Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବବିଙ୍କ ସଭାକୁ ଯିବାକୁ ବାଧ୍ୟ କରୁଛି ପ୍ରଶାସନ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ବବିଙ୍କ ସଭାକୁ ଯିବାକୁ ବାଧ୍ୟ କରୁଛି ପ୍ରଶାସନ ?

Key Points

  • ବିଜେଡି ସଭା ପରିଚାଳନାରେ CRP କର୍ମଚାରୀ
  • ଫଟୋ ଉଠାଇଲେ ପୋଲିସ ଦେଖାଉଛି ନାଲିଆଖି
  • ବବିଙ୍କ ଘଂଟା ଘୋଡାଇବାରେ ଲାଗିଛି ଓଡ଼ିଶା ପୋଲିସ !

ଅର୍ଗସ ବ୍ୟୁରୋ: ବିଜେଡି ସରକାରରେ ବିରୋଧ ମନା । ଏ ସରକାର ସରକାରୀ କର୍ମଚାରୀଙ୍କୁ ଦଳୀୟ କାମରେ ଲଗାଇବ...ଯଦି କିଏ ବିରୋଧ କଲା ତାହାଲେ ପୋଲିସ ଦେଖାଇବ ନାଲିଆଖି, ମାମଲା କରିବାର ଧମକ । ହେଲେ ଆମେ ଏମିତି କାହିଁକି କହିଲୁ ହଠାତ୍‌ ଆପଣ ବି ବୁଝିପାରୁନଥିବେ । କିନ୍ତୁ ପୂରା ଘଟଣା ଜାଣିବା ପରେ ଆପଣ ବି ଏ ସରକାରକୁ ପ୍ରଶ୍ନ କରିବେ, କହିବେ ବବିଙ୍କ ଲାଗି ଏମିତି ବେଆଇନ କାମ ଏ ସରକାର କରୁଛି କେମିତି ?

ଅନୁଗୁଳ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ଏକ ପଦଯାତ୍ରା ସହ ସଭାର ଆୟୋଜନ କରାଯାଇଥିଲା । ସମ୍ବଲପୁରର ଲୋକସଭା ପ୍ରାର୍ଥୀ ବବି ଦାସ ଓ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଆଠମଲ୍ଲିକ ବଜାରରେ ଥିବା ମନ୍ଦିର ଦର୍ଶନ ପରେ ବିନିକେଇ ଶକ୍ତିପୀଠକୁ ଯାଉଥିଲେ । ହେଲେ ସଭାକୁ ଲୁଣାହାଣ୍ଡି CRP ମହିଳାଙ୍କୁ ପଠାଉଥିବା ବେଳର ଫଟୋ ସୋସିଆଲ ମିଡିଆରେ ଅପଲୋଡ଼ ହେବା ପରେ ଆକ୍ରୋଶର ଶିକାର ହୋଇଛନ୍ତି ବିଜେପି କାର୍ଯ୍ୟକର୍ତ୍ତା । ଏମିତିକି କାହିଁକି ଫଟୋ ଉଠାଇଲ ବୋଲି ପ୍ରଶ୍ନ କରିଛି ପୋଲିସ ।

୨୪ ସାଧାରଣ ନିର୍ବାଚନ ଲାଗି ପୁରା ଦେଶରେ ଲାଗିଛି ଆଦର୍ଶ ଆଚରଣବିଧି । ହେଲେ ନିର୍ବାଚନ କମିଶନଙ୍କ ନିୟମକୁ ମାନିବାକୁ ନାରାଜ ବିଜେଡି ସରକାର । ସେଇଥି ଲାଗି ତ ସରକାରୀ କର୍ମଚାରୀଙ୍କୁ କେମିତି ଦଳୀୟ ସଭାରେ ଲୋକ ବୋହିବା କାମରେ ଲଗାଉଛି । ଆଉ ଯେଉଁମାନେ ଏହାର ବିରୋଧ କରୁଛନ୍ତି ସେମାନଙ୍କ ମୁହଁ ବନ୍ଦ କରିବାକୁ ଚାପ ସୃଷ୍ଟି କରୁଛନ୍ତି ।  ତେବେ ଏଠାରେ ପ୍ରଶ୍ନ, ସରକାରୀ କର୍ମଚାରୀଙ୍କୁ ଏମିତି ଭାବରେ ଦଳୀୟ କାମରେ ବ୍ୟବହାର କରିବାକୁ ଅନୁମତି ଦେଲା କିଏ ? ଯେଉଁମାନେ ଏଇ କାମରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ହେବ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ହେଲେ ମୁହଁ ଖୋଲିନାହାନ୍ତି ପୋଲିସ କି ବିଜେଡି ନେତା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
Bobby Das | Argus News