Videos
|
Odisha

କ୍ୟାମ୍ପସ ଭିତରେ ନିଶା କାରବାର ଚାଲିଥିବା ଅଭିଯୋଗ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
କ୍ୟାମ୍ପସ ଭିତରେ ନିଶା କାରବାର ଚାଲିଥିବା ଅଭିଯୋଗ

ପୁଣି ଅଶାନ୍ତ ହେଲା ବାଣୀବିହାର ଉତ୍କଳ ବିଦ୍ୟାଳୟ କ୍ୟାମ୍ପସ। ନିଶା ମୁକ୍ତ କ୍ୟାମ୍ପସ ସହ ୟୁନିଭର୍ସିଟି ପାଖ ବସ୍ତି ବାସିନ୍ଦାଙ୍କ ପ୍ରଵେଶ ଉପରେ ରୋକ ଲଗେଇବା ସହ କ୍ୟାମ୍ପସ ରେ ନିଶା କାରବାର ରୋକିବା ପାଇଁ ପାଇଁ ଦାବି କରିଛନ୍ତି ଛାତ୍ରମାନେ। ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ମାନେ ଆଜି ଭିସି ଅଫିସ ଘେରାଉ କରିଛନ୍ତି। ଗାନ୍ଧୀ ପାର୍କ ସହ ଗୋବିନ୍ଦ ସାହୁ ମାର୍କେଟରେ ବସ୍ତି ପିଲାମାନେ ନିଶା ଦ୍ରବ୍ୟ କାରବାର କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭିସିଙ୍କୁ ଦାବିପତ୍ର ଦେଇଛନ୍ତି।


ସେପଟେ ଆଲୁମିନି ମାନଙ୍କୁ ଅଣଛାତ୍ର ର ଆଖ୍ୟା ଦେବା ବନ୍ଦ କରନ୍ତୁ ବୋଲି କହିଛନ୍ତି ଛାତ୍ର ସଂଗଠନ । ଆଲୁମିନି ମାନେ କ୍ୟାମ୍ପସରେ ଅନେକ ଭଲ କାର୍ଯ୍ୟ କରି ଆସୁଛନ୍ତି । ପ୍ଲାଷ୍ଟିକ ଫ୍ରି କ୍ୟାମ୍ପସ ହେଉ ଅବା ସବୁଜ କ୍ୟାମ୍ପସ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ମାତ୍ର ପାଖ ବସ୍ତି ପିଲାମାନେ କ୍ୟାମ୍ପସରେ ପଶି ଶୈଖିକ ବାତାବରଣକୁ ନଷ୍ଟ କରୁଥିବା ଛାତ୍ର ସଂଗଠନ ଅଭିଯୋଗ କରିଛି। ଘଟଣାକୁ ନେଇ କ୍ୟାମ୍ପସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Allegations of drug dealing going on inside Banavihar campus | Argus News