ରାଜା ଚକ୍ରଙ୍କ ନାଁରେ ଶହ ଶହ କୋଟି ଟଙ୍କାର ଜାଲିଆତି ଅଭିଯୋଗ

ଗୋପାଳପୁରରେ ଜଙ୍ଗଲ ଜମିରେ ରାଜାଙ୍କର ଫାର୍ମହାଉସ । ଫାର୍ମ ହାଉସ ଭିତରେ ଆଲିସାନ ବଙ୍ଗଲା । ଅଣ୍ଡରଗ୍ରାଉଣ୍ଡ ଘରେ ପଡିଛି ତାଲା । ଦାମି ଦାମି ଗଛରେ ସଜାହୋଇଛି ଫାର୍ମହାଉସ । ଲାଗିଛି ନାମି ଦାମି କାଠ । ଚଟାଣରେ ଲାଗିଛି ଦାମି ଟାଇଲ । ସୋଫାସେଟ ବି ପଡିଛି । ଅତିଥିଙ୍କୁ ସତ୍କାର କରିବା ପାଇଁ ରହିଛି ସମସ୍ତ ବ୍ୟବସ୍ଥା । ଫାର୍ମହାଉସ ନୁହେଁ ତ ରାଜାଙ୍କ ରଙ୍ଗଶାଳା । ଷ୍ଟାର ହୋଟେଲ ଉଳି ରହଣି ବ୍ୟବସ୍ଥା ରହିଛି ଏହି ଫାର୍ମହାଉସରେ । ସୁଇମିଙ୍ଗ ପୁଲ, ପାର୍କ ଓ ବହୁ ନାମି ଦାମି ଆସବାବ ପତ୍ର ।
ସେପଟେ ଗନ୍ଧମାର୍ଧନ ଲୋଡ଼ିଂ ଆଣ୍ଡ କୋପରିଟିଭ ସୋସାଇଟି ୧୦୦କୋଟି ଘୋଟାଲା ଘଟଣାରେ ରାଜା ଚକ୍ର ଏବଂ ସହଯୋଗୀଙ୍କ ୧୦୦ରୁ ଅଧିକ ଆକାଉଣ୍ଟ ଠାବ ହୋଇଛି । ଆକାଉଣ୍ଟରେ କୋଟି କୋଟି ଟଙ୍କାର ଟ୍ରାଞ୍ଜାକ୍ସନର ଯାଞ୍ଚ ହୋଇଛି । ଜାଲ ଦସ୍ତାବିଜରେ କୋଟି କୋଟି ଟଙ୍କା ଚଳୁ କରାଯାଇଥିବା ତଥ୍ୟ ପାଇଛି EOW । 25ଟି ବିଭିନ୍ନ ଗାଡି ଜବତ କରିଛି EOW । ଦ୍ବିତୀୟ ଦିନରେ ରାଜା ଚକ୍ର ଓରଫ ସୌମ୍ୟଶଙ୍କର ଚକ୍ରଙ୍କ ୮ଟି ସ୍ଥାନରେ EOW ଚଢାଉ ହୋଇଛି । କେନ୍ଦୁଝର, ଗୋପାଳପୁର, ଭୁବନେଶ୍ୱର, କୋଇଡା, ବଣାଇ ଏବଂ ଧାମରାରେ ହୋଇଛି ରେଡ୍ ।
📱 Get Argus News App
✨ଆଜି EOWରେ ହାଜର ହୋଇଥିଲେ ରାଜା ଚକ୍ରଙ୍କ ସହଯୋଗୀ ସମୀର କୁମାର ଜେନା । ସମୀରଙ୍କ ଆକାଉଣ୍ଟ ଏବଂ ଗନ୍ଧମାର୍ଦନ ଲୋଡ଼ିଂ ଆଣ୍ଡ କୋପରେଟିଭ ସୋସାଇଟି ଆକାଉଣ୍ଟରୁ କୋଟି କୋଟି ଟଙ୍କା ଟ୍ରାଞ୍ଜାକ୍ସନ୍ ହୋଇଛି । କାହିଁକି, କଣ ପାଇଁ ଟଙ୍କା ଦିଆଯାଇଛି ତାର ଯାଞ୍ଚ କରାଯାଉଛି। ବଡ଼ ପ୍ରଶ୍ନ ରାଜାଙ୍କ ପଛରେ କିଏ । ବଦ୍ରି ପାତ୍ରଙ୍କ ଠାରୁ ରାଜାଙ୍କୁ ଛଡାଇ ଆଣି ଚକ୍ରବର୍ତ୍ତି ସମ୍ରାଟ କିଏ କରିଥିଲା ରାଜା ହେଲେ ବିରାଟ ରାଜା । କିଚକମାନେ କେବେ ହେବେ କିରଫ । ଖୁବଶୀଘ୍ର ରାଜାଙ୍କ ସାମ୍ରାଜ୍ୟ ଉପରେ ଝାମ୍ପ ମାରିବ ଇଡି, ଆଇଟି ।ସମସ୍ତ ତଥ୍ୟ କ୍ରାଇମବ୍ରାଞ୍ଚ ଠାରୁ ନେଇଛନ୍ତି ଇଡି, ଆଇଟି ।