇଁ ଦାବି ହୋଇଛି ।