Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଟଣାଗଡରେ ଠକକୁ ଅଟକ ରଖିଲା ପୁଲିସ

Smruti Parija
Browse all articles by Smruti Parija
·1 year ago·1 min read
ପାଟଣାଗଡରେ ଠକକୁ ଅଟକ ରଖିଲା ପୁଲିସ

ବଲାଙ୍ଗୀର: ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ନାଁ ନେଇ ଠକେଇ ଅଭିଯୋଗ । ପାଟଣାଗଡରେ ଠକକୁ ଅଟକ ରଖିଛି ପୁଲିସ ।  ଅଟକ ଥିବା ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବିଲାଇସାଥି ଗାଁର ବୁଦ୍ଧଦେବ ସାହୁ ଓ ସଲେପାଲିର ସୁଶୀଲ କୁମାର ରାଓ । ଉଭୟ ନିଜକୁ ଉପମୁଖ୍ୟମନ୍ତ୍ରୀଙ୍କ ଓଏସଡି ଓ ପିଏ କହି ଲୋକଙ୍କ ଠାରୁ ଟଙ୍କା ଆଦାୟ କରିଥିଲେ । 


ଖବର ପାଇ ପାଟଣାଗଡ ପୋଲିସ ଉଭୟଙ୍କୁ ଅଟକ ରଖି ତଦନ୍ତ କରିଥିଲା । ପରେ ଉଭୟ ବୁଦ୍ଧଦେବ ଓ ସୁଶୀଲଙ୍କୁ ଗିରଫ କରି ପାଟଣାଗଡ କୋର୍ଟ ଚାଲାଣ କରିଛି ପୋଲିସ । 


ତେବେ ଅଭିଯୁକ୍ତମାନେ ଚାକିରି କରାଇ ଦେବାକୁ କହି ଠକେଇ କରିଥିବା ଅଭିଯୋଗ ହୋଇଛି । ଖାଲି ଚାକିରି ନୁହେଁ ଅନ୍ୟ କାମ କରାଇ ଦେବାକୁ ଲୋଭ ଦେଖାଉଥିଲେ ଅଭିଯୁକ୍ତ । ଏଭଳି କହି ଅନେକ ଲୋକଙ୍କ ଠାରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ଉଭୟ ଅଭିଯୁକ୍ତକୁ ଆଜି ଗିରଫ କରି ପାଟଣାଗଡ କୋର୍ଟ ଚାଲାଣ କରିଛି ବୋଲି ପାଟଣାଗଡ ଏସଡିପିଓ ସଦାନନ୍ଦ ପୂଜାରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Allegations of fraud on Deputy Chief Minister KV Singhdeo's name | Argus News