Videos
|
Odisha

ଓଡ଼ିଶାରେ ଜମି ମାଫିଆ ପାଲଟିଛି ୱାକଫ୍, ବାଲେଶ୍ଵରରେ ୧୫୦୦ ଏକର ଜମି ମାଡ଼ି ବସିଥିବା ଅଭିଯୋଗ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଓଡ଼ିଶାରେ ଜମି ମାଫିଆ ପାଲଟିଛି ୱାକଫ୍, ବାଲେଶ୍ଵରରେ ୧୫୦୦ ଏକର ଜମି ମାଡ଼ି ବସିଥିବା ଅଭିଯୋଗ

ୱାକଫ୍ ସଂଶୋଧନ ପରେ ସାରା ଦେଶରେ ଖୁସିର ଲହରୀ । ରାଜ୍ୟରେ ବି ଗରିବ ମୁସଲମାନ ବି ଖୁସ୍ । ଏତିକି ବେଳେ ସାମ୍ନାକୁ ଆସିଛି ଓଡ଼ିଶାରେ ୱାକଫ୍‌ର ସାଂଘାତିକ କାରନାମା । ଓଡ଼ିଶାରେ ୱାକଫ୍ ଜମି ମାଫିଆଙ୍କ କାମ କରୁଛି । ବାଲେଶ୍ଵରରେ ୱାକଫ୍ ୧୫୦୦ ଏକର ଜମି ମାଡ଼ି ବସିଥିବା ଅଭିଯୋଗ ଆସିଛି । ତାମିଲନାଡୁ, କର୍ଣ୍ଣାଟକ, ବିହାର, ଉତ୍ତର ପ୍ରଦେଶ, କେରଳରେ ଜମି ମାଡି ବସିଥିବା ଅଭିଯୋଗ ରହିଛି ।


ବଡ଼ ଅଭିଯୋଗ ହେଲା ଓଡ଼ିଶାରେ ୱାକଫ୍ ଜମି ମାଫିଆଙ୍କ କାମ କରୁଛି । ଅଭିଯୋଗ ହୋଇଛି ବାଲେଶ୍ଵରରେ ୧୫୦୦ ଏକର ଜମି ମାଡ଼ି ବସିଛି ୱାକଫ୍ । ବାଲେଶ୍ଵର ଭୁଜା ଖିଆ ପିର ଛକରେ ଥିବା ପାଣି ପମ୍ପ ହାଉସକୁ ନେଇ ବିବାଦ । ୧୯୯୭ ପୂର୍ବରୁ ଏହି ସ୍ଥାନ ବାଲେଶ୍ଵର ମ୍ୟୁନିସିପାଲିଟି ନାଁରେ ଖତିୟାନ ରହିଥିଲା । ଖତିୟାନ ନଂ ଥିଲା ୧୧୭୯ । ୩୮୦ ନଂ ପ୍ଲଟ ବାଲେଶ୍ଵର ପୌରସଂସ୍ଥା ନାଁରେ ରହିଥିଲା ।


ଅଭିଯୋଗ ହୋଇଛି, ନିକଟରେ ରହୁଥିବା କିଛି ମୁସଲମାନ ସମ୍ପ୍ରଦାୟର ଗୋଷ୍ଠୀ ପାଣି ପମ୍ପ ହାଉସ କାମକୁ ବନ୍ଦ କରିଥିଲେ । ଉକ୍ତ ସ୍ଥାନଟି ଆମର ବା ୱାକଫ ବୋର୍ଡର ବୋଲି ସେମାନେ କହୁଛନ୍ତି । ଏମିତି କେମିତି ହେଲା ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।


ସମାନ୍ତରାଳ ଭାବେ ବାଲେଶ୍ଵର ବଙ୍କା ଖଜୁରୀ ଛକରେ ନିର୍ମାଣ ହେଉଥିବା ମଜାରକୁ ନେଇ ମଧ୍ୟ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ସର୍ବ ସାଧାରଣ ଜାଗା ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ନାମରେ କେମିତି ହେଲା ବୋଲି ବିରୋଧ ହୋଇଥିଲା । ଏହା ପରେ କାମ ମଧ୍ୟ ବନ୍ଦ ହୋଇଥିଲା । ସମସ୍ତ ଜାଗାର କିସମ କିଭଳି ବଦଳିଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ସୂଚନା ଅନୁସାରେ ଜିଲ୍ଲାରେ ୧୫ ଶହ ଏକର ଜମି ଏବେ ୱାକଫ ବୋର୍ଡରେ ରହିଛି । କେମିତି କିଭଳି ଭାବେ ଏତେ ଜମିର କିସମ ବଦଳିଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନଜର ପକାନ୍ତୁ ଦେଶର ବିଭିନ୍ନ ଭାଗରେ କିପରି ୱାକଫ୍ ଜମି ବିବାଦ ଲାଗି ରହିଛି...


୧) ତାମିଲନାଡୁର ଥିରୁଚେନ୍‌ଥୁରାଇ ଗାଁରେ ଜଣେ ବ୍ୟକ୍ତି ତାଙ୍କ ଜମିକୁ ବହୁ ଦିନ ଧରି ବିକ୍ରି କରି ପାରୁନଥିଲେ । ତାଙ୍କ ଗାଁରେ ଥିବା ସମସ୍ତ ଜମି ଉପରେ ୱାକଫ୍ ବୋର୍ଡ ଦାବି ରଖିଥିଲା । ଏଥିଯୋଗୁଁ ଝିଅ ବାହାଘର ପାଇଁ ଆଣିଥିବା ଋଣ ପରିଶୋଧ କରିବାରେ ସମସ୍ୟା ହୋଇଥିଲା ।


୨) ବିହାର ଗୋବିନ୍ଦପୁର ଗାଁର ସବୁ ଜମିକୁ ୱାକଫ୍ ବୋର୍ଡ ନିଜର ବୋଲି ଦାବି କରିଥିଲା । ଏଥିଯୋଗୁଁ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି । ପାଟନା ହାଇକୋର୍ଟରେ ଏହି ମାମଲା ଏବେ ବିଚାରାଧୀନ ଅଛି ।


୩) କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲାରେ ୬୦୦ ଖ୍ରୀଷ୍ଟିଆନ ପରିବାରର ସମ୍ପତ୍ତିକୁ ୱାକଫ୍ ବୋର୍ଡ ନିଜ ଅଧୀନରେ ରଖିଥିଲେ । ଜମି ଫେରାଇବାକୁ ସେମାନେ ବାରମ୍ବାର ୱାକଫ୍ ବୋର୍ଡର ଦ୍ଵାରସ୍ଥ ହୋଇଥିଲେ । ଏନେଇ ସେମାନେ ୱାକଫ୍ ଯୁଗ୍ମ ସଂସଦୀୟ କମିଟି ନିକଟରେ ଅଭିଯୋଗ କରିଥିଲେ ।


୪) କର୍ଣ୍ଣାଟକର ବିଜୟପୁରା ଅଞ୍ଚଳରେ ପ୍ରାୟ ୧୫ ହଜାର ଏକର ଜମିକୁ ୱାକଫ୍ ବୋର୍ଡ ନିଜର ଦର୍ଶାଇଥିଲା । ଏହାକୁ ନେଇ ଶହ ଶହ ଚାଷୀ ପ୍ରତିବାଦ କରିଥିଲେ ।


୫) ଉତ୍ତରପ୍ରଦେଶ ଓ୍ବାକଫ୍ ବୋର୍ଡରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅନେକ ଅଭିଯୋଗ ହୋଇଥିଲା ।